Advertisment

ବ୍ରିଜ୍‌ ଉପରୁ ନଦୀକୁ ଶବ ଫିଙ୍ଗୁଛନ୍ତି ଆମ୍ବୁଲାନ୍ସ କର୍ମଚାରୀ, ସଂକ୍ରମଣ ଆଶଙ୍କା ବଢ଼ିଲା

ପାଟନା: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଫଣା ଟେକିଥିବା ବେଳେ କିଛି ଲୋକଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିବାରେ ଲାଗିଛି। ଗଙ୍ଗା ଓ ଯମୁନା ନଦୀରେ ଶହଶହ ଶବକୁ ଲୋକମାନେ ଭସାଇ ଦେଉଛନ୍ତି। ଉତ୍ତର ପ୍ରଦେଶ ଓ ବିହାରର ବିଭିନ୍ନ ସ୍ଥାନରେ ନଦୀରେ ଶବ ଭାସୁଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏସବୁ ଭିତରେ ଆମ୍ବୁଲାନ୍ସ କର୍ମଚାରୀ ଶବ କେମିତି ନଦୀରେ ଫିଙ୍ଗି ଚାଲି ଯାଉଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ଉତ୍ତର […]

ଅଦ୍ୟତନ ହୋଇଛି
ବ୍ରିଜ୍‌ ଉପରୁ ନଦୀକୁ ଶବ ଫିଙ୍ଗୁଛନ୍ତି ଆମ୍ବୁଲାନ୍ସ କର୍ମଚାରୀ, ସଂକ୍ରମଣ ଆଶଙ୍କା ବଢ଼ିଲା

Dead

Advertisment

ପାଟନା: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଫଣା ଟେକିଥିବା ବେଳେ କିଛି ଲୋକଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିବାରେ ଲାଗିଛି। ଗଙ୍ଗା ଓ ଯମୁନା ନଦୀରେ ଶହଶହ ଶବକୁ ଲୋକମାନେ ଭସାଇ ଦେଉଛନ୍ତି। ଉତ୍ତର ପ୍ରଦେଶ ଓ ବିହାରର ବିଭିନ୍ନ ସ୍ଥାନରେ ନଦୀରେ ଶବ ଭାସୁଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

Advertisment

ଏସବୁ ଭିତରେ ଆମ୍ବୁଲାନ୍ସ କର୍ମଚାରୀ ଶବ କେମିତି ନଦୀରେ ଫିଙ୍ଗି ଚାଲି ଯାଉଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ବଲିଆକୁ ଲାଗିଥିବା ବିହାରର ସାରନ ସ୍ଥିତ ଜୟପ୍ରଭା ସେତୁରେ ଏପରି ଘଟଣା ଘଟିଛି। ବିହାରର ବିଜେପି ସାଂସଦ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ କହିଛନ୍ତି, ବ୍ରିଜ୍‌ ଉପରୁ କରୋନା ରୋଗୀଙ୍କ ଶବକୁ ଆମ୍ବୁଲାନ୍ସରେ ଆଣି ନଦୀରେ ଫିଙ୍ଗା ଯାଉଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ୟୁପି ସୀମାକୁ ସଂଯୋଗ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ରିଜ ଜୟପ୍ରଭା ସେତୁ ବର୍ତ୍ତମାନ କୋଭିଡ ସଂକ୍ରମିତଙ୍କ ଶବକୁ 'ନିଷ୍କାସନ'ର ମାଧ୍ୟମ ପାଲଟିଛି। ତେଣୁ ସାରନ କର୍ତ୍ତୃପକ୍ଷ ଏହା ଉପରେ ଧ୍ୟାନ ଦିଅନ୍ତୁ। ନଦୀକୁ ଯେମିତି କେହି ଶବ ନଫୋପାଡ଼ିବେ, ତା’ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏପରି ଘଟଣା ପାଇଁ ଉଭୟ ବିହାର ଓ ଉତ୍ତର ପ୍ରଦେଶ ଦାୟୀ। କାରଣ ଉଭୟ ରାଜ୍ୟର ଆମ୍ବୁଲାନ୍ସ ଶବକୁ ଆଣି ବ୍ରିଜରୁ ତଳକୁ ଫିଙ୍ଗିଦେଇ ଚାଲି ଯାଉଛନ୍ତି। ଫଳରେ ନଦୀରେ କରୋନା ରୋଗୀଙ୍କ ଶବ ଭାସୁଛି। ଏହାକୁ ପଶୁ ପକ୍ଷୀଙ୍କ ଠାରୁ ସାଧାରଣ ଲୋକ ବ୍ୟବହାର କରୁଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବା ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ବିହାରର ବକ୍ସର ଦେଇ ପ୍ରବାହିତ ଗଙ୍ଗା ନଦୀରେ ଗତକାଲି ୪୦ରୁ ଅଧିକ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଉତ୍ତର ପ୍ରଦେଶର ନଦୀ କୂଳିଆ ଲୋକ ଶବ ଗୁଡ଼ିକୁ ଏପରି ଭସାଇ ଦେଇଥିବା ପ୍ରଶାସନ ଆକଳନ କରିଥିଲା। ଗତକାଲି ରାତି ତମାମ ନଦୀରୁ ପ୍ରାୟ ୭୧ଟି ଶବ କଢ଼ା ଯାଇ ଏଗୁଡ଼ିକୁ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି। ସେହିପରି ସେମାନଙ୍କ ପରିଚୟ ପାଇଁ ଡିଏନଏ ସଂଗ୍ରହ କରି ରଖାଯାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe