Advertisment

ମର୍ସିଡିଜରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ସନ୍ଦେହ ଘେରରେ ବିଧାୟକଙ୍କ ପୁଅ

ହାଇଦ୍ରାବାଦ: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ୩ ଜଣ ଅସଦାଚରଣ କରିବା ସହ ମର୍ସିଡିଜ କାର ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ ନାବାଳକ ସାମିଲ ଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ପୁଲିସ୍‌ ଘଟଣା ଘଟିଥିବା କାରକୁ ଜବତ କରି ଅଧିକ ଖୋଳତାଡ଼ କରୁଛି। ଜୁନ୍‌ ୧ରେ ଜୁବଲି ହିଲ୍ସ ପୁଲିସ୍‌ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଥିଲା। ପୁଲିସ୍‌ […]

author-image
Hemant Lenka
ନାବାଳିକାଙ୍କୁ ଦୁଷ୍କର୍ମ କରି ଜାଳିଦେଲେ

stop-rape

ହାଇଦ୍ରାବାଦ: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ୩ ଜଣ ଅସଦାଚରଣ କରିବା ସହ ମର୍ସିଡିଜ କାର ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ ନାବାଳକ ସାମିଲ ଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ପୁଲିସ୍‌ ଘଟଣା ଘଟିଥିବା କାରକୁ ଜବତ କରି ଅଧିକ ଖୋଳତାଡ଼ କରୁଛି।

Advertisment

ଜୁନ୍‌ ୧ରେ ଜୁବଲି ହିଲ୍ସ ପୁଲିସ୍‌ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଥିଲା। ପୁଲିସ୍‌ ଏବେ ଘଟଣାରେ କେତେ ସତ୍ୟତା ରହିଛି, ତା’ର ଯାଞ୍ଚ କରୁଛି। ଶନିବାର ଏହି ଘଟଣା ଘଟିଥିଲା। ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରାଥମିକ ଭାବେ ଆଇପିସିର ୩୫୪ ଓ ପକ୍‌ସୋ ଆଇନ ଅନୁଯାୟୀ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ୧୭ ବର୍ଷୀୟ ଝିଅର ମେଡିକାଲ ଟେଷ୍ଟ କରାଯାଇଥିଲା। ମେଡିକାଲ ରିପୋର୍ଟରେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ପୁଲିସ୍‌ ୩୭୬ର ଦଫା ମଧ୍ୟ ଲଗାଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଗୋଟିଏ ପାର୍ଟିରେ ପୀଡ଼ିତା ଓ ଅଭିଯୁକ୍ତମାନେ ଯୋଗ ଦେଇଥିଲେ। ପାର୍ଟି ଚାଲିଥିବା ବେଳେ କାର୍‌ ମଧ୍ୟରେ ଏପରି ଘଟଣା ଘଟିଛି। ଉକ୍ତ ପାର୍ଟିରେ ଜଣେ ବିଧାୟକଙ୍କ ପୁଅ ରହିଥିଲେ। ତେଣୁ ତାଙ୍କୁ ମଧ୍ୟ ସନ୍ଦେହ ଘେରରେ ରଖାଯାଇଛି। ପୀଡ଼ିତା ଜଣଙ୍କ କେବଳ ଜଣେ ଅଭିଯୁକ୍ତଙ୍କୁ ନାଁ ନେଇଛନ୍ତି। ଅଭିଯୁକ୍ତ ଜଣଙ୍କ ନାବାଳକ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ୍‌ ବେଶ ସତର୍କତାର ସହ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

Advertisment