Advertisment

ପଞ୍ଜାବ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଗଲେ ଲୋକେ, ‘ମୋଦି ଜିନ୍ଦାବାଦ୍‌’ କହିବାକୁ କଲେ ବାଧ୍ୟ

ଚଣ୍ଡିଗଡ଼: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ରାଜନୀତିକ ରୂପ ନେଇ ସାରିଥିବା ବେଳେ ଏଥିଯୋଗୁ ଗତକାଲି ଅକଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଓପି ସୋନି। ‘ଜୟ ଶ୍ରୀରାମ’ ନାରା ଦେଇ କିଛି ଲୋକ ତାଙ୍କ ପଥରୋଧ କରିଥିଲେ। ଏମିତି ତାଙ୍କୁ ‘ମୋଦି ଜିନ୍ଦାବାଦ୍’ କହିବାକୁ ବାଧ୍ୟ କରିଥିଲେ। ଶେଷରେ ସ୍ଥିତିକୁ ଦେଖି ଉପ-ମୁଖ୍ୟମନ୍ତ୍ରୀ ଓପି ସୋନି କାର୍‌ ବାହାରକୁ ଆସି ‘ମୋଦି ଜିନ୍ଦାବାଦ୍‌’ କହିଥିଲେ। ତା’ପରେ ଯାଇ […]

ଅଦ୍ୟତନ ହୋଇଛି
ପଞ୍ଜାବ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଗଲେ ଲୋକେ, ‘ମୋଦି ଜିନ୍ଦାବାଦ୍‌’ କହିବାକୁ କଲେ ବାଧ୍ୟ

mob

Advertisment

ଚଣ୍ଡିଗଡ଼: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ରାଜନୀତିକ ରୂପ ନେଇ ସାରିଥିବା ବେଳେ ଏଥିଯୋଗୁ ଗତକାଲି ଅକଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଓପି ସୋନି। ‘ଜୟ ଶ୍ରୀରାମ’ ନାରା ଦେଇ କିଛି ଲୋକ ତାଙ୍କ ପଥରୋଧ କରିଥିଲେ। ଏମିତି ତାଙ୍କୁ ‘ମୋଦି ଜିନ୍ଦାବାଦ୍’ କହିବାକୁ ବାଧ୍ୟ କରିଥିଲେ। ଶେଷରେ ସ୍ଥିତିକୁ ଦେଖି ଉପ-ମୁଖ୍ୟମନ୍ତ୍ରୀ ଓପି ସୋନି କାର୍‌ ବାହାରକୁ ଆସି ‘ମୋଦି ଜିନ୍ଦାବାଦ୍‌’ କହିଥିଲେ। ତା’ପରେ ଯାଇ ସେ ଭିଡ଼ରୁ ମୁକ୍ତି ପାଇଥିଲେ।

Advertisment

ଏହି ଘଟଣାର ଏକ ଭିଡିଓକୁ ପଞ୍ଜାବର ଜଣେ ସାମ୍ବାଦିକ ଗଗନଦୀପ ସିଂହ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କିଛି ଲୋକ ପଞ୍ଜାବ ଉପ-ମୁଖ୍ୟମନ୍ତ୍ରୀଙ୍କ କାର୍‌କୁ ଘେରି ଯାଇଛନ୍ତି। ବର୍ଷା ବି ହେଉଛି। ଆଉ ଭିଡ଼କୁ ହଟାଇବାକୁ ପୁଲିସ୍ କର୍ମଚାରୀମାନେ ମଧ୍ୟ ପ୍ରୟାସ କରୁଛନ୍ତି।

ଏହା ପୂର୍ବରୁ ଗତକାଲି କିଛି ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ କାଫିଲା ଆଡ଼କୁ ମାଡ଼ି ଆସିଥିଲେ। ଏହା ଦେଖି ମୁଖ୍ୟମନ୍ତ୍ରୀ କାର୍‌ ଅଟକାଇ ଥିଲେ ଓ ବାହାରକୁ ଆସି ବିକ୍ଷୋଭକାରୀଙ୍କୁ ପଚାରିଥିଲେ, ‘ଆପଣମାନଙ୍କର ଦାବି କ’ଣ?’ ବିକ୍ଷୋଭକାରୀମାନେ କହିଥିଲେ ଯେ ଦୁଇ ମାସ ହେଲାଣି ସେମାନଙ୍କ ଦାବି କେହି ଶୁଣୁ ନାହାନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁକ୍ରବାର ଚଣ୍ଡିଗଡ଼ ସ୍ଥିତ ତାଙ୍କ ବାସଭବନରେ ଆସି ଭେଟିବାକୁ କହିଥିଲେ।

Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ ଗତକାଲି ଏକ ସଭାରେ କହିଥିଲେ ଯେ ବୁଧବାର ପ୍ରଧାନମନ୍ତ୍ରୀ ଆଦୌ ବିପଜ୍ଜନକ ସ୍ଥିତିରେ ନଥିଲେ। ତାଙ୍କ ସଭାରେ ଆଶା ମୁତାବକ ଲୋକ ହୋଇ ନଥିବାରୁ ସେ ଫ୍ଲାଏ ଓଭର ଉପରେ କିଛି ସମୟ ଅଟକି ଫେରି ଯାଇଥିଲେ।

PM Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe