/odisha-reporter/media/post_attachments/uploads/2022/10/ppp.jpg)
ppp
ବିଦାର: କର୍ଣ୍ଣାଟକରେ ଧାର୍ମିକ ଭାବନାକୁ ନେଇ ଏକ ବିବାଦୀୟ ପରିସ୍ଥିତି ଉପୁଜିଛି। କର୍ଣ୍ଣାଟକର ବିଦାର ଜିଲ୍ଲାରେ ଦଶହରା ରାଲି ବେଳେ ଏକ ଗୋଷ୍ଠୀ ସେଠାରେ ଥିବା ଐତିହ୍ୟସମ୍ପନ୍ନ ମଦ୍ରାସାକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହି ଘରେ ସେମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବା ସହ ପୂଜାର୍ଚ୍ଚନା କରିଥିବା ଅଭିଯୋଗ ହୋଇଛି। ଏନେଇ ୯ ଜଣଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। କିନ୍ତୁ ଏଯାଏ କାହାକୁ ଗିରଫ କରାଯାଇ ନାହିଁ। ଯଦି ଏହି ଘଟଣାରେ କାହାକୁ ଗିରଫ କରାଯାନଯାଏ ତେବେ ମୁସଲିମ ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଚେତେବନୀ ଦିଆଯାଇଛି। ବିଦାର୍ରେ ୧୪୬୦ରେ ନିର୍ମିତ ମହମୁଦ୍ ଗେୱାନ୍ ମଦ୍ରାସାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଐତିହ୍ୟ ସ୍ମାରକୀ ମାନ୍ୟତା ପ୍ରଦାନ କରିଛି। ବୁଧବାର ଦିନ ଏକ ଗୋଷ୍ଠୀ ଏହି ବିଲଡିଂକୁ ଭାଙ୍ଗିଥିବା ପୁଲିସ କହିଛି ।
ସେମାନେ ସେଠାରେ ପଶି ଜୟ ଶ୍ରୀରାମ ନାରା ସାଙ୍ଗକୁ ହିନ୍ଦୁ ଧର୍ମକୀ ଜୟ ନାରା ଦେଇଥିଲେ। ଏହାପରେ ସେମାନେ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଉକ୍ତ ଘଟଣା ପାଇଁ ‘ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ମୁସ୍ଲିମିନ୍’ର ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ରାଜ୍ୟର ଶାସକ ବିଜେପିକୁ ସମାଲୋଚନା କରିଛନ୍ତି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଡେକ୍କା କିଶୋର ବାବୁ କହିଛନ୍ତି, ଦଶହରା ସମୟରେ ପୂଜାର୍ଚ୍ଚନା କରିବା ନିଜାମ୍ଙ୍କ ଅମଳରୁ ନିୟମିତ ଚାଲି ଆସିଛି।
ମସ୍ଜିଦ୍ ପରିସରରେ ଗୋଟାଏ ମୀନାର ରହିଛି। ସେଠାକୁ ସାଧାରଣତଃ ୨-୪ଜଣ ଲୋକ ଯାଆନ୍ତି, କିନ୍ତୁ ଏଥର ଅନେକ ଲୋକ ପଶିଯାଇଥିଲେ। ମସ୍ଜିଦ୍ରେ ପଶିବାକୁ କେହି ବେଆଇନ ଭାବେ ତାଲା ଭାଙ୍ଗି ନାହାନ୍ତି। ଆମେ ଏତଲା ପଞ୍ଜୀକରଣ କରିଛୁ ଓ ଦୁର୍ବୃତ୍ତମାନଙ୍କୁ ଗିରଫ କରିବୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
