Advertisment

ଏଲ୍‌ଇଡି ଟିଭି ଫାଟି ନାବାଳକ ମୃତ, ଭୁଶୁଡ଼ି ଗଲା କାନ୍ଥ

ଗାଜିଆବାଦ: ଏଲ୍ଇଡି ଟିଭି ଫାଟି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ଯାଇଛି। ମଙ୍ଗଳବାର ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ଏଥିରେ ନାବାଳକଙ୍କ ମା’, ପିଉସୀ ଓ ତାଙ୍କର ଜଣେ ସାଙ୍ଗ ଆହତ ହୋଇଛନ୍ତି। ମୃତ ନାବାଳକଙ୍କ ନାଁ ଓମେନ୍ଦ୍ର (୧୬)। ଏହି ଘଟଣା ବେଳେ ସେହି ରୁମ୍‌ରେ ଓମେନ୍ଦ୍ର, ତାଙ୍କ ମା’, ପିଉସୀ ଓ ସାଙ୍ଗ ବସିଥିଲେ। ଟିଭିଟି ଫାଟିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପୂରା […]

ଏଲ୍‌ଇଡି ଟିଭି ଫାଟି ନାବାଳକ ମୃତ, ଭୁଶୁଡ଼ି ଗଲା କାନ୍ଥ

wall collapsed

Advertisment

ଗାଜିଆବାଦ: ଏଲ୍ଇଡି ଟିଭି ଫାଟି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ଯାଇଛି। ମଙ୍ଗଳବାର ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ଏଥିରେ ନାବାଳକଙ୍କ ମା’, ପିଉସୀ ଓ ତାଙ୍କର ଜଣେ ସାଙ୍ଗ ଆହତ ହୋଇଛନ୍ତି।

Advertisment

ମୃତ ନାବାଳକଙ୍କ ନାଁ ଓମେନ୍ଦ୍ର (୧୬)। ଏହି ଘଟଣା ବେଳେ ସେହି ରୁମ୍‌ରେ ଓମେନ୍ଦ୍ର, ତାଙ୍କ ମା’, ପିଉସୀ ଓ ସାଙ୍ଗ ବସିଥିଲେ। ଟିଭିଟି ଫାଟିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପୂରା ଘର ଦୋହଲି ଯାଇଥିଲା। ଯେଉଁ କାନ୍ଥରେ ଟିଭିଟି ଲାଗିଥିଲା ତାହା ଭୁଶୁଡ଼ି ଯାଇଥିଲା।

ଟିଭି ଫାଟି ଏହାର ବିଭିନ୍ନ ଅଂଶ ଓମେନ୍ଦ୍ରଙ୍କ ଶରୀରରେ ପଶି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଓମେନ୍ଦ୍ରଙ୍କ ମା’ ଓ ସାଙ୍ଗ କରଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପିଉସୀଙ୍କୁ ଚିକିତ୍ସା ପରେ ହସ୍ପିଟାଲ୍‌ରୁ ଛାଡ଼ି ଦିଆଯାଇଛି।

ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ପରେ ପୁଲିସ୍ କହିଛି ଯେ ଏଲ୍ଇଡି ଟିଭିଟି କାନ୍ଥରେ ଲାଗିଥିଲା। କୌଣସି କାରଣ ବଶତଃ ତାହା ଫାଟି ଯାଇଥିଲା। ଫଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଗଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe