Advertisment

ରାଷ୍ଟ୍ରପତି ଭବନରେ ଶପଥ ନେଲେ ୪୩ ମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ରାଷ୍ଟ୍ରପତି ଭବନରେ ଶପଥ ସମାରୋହ ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଉଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି। ପ୍ରଥମେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଶପଥ ନେଇଥିଲେ। ଏହା ପରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ଭବନରେ ଶପଥ ନେଲେ ୪୩ ମନ୍ତ୍ରୀ

ministry

Advertisment

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ରାଷ୍ଟ୍ରପତି ଭବନରେ ଶପଥ ସମାରୋହ ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଉଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି।

Advertisment

ପ୍ରଥମେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଶପଥ ନେଇଥିଲେ। ଏହା ପରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶାର ଅଶ୍ୱିନ୍ ବୈଷ୍ଣବ ଶପଥ ନେଇଛନ୍ତି।

ଏହା ପରେ ପଶୁପତି କୁମାର ପାରସ, ପୂର୍ବ କ୍ୟାବିନେଟରେ କ୍ରୀଡ଼ା ମନ୍ତ୍ରୀ ଥିବା କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ଶପଥ ଗ୍ରହଣ କରିଛନ୍ତି।

Advertisment

ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ନେଇଛନ୍ତି।

Cabinate Reshuffle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe