Advertisment

ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିକ୍ସ ଡୋଜ୍‌

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ମହାମାରୀର ଦ୍ୱିତୀୟ ଲହରର କହର। କେବଳ ସେତିକି ନୁହେଁ କରୋନାର ନୂଆ ନୂଆ ଭାରିଏଣ୍ଟ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଭାରିଏଣ୍ଟଗୁଡିକୁ ମାତ ଦେବାରେ ଆଣ୍ଟିବଡି ମଧ୍ୟ କାମ ଦେଉନଥିବା ଅନେକ ଅଧ୍ୟୟନରେ କୁହାଯାଉଛି। ଏହାରି ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ରୋଗୀଙ୍କ ଠାରେ ଅଧିକ ଫଳପ୍ରଦ ହେଉଛି ମିକ୍ସ ଡୋଜ। ସ୍ୱଦେଶୀ ଟିକା କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ମିକ୍ସ ଡୋଜ କରୋନାରୁ ଅଧିକ […]

ଅଦ୍ୟତନ ହୋଇଛି
ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିକ୍ସ ଡୋଜ୍‌

Vaccine

Advertisment

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ମହାମାରୀର ଦ୍ୱିତୀୟ ଲହରର କହର। କେବଳ ସେତିକି ନୁହେଁ କରୋନାର ନୂଆ ନୂଆ ଭାରିଏଣ୍ଟ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଭାରିଏଣ୍ଟଗୁଡିକୁ ମାତ ଦେବାରେ ଆଣ୍ଟିବଡି ମଧ୍ୟ କାମ ଦେଉନଥିବା ଅନେକ ଅଧ୍ୟୟନରେ କୁହାଯାଉଛି। ଏହାରି ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି।

Advertisment

କରୋନା ରୋଗୀଙ୍କ ଠାରେ ଅଧିକ ଫଳପ୍ରଦ ହେଉଛି ମିକ୍ସ ଡୋଜ। ସ୍ୱଦେଶୀ ଟିକା କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ମିକ୍ସ ଡୋଜ କରୋନାରୁ ଅଧିକ ସୁରକ୍ଷିତ ଦେଉଛି। ମିସ୍କ ଡୋଜ ଦେହରେ ଆଣ୍ଟିବଡିକୁ ବୃଦ୍ଧି କରିପାରିବ ବୋଲି ଆଇସିଏମ୍‌ଆର୍‌ ଦାବି କରିଛି।

ଆଇସିଏମ୍‌ଆର୍‌ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଛି ଯେ, ଭାରତରେ ତିଆରି କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ର ମିକ୍ସ ଡୋଜକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଭଲ ପରିଣାମ ସାମ୍ନାକୁ ଆସିଛି। ଟିକାର ଦୁଇଟି ଡୋଜରେ କୋଭିଶିଲ୍ଡର ଗୋଟିଏ ଏବଂ କୋଭାକ୍ସିନର ଗୋଟିଏ ଡୋଜ୍‌ କେବଳ ନିରାପଦ ନୁହେଁ, ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି ଦାବି କରାଯାଇଛି।

Advertisment

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜୁଲାଇରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ର ମିଶ୍ରିଣ ଉପରେ ଅଧ୍ୟୟନ କରିବାକୁ ସୁପାରିଶ କରିଥିଲେ। ବିଶେଷଜ୍ଞ କମିଟି, ବିସ୍ତୃତ ବିଚାର ବିମର୍ଶ ପରେ, ଚତୁର୍ଥ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ CMC, ଭେଲୋରକୁ ସୁପାରିଶ କକରିଥିଲା । ଏହି ପରୀକ୍ଷାରେ ୩୦୦ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ ଥିଲେ ।

ସୂଚନାଯୋଗ୍ୟ ଯେ ଭାରତର ଟିକାକରଣ ପ୍ରଟୋକଲ ମୁତାବକ ଯେଉଁ କମ୍ପାନୀର ଟିକା ପ୍ରଥମ ଡୋଜରେ ନିଆଯାଇଥିବ, ଦ୍ୱିତୀୟ ଡୋଜ୍ ମଧ୍ୟ ସେହି କମ୍ପାନୀର ଟିକା ନେବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ କରୋନାର ସାମ୍ନାକୁ ଆସୁଥିବା ନୂଆ ନୂଆ ଭୟାନକ ଭାରିଏଣ୍ଟକୁ ନେଇ କରାଯାଇଥିବା ବୈଜ୍ଞାନିକଙ୍କ ଅଧ୍ୟୟନରେ ମିକ୍ସ ଆଣ୍ଡ ମ୍ୟାଚ୍‌ ଟିକାକରଣକୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଇଛି।

https://twitter.com/ANI/status/1424236411583037440?s=20

COVID-19 ICMR Covaxin Covishield
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe