Advertisment

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମୁଖତାର ଅବ୍ବାସ ନକଭି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ସମ୍ଭାଳୁ ଥିଲେ। ଏଥିସହ ମୁଖତାର ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ। ଆସନ୍ତାକାଲି ମୁଖତାର ଅବ୍ବାସ ନକଭିଙ୍କ କାର୍ଯ୍ୟକାଳ ଶେଷ ହୋଇଥା’ନ୍ତା। ତେବେ ଏହା ପୂର୍ବରୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ନକଭିଙ୍କୁ ଚଳିତ ଥର ବିଜେପି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି

mukhtar-abbas-naqvi

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମୁଖତାର ଅବ୍ବାସ ନକଭି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ସମ୍ଭାଳୁ ଥିଲେ। ଏଥିସହ ମୁଖତାର ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ।

Advertisment

ଆସନ୍ତାକାଲି ମୁଖତାର ଅବ୍ବାସ ନକଭିଙ୍କ କାର୍ଯ୍ୟକାଳ ଶେଷ ହୋଇଥା'ନ୍ତା। ତେବେ ଏହା ପୂର୍ବରୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ନକଭିଙ୍କୁ ଚଳିତ ଥର ବିଜେପି ରାଜ୍ୟସଭା ପଠାଇ ନାହିଁ। ତେବେ ଦଳ ତାଙ୍କୁ କୌଣସି ଏକ ବଡ ଦାୟିତ୍ୱ ଦେଇପାରେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ମୋଦି ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟତା ଗୁରୁବାର ଶେଷ ହେବାକୁ ଯାଉଛି। ଏଥିରେ ମୁଖତାର ଅବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁ କୋଟାରେ ଆର୍‌ସିପି ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି। ଏହି ଦୁଇ ନେତାଙ୍କ ପାଖରେ ଜୁଲାଇ ୬ ପରଠାରୁ କୌଣସି ବି ଗୃହର ସଦସ୍ୟତା ପଦ ରହିବ ନାହିଁ। ରାଜ୍ୟସଭା ସାଂସଦ ରୂପେ ଆଜି ଉଭୟଙ୍କ ଶେଷ ଦିନ ଥିଲା।

Advertisment

https://twitter.com/ANI/status/1544642952340783105?s=20&t=E1-xPkqABAB6Daz9a4RzWA