କର୍ତ୍ତବ୍ୟ ପଥ ଉଦଘାଟନ ସହ ନେତାଜୀଙ୍କ ଷ୍ଟାଚ୍ୟୁକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ଅଧୀନରେ ନୂଆ କରି ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ଲମ୍ବିଥିବା କର୍ତ୍ତବ୍ୟ ପଥକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପୂର୍ବରୁ ରାଜପଥ ନାଁରେ ଏହି ମାର୍ଗ ଜଣାଶୁଣା ଥିବା ବେଳେ ଆଜି ଠାରୁ ଏହାର ନାଁ କର୍ତ୍ତବ୍ୟ ପଥ ହୋଇ ଯାଇଛି। ଏବେ ଇଂରେଜମାନଙ୍କ ରାଜପଥ ଇତିହାସରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ ରାଜପଥର ନାଁ ପରିବର୍ତ୍ତନ […]

Modi

Modi

Hemant Lenka
  • Published: Thursday, 08 September 2022
  • Updated: 08 September 2022, 08:44 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ଅଧୀନରେ ନୂଆ କରି ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ଲମ୍ବିଥିବା କର୍ତ୍ତବ୍ୟ ପଥକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପୂର୍ବରୁ ରାଜପଥ ନାଁରେ ଏହି ମାର୍ଗ ଜଣାଶୁଣା ଥିବା ବେଳେ ଆଜି ଠାରୁ ଏହାର ନାଁ କର୍ତ୍ତବ୍ୟ ପଥ ହୋଇ ଯାଇଛି।

ଏବେ ଇଂରେଜମାନଙ୍କ ରାଜପଥ ଇତିହାସରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ ରାଜପଥର ନାଁ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହି ରାସ୍ତାକୁ କିଙ୍ଗ୍ସ ୱେ ବୋଲି କୁହାଯାଉଥିଲା। ଦେଶ ସ୍ୱାଧୀନ ହେବା ପରେ ୧୯୫୫ରେ ଏହାର ନାଁ ବଦଳାଯାଇ ରାଜପଥ ରଖାଯାଇଥିଲା। ଆଉ ଏବେ ଏହାର ନାଁ କର୍ତ୍ତବ୍ୟପଥକୁ ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଦିନ ମଧ୍ୟ ସୂଚନା ଦେଇଥିଲେ।

ସେହିପରି ଇଣ୍ଡିଆ ଗେଟ୍‌ କର୍ତ୍ତବ୍ୟ ପଥରେ ତିଆରି କରାଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ମଧ୍ୟ ମୋଦି ଅନାବରଣ କରିଛନ୍ତି। ଇଣ୍ଡିଆ ଗେଟ୍ ପାଖରେ ଗତ ଜାନୁଆରୀ ୨୩ ତାରିଖ ପରାକ୍ରମ ଦିବସ ଅବସରରେ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ନେତାଜୀ ସୁଭାଷଙ୍କ ହୋଲୋଗ୍ରାମର ଅନାବରଣ କରିଥିଲେ ସେଠାରେ ହିଁ ନୂଆ ପ୍ରତିମୂର୍ତ୍ତିକୁ ତିଆରି କରାଯାଇଛି।

ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଆକର୍ଷଣୀୟ ପ୍ରତିମୂର୍ତ୍ତି ଉଚ୍ଚତା ୨୮ ଫୁଟ୍, ଲମ୍ବ ୧୦ ଫୁଟ୍ ଓ ଚଉଡ଼ା ୮ ଫୁଟ୍। ମୂର୍ତ୍ତି ନିର୍ମାଣ ପାଇଁ ତେଲେଙ୍ଗାନାରୁ ୨୮୦ ମେଟ୍ରିକ୍ ଟନର ଗୋଟିକିଆ ପଥର ଆସିଛି। ଏହି ପଥର ଆଣିବା ପାଇଁ ୧୦୦ ଫୁଟ୍ ଲମ୍ବ ବିଶିଷ୍ଟ ଗୋଟିଏ ୧୪୦ ଚକିଆ ସ୍ୱତନ୍ତ୍ର ଟ୍ରକ୍ ତିଆରି ହୋଇଥିଲା। ଟ୍ରକଟି ୧୬୬୫ କିଲୋମିଟର ରାସ୍ତା ଅତିକ୍ରମ କରି ପଥର ସହ ଦିଲ୍ଲୀରେ ପହଞ୍ଚିବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ଓଡ଼ିଆଙ୍କ ହାତରେ ହିଁ ତିଆରି ହୋଇଛି ଏହି ବିଶାଳ ପ୍ରତିମୂର୍ତ୍ତିର ଡିଜାଇନ୍। ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ଏହାର ଡିଜାଇନ୍ କରିଥିଲେ। ପଥର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନେତୃତ୍ୱରେ ୨୬ ହଜାର ଘଣ୍ଟାର ସମୟ ଆଉ ୨୮୦ ମେଟ୍ରିକ୍ ଟନର ପଥର ଖୋଦେଇ ପରେ ନେତାଜୀଙ୍କର ଏହି ମୂର୍ତ୍ତିଟି ତିଆରି ହୋଇଛି।

PM Modi unveils statue of Netaji - News Gossip 24
ଅନ୍ୟପକ୍ଷରେ କର୍ତ୍ତବ୍ୟପଥ ବିଜୟଚୌକରୁ ଇଣ୍ଡିଆ ଗେଟ୍ ଯାଏ ଲମ୍ବିଛି। ଏହି ରାସ୍ତା ଓ ଏହାର ଉଭୟ ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ପୂରା ଅଞ୍ଚଳକୁ ସେଣ୍ଟ୍ରାଲ ଭିସ୍ତା ଆଭିନ୍ୟୁ କୁହଯାଉଛି। ୩.୨ କିମିର କର୍ତ୍ତବ୍ୟପଥ ଆଖପାଖରେ ରହିଛି ଲାଲ୍ ଗ୍ରାନାଇଟ୍ ପଥରରେ ନିର୍ମିତ ସାଢ଼େ ୧୫ କିଲୋମିଟର ବ୍ୟାପୀ ଓ୍ୱାକ୍ୱୱେ, ୧୯ ଏକର ପରିମିତ ଅଞ୍ଚଳରେ ଆକର୍ଷଣୀୟ କେନାଲ୍। ଏହା ଉପରେ ୧୬ଟି ବ୍ରିଜ୍ ତିଆରି ହୋଇଛି। ଲୋକଙ୍କ ଆମୋଦ ପ୍ରମୋଦ, ଖାଦ୍ୟପେୟ ସୁବିଧା ପାଇଁ ଫୁଡ୍ ଷ୍ଟଲ୍, ଭେଣ୍ଡିଂଜୋନ୍, ଶୌଚାଳୟ, ପାର୍କିଂ ବ୍ୟବସ୍ଥା, ପଥଚାରୀଙ୍କ ପାଇଁ ଅଣ୍ଡରପାସିଂ ବ୍ୟବସ୍ଥା ରହିଛି।


ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ଅଧୀନରେ ନିର୍ମାଣ କାମ ଗତ ବର୍ଷ ଫେବୃଆରୀ ୧ରୁ ଆରମ୍ଭ ହୋଇଥିଲା। ଏହାର ସୌନ୍ଦର୍ଯ୍ୟକରଣ କାମ ପ୍ରାୟ ୨୦ ମାସ ଧରି ଚାଲିଥିଲା। ଏବେ ଏହାକୁ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ସେଣ୍ଟ୍ରାଲ୍ ଭିସ୍ତା ଅଞ୍ଚଳରେ ଏବେ ପ୍ରାୟ ୨ ମାସ ପାଇଁ ପାର୍କିଂ ଫି ଛାଡ଼ ରହିବ। ଏଠାରେ ହଜାରେରୁ ଅଧିକ କାର୍ ଓ ପ୍ରାୟ ୪୦ଟି ବସ୍ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos