Advertisment

ବଦଳୁଛି କି ରାଜନୀତିକ ସମୀକରଣ? ସଞ୍ଜୟ ରାଉତ କହିଲେ ମୋଦି ଦେଶର ସର୍ବୋଚ୍ଚ ନେତା

ନୂଆଦିଲ୍ଲୀ: ବିଜେପି ଓ ଶିବସେନା ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ’ଣ ହ୍ରାସ ପାଉଛି କି? କ’ଣ ପୁଣିଥରେ ଦୁଇ ଦଳ ଏକାଠି ହେବେ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି। କିଛି ଦିନ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ନୂଆ ରାଜନୀତି ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏସବୁ ଭିତରେ ଶିବସେନାର ସାଂସଦ ସଞ୍ଜୟ […]

author-image
Hemant Lenka
ବଦଳୁଛି କି ରାଜନୀତିକ ସମୀକରଣ? ସଞ୍ଜୟ ରାଉତ କହିଲେ ମୋଦି ଦେଶର ସର୍ବୋଚ୍ଚ ନେତା

Modi

ନୂଆଦିଲ୍ଲୀ: ବିଜେପି ଓ ଶିବସେନା ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ’ଣ ହ୍ରାସ ପାଉଛି କି? କ’ଣ ପୁଣିଥରେ ଦୁଇ ଦଳ ଏକାଠି ହେବେ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି। କିଛି ଦିନ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।

Advertisment

ଏହି ଭେଟଘାଟ ପରେ ନୂଆ ରାଜନୀତି ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏସବୁ ଭିତରେ ଶିବସେନାର ସାଂସଦ ସଞ୍ଜୟ ରାଉତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ନେତା କହିଛନ୍ତି। ସର୍ବାଦା ବିଜେପି ଓ ମୋଦିଙ୍କୁ ସମାଲୋଚନା କରୁଥିବା ସଞ୍ଜୟ ଏପରି ବୟାନ ଦେବାରୁ ରାଜନୀତିକ ପଣ୍ଡିତମାନେ ଭିନ୍ନଭିନ୍ନ ଆକଳନ କରିବାରେ ଲାଗିଛନ୍ତି।

ଶ୍ରୀ ରାଉତକୁ ଆଜି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ମିଡିଆରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଉଛି। ଏହି କାରଣରୁ ଆରଏସଏସ୍‌ ରାଜ୍ୟ ସ୍ତରରେ ପରିଚିତ ଚେହେରାଙ୍କୁ ପରବର୍ତ୍ତୀ ବିଧାନସଭାରେ ଆଗକୁ ଆଣିବାକୁ ପରାମର୍ଶ ଦେଉଛି।

Advertisment

ଆପଣ ଏହା ଉପରେ କ’ଣ କହିବେ? ଏହାର ଉତ୍ତରରେ ସଞ୍ଜୟ ରାଉତ କହିଛନ୍ତି, “ମୁଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ। ମୁଁ ମିଡିଆ ରିପୋର୍ଟ ସହ ଯିବିନାହିଁ। ଏ ସମ୍ପର୍କରେ କୌଣସି ବିଧିବଦ୍ଧ ବିବୃତି କେହି ବି ଜାରି କରି ନାହାନ୍ତି। ବିଜେପି ୭ ବର୍ଷ ଧରି ନିଜ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇ ଆସିଛି। ବର୍ତ୍ତମାନ ମୋଦି ହେଉଛନ୍ତି ଦେଶ ଓ ବିଜେପି ଦଳର ସର୍ବୋଚ୍ଚ ନେତା। ଶିବସେନା ସବୁବେଳେ ବିଶ୍ୱାସ କରେ ଯେ ପ୍ରଧାନମନ୍ତ୍ରୀ ହେଉଥିବା ବ୍ୟକ୍ତି ସମଗ୍ର ଦେଶର ନେତା। ସେ କେବେ ହେଲେ କୌଣସି ରାଜନୀତିକ ଦଳର ପ୍ରଧାନମନ୍ତ୍ରୀ ନୁହନ୍ତି।”

ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତି ପାଟିଲ ନିକଟରେ କହିଥିଲେ ଯେ ଯଦି ମୋଦି ଚାହିଁବେ ତା’ହେଲେ ତାଙ୍କ ଦାଳ ଟାଇଗର (ଶିବସେନାର ଚିହ୍ନ) ସହ ବନ୍ଧୁତା କରିବ। ଏହା ଉପରେ ଶ୍ରୀ ରାଉତ କହିଛନ୍ତି, “କେହ ବି ଗୋଟିଏ ବାଘ ସହ କେବେ ହେଲେ ବନ୍ଧୁତା କରିପାରିବେ ନାହିଁ। କେବଳ ବାଘ ହିଁ ତା’ହ ସହ କିଏ ବନ୍ଧୁତା କରିବ, ତା’ର ନିଷ୍ପତ୍ତି ନେଇଥାଏ।”