Advertisment

ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ। ‘ମଙ୍କିପକ୍ସ’କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ତେବେ ଏହି ଭାଇରସକୁ ନେଇ ଏବେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ଭୂତାଣୁ ଏବେ ପବନରେ ବି ବ୍ୟାପୁଥିବା ସନ୍ଦେହ […]

ଅଦ୍ୟତନ ହୋଇଛି
ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ

monkeypox

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ। 'ମଙ୍କିପକ୍ସ'କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ତେବେ ଏହି ଭାଇରସକୁ ନେଇ ଏବେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ଭୂତାଣୁ ଏବେ ପବନରେ ବି ବ୍ୟାପୁଥିବା ସନ୍ଦେହ କରାଯାଉଛି।

Advertisment

ଏକ ରିପୋର୍ଟ ଅନୁସାରେ ଏହି ମଙ୍କିପକ୍ସ ଭାଇରସ ପବନରେ ବ୍ୟାପିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ ତଥା ସିଡିସିର ଅଧିକାରୀମାନଙ୍କ ସନ୍ଦେହ ମୁତାବକ, 'ଏହି ମଙ୍କିପକ୍ସ ଭାଇରସ କମ୍‌ ଦୂରତା ଯାଏଁ ପବନରେ ବ୍ୟାପିପାରେ।' ଏଥିପାଇଁ ସାଧାରଣ ଜନତା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ମଙ୍କିପକ୍ସ ଭାଇରସରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧିବା ଦ୍ୱାରା ମଙ୍କିପକ୍ସ ସମେତ ଅନେକ ରୋଗରୁ ଦୂରେଇ ରହିପାରିବା ବୋଲି ସିଡିସି କହିଛି। ଯେଉଁ ଦେଶରେ ମଙ୍କିପକ୍ସ ମାମଲା ସକ୍ରିୟ ରହିଛି, ସେଠାକାର କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମାକ୍ସ ପିନ୍ଧିବାକୁ ସିଡିସି ପରାମର୍ଶ ଦେଇଛି। ଏଥିସହ ଯେଉଁ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ଅଛନ୍ତି, ସେମାନଙ୍କ ପାଖରୁ ଘର ଲୋକଙ୍କୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ମଙ୍କିପକ୍ସ ଭାଇରସ ପବନରେ ବ୍ୟାପିଛି ନା ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ କେବଳ ସନ୍ଦେହ କରାଯାଉଛି।

Advertisment

ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାରୁ ପ୍ରଥମେ ଏହି ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଥିଲା। ଏବେ ଏହା ୟୁରୋପ ଓ ଆମେରିକା ସମେତ ଅନେକ ଦେଶକୁ ମଧ୍ୟ ବ୍ୟାପି ସାରିଲାଣି। ପ୍ରକୃତରେ ଏହା ସ୍ମଲପକ୍ସ ଭଳି ଏକ ଭାଇରାଲ ଇନ୍‌ଫେକ୍ସନ, ଯାହା ମୂଷା ଏବଂ ମାଙ୍କଡଙ୍କ ଠାରୁ ମଣିଷ ଦେହକୁ ବ୍ୟାପୁଛି।

https://twitter.com/DrTedros/status/1534583073203015682?s=20&t=JnPcH_S1sML-Yv3by0bxzg

Monkeypox
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe