monsoon
ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖର ଗୋଟିଏ ଦିନ ଆଗରୁ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଜୁନ୍ ୧ ବଦଳରେ ମୌସୁମୀ ମେ’ ୩୧ରେ କେରଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ବିଭାଗ କହିଛି ଯେ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ ବଦଳରେ ମେ’ ୩୧ରେ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଆଗୁଆ କିମ୍ବା ୪ ଦିନ ପଛୁଆ ହୋଇପାରେ।
ସାଧାରଣତଃ ମୌସୁମୀ ପ୍ରଥମେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ବର୍ଷିଥାଏ। ଏହାପରେ ମୌସୁମୀ ବାୟୁ ବଙ୍ଗୋପ ସାଗର ଦେଇ ଉତ୍ତର-ପଶ୍ଚିମ ଅଞ୍ଚଳଗୁଡ଼ିକୁ କ୍ରମଶଃ ଗତି କରିଥାଏ। ନୂଆ ଆକଳନ ଅନୁଯାୟୀ, ମୌସୁମୀ ଆଣ୍ଡାମାନ ଉପରକୁ ମୌସୁମୀ ମେ’ ୨୨ ସୁଦ୍ଧା ଆସିଯିବ।
ଏହାପରେ ଏହା କେରଳରେ ପହଞ୍ଚିବ। ସେଠାରୁ ଭାରତର ବିଭିନ୍ନ ସ୍ଥାନକୁ ଧୀରେଧୀରେ ମୌସୁମୀ ଗତିଶୀଳ ହେବ ବୋଲି ବିଭାଗ ଆକଳନ କରିଛି। ସେହିପରି ମୌସୁମୀ ଚଳିତ ବର୍ଷ ଆଗୁଆ ଆସୁଥିଲେ ହେଁ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ। ବର୍ତ୍ତମାନ ଆରବ ସାଗର ଉପରେ ସ୍ପଷ୍ଟ ଲଘୁଚାପ ସୃଷ୍ଟି ହୋଇଛି। ଏହା ଘନଭୀତ ହୋଇ ୧୬ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ। ଏଥିଯୋଗୁ ମୌସୁମୀକୁ ଗତିଶୀଳ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେବ। ତେଣୁ ମୌସୁମୀ ଆଗୁଆ କେରଳରେ ପହଞ୍ଚିଯିବ ବୋଲି ବିଭାଗ ଆକଳନ କରିଛି।
ଭାରତରେ ସାଧାରଣତଃ ମୌସୁମୀ ସମୟ(ଜୁନ୍ରୁ ସେପ୍ଟେମ୍ବର)ରେ ମୋଟ ବୃଷ୍ଟିପାତର ୭୦% ବର୍ଷା ରେକର୍ଡ କରାଯାଏ। ମୌସୁମୀ ଉପରେ ଦେଶର ଚାଷ କାର୍ଯ୍ୟ ନିର୍ଭର କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/monsoon.jpg)