/odisha-reporter/media/post_attachments/uploads/2022/03/Rape-Victim.jpg)
Rape-Victim
କୋଲକାତା: ଜନ୍ମ ଉତ୍ସବକୁ ଯାଇଥିବା ବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ନାଡିଆର ହନହସିଖାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ସମ୍ପର୍କରେ କଲିକତା ହାଇକୋର୍ଟରେ ଏକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି। ରବିବାରର ନାବାଳିକାର ଜଣକର ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି।
ପୀଡ଼ିତାଙ୍କ ପରିବାର କହିଛନ୍ତି ଯେ, ମୃତ ଦେହକୁ ବିନା ବ୍ୟଚ୍ଛେଦରେ ଅନ୍ତିମ ସଂସ୍କାର କରାଯାଇଛି। ସ୍ଥନାୟ ଟିଏମସି ନେତାଙ୍କ ଚାପରେ ପ୍ରଶାସନ ଏଭଳି କାମ କରିଛି । ଏହି ମାମଲାରେ ସମ୍ପୃକ୍ତ ଟିଏମସି ନେତାଙ୍କ ପୁଅ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହି ଘଟଣା ପରେ ବିଜେପି ରାଣଘାଟଣେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ମୃତକଙ୍କୁ ନ୍ୟାୟ ଦାବି କରି ବିଜେପି ବନ୍ଦ ଡାକରା ଦେଇଥିଲା ।
ଅନ୍ୟପଟେ ପିଆଇଏଲ ମାମଲା ଣୁଣାଣି ନେଇ କୋର୍ଟ ଆବେଦନ ଗ୍ରହଣ କରିଛନ୍ତି। ଆସନ୍ତା କାଲି ମାମଲାର ଶୁଣାଣି ରହିଛି। ବୀରଭୂମ ହିଂସାକାଣ୍ଡ ପରେ ରାଜ୍ୟରେ ଏମଳି ନାରକୀୟ କାଣ୍ଡ ସାମ୍ନାକୁ ଆସିଛି। ବୀରଭୂମ ହିଂସାକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିରେ ୨ ଜଣ ଶିଶୁ ଥିଲେ। ବିରୋଧୀ ବିଜେପି ଏହି ପ୍ରସଙ୍ଗକୁ ନିୟମିତ ଉଠାଇ ରାଜ୍ୟସରକାରଙ୍କୁ ଘେରିବା ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
