କୋଭିଡ ପ୍ରୋଟୋକଲ ଭିତରେ ମନସୁନ୍ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମନସୁନ୍ ଅଧିବେଶନ। ତେବେ ଗତ ଥର ଭଳି ଚଳିତ ଥର ମଧ୍ୟ ଏହା କୋଭିଡ ପ୍ରଟୋକଲ ମଧ୍ୟରେ ଚାଲିବ। ଏନେଇ ଉପରାଷ୍ଟ୍ରପତି ଓ ଲୋକସଭା ଅଧ୍ୟକ୍ଷକଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ, ମନସୁନ୍ ଅଧିବେଶରେ ସାଂସଦଙ୍କ ବସିବାକୁ ନେଇ ଗତ ୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଓ ଉଭୟ ସଦନର ମହାସିଚିବଙ୍କ ମଧ୍ୟରେ ବୈଠକ ହୋଇଥିଲା। […]

parliament

Madhupriya Mistry
  • Published: Friday, 09 July 2021
  • , Updated: 09 July 2021, 02:02 PM IST

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମନସୁନ୍ ଅଧିବେଶନ। ତେବେ ଗତ ଥର ଭଳି ଚଳିତ ଥର ମଧ୍ୟ ଏହା କୋଭିଡ ପ୍ରଟୋକଲ ମଧ୍ୟରେ ଚାଲିବ। ଏନେଇ ଉପରାଷ୍ଟ୍ରପତି ଓ ଲୋକସଭା ଅଧ୍ୟକ୍ଷକଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମନସୁନ୍ ଅଧିବେଶରେ ସାଂସଦଙ୍କ ବସିବାକୁ ନେଇ ଗତ ୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଓ ଉଭୟ ସଦନର ମହାସିଚିବଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଗତ ଅଧିବେଶନ ଭଳି ଚଳିତ ଅଧିବେଶନ ମଧ୍ୟ କରୋନା ପ୍ରଟୋକଲ ମଧ୍ୟରେ ଚାଲିବ।

ଇଣ୍ଡିଆ ଟିଭି ଦେଇଥିବା ସୂଚନା ମୁତାବକ ସକାଳ ୧୧ଟାରୁ ସନ୍ଧ୍ୟା ୬ ଯାଏ ଅଧିବେଶନ ଚାଲିବ। ସାମାଜିକ ଦୂରତାକୁ ଧ୍ୟାନରେ ରଖି ସାଂସଦଙ୍କ ବସିବାକୁ ନେଇ ଗୁରୁତ୍ୱ ଦିଆଯିବ। ଲୋକସଭାର ସାଂସଦମାନେ ଲୋକସଭା ଗ୍ୟାଲେରୀ ଏବଂ ରାଜ୍ୟସଭାର ସାଂସଦମାନେ ରାଜ୍ୟସଭାର ଗ୍ୟାଲେରୀରେ ବସିବେ। ଗତଥର ଭଳି ଚଳିତଥର ମଧ୍ୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ୍ ଏକାଠି ଚାଲିବା ନେଇ ସମ୍ଭାବନା ରହିଛି।

ମନସୁନ୍ ଅଧିବେଶନ ପାଇଁ ସମସ୍ତ ସାଂସଦଙ୍କ ଦୁଇଟି ଡୋଜ୍ ଟିକାକୁ ଗୁରୁତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟସଭା ସାଂସଦ ଦୁଇଟି ଟିକା ନେଇ ସାରି ଥିବାବେଳେ ୧୬ ଜଣ ସାଂସଦ ପ୍ରଥମ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ୬ ଜଣ ସାଂସଦ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ହେବାକୁ ଯାଉଛି । ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ଦୃଢ଼ କରି ରଖିବା ପାଇଁ ନୂତନ ମନ୍ତ୍ରୀମାନଙ୍କ ଲାଗି ଏହା ଏକ ଚ୍ୟାଲେଞ୍ଜ ହେବ ।

Related story