Advertisment

ୟେଦ୍ଦ୍ୟୁରପ୍ପାଙ୍କ ଅଡ଼ୁଆ ବଢ଼ିଲା, ସହଯୋଗୀଙ୍କ ଠାରୁ ୭୫୦ କୋଟି ଟଙ୍କା ଠାବ

ବେଙ୍ଗାଲୁରୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦ୍ଦ୍ୟୁରପ୍ପାଙ୍କ ଅଡ଼ୁଆ ବଢ଼ିଛି। ଆୟକର ବିଭାଗ କିଛି ଦିନ ହେଲା ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରେ କରୁଥିବା ଚଢ଼ଉ ବେଳେ ସାଂଘାତିକ ତଥ୍ୟ ହାସଲ କରିଛି। ରେଡ୍‌ ବେଳେ ୟେଦ୍ଦ୍ୟୁରପ୍ପାଙ୍କ ସହଯୋଗୀ ବିଆର ରେମଶ ଓ ଅନ୍ୟମାନଙ୍କ ପାଖରୁ ବିପୁଳ ପରିମାଣର ଅଘୋଷିତ ସମ୍ପତ୍ତି ଠାବ ହୋଇଛି। ଚଢ଼ଉ ଓ ଜବତ ବେଳେ ୭୫୦ କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗ ସୁରାଗ ପାଇଛି। ଏହା […]

ଅଦ୍ୟତନ ହୋଇଛି
ୟେଦ୍ଦ୍ୟୁରପ୍ପାଙ୍କ ଅଡ଼ୁଆ ବଢ଼ିଲା, ସହଯୋଗୀଙ୍କ ଠାରୁ ୭୫୦ କୋଟି ଟଙ୍କା ଠାବ

Yedi

Advertisment

ବେଙ୍ଗାଲୁରୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦ୍ଦ୍ୟୁରପ୍ପାଙ୍କ ଅଡ଼ୁଆ ବଢ଼ିଛି। ଆୟକର ବିଭାଗ କିଛି ଦିନ ହେଲା ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରେ କରୁଥିବା ଚଢ଼ଉ ବେଳେ ସାଂଘାତିକ ତଥ୍ୟ ହାସଲ କରିଛି। ରେଡ୍‌ ବେଳେ ୟେଦ୍ଦ୍ୟୁରପ୍ପାଙ୍କ ସହଯୋଗୀ ବିଆର ରେମଶ ଓ ଅନ୍ୟମାନଙ୍କ ପାଖରୁ ବିପୁଳ ପରିମାଣର ଅଘୋଷିତ ସମ୍ପତ୍ତି ଠାବ ହୋଇଛି।

Advertisment

ଚଢ଼ଉ ଓ ଜବତ ବେଳେ ୭୫୦ କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗ ସୁରାଗ ପାଇଛି। ଏହା ମଧ୍ୟରେ ପ୍ରାୟ ୪୮୭ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ରହିଛି। ଆୟକର ବିଭାଗ ଅକ୍ଟୋବର ୭ରୁ ରେଡ ଆରମ୍ଭ କରିଥିଲା। ୪ଟି ରାଜ୍ୟର ୪୭ଟି ସ୍ଥାନରେ ଚଢ଼ଉ କରାଯିବା ପରେ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଆୟକର ବିଭାଗ ୟେଦ୍ଦ୍ୟୁରପ୍ପାଙ୍କ ସହଯୋଗୀଙ୍କ ଠିକଣାରେ ରେଡ୍‌ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଆୟକର ବିଭାଗ କେବଳ ୟେଦ୍ଦ୍ୟୁରପ୍ପାଙ୍କୁ ଚେକମେଟ ଓ କ୍ଷମତାଶୂନ୍ୟ କରିବାକୁ ଏପରି ରେଡ କରୁଛି।

Advertisment

ୟେଦ୍ଦ୍ୟୁରପ୍ପା ଓ ବିରୋଧୀ ଦଳ ନେତା ସିଦ୍ଧରମୈୟା ନିକଟରେ ମହୀଶୂରରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ସେମାନେ କର୍ଣ୍ଣାଟକାରେ ବିଜେପିକୁ ଦୁର୍ବଳ କରିବାକୁ କଥା ହୋଇଥିଲେ। ଏଥିପାଇଁ ୟେଦ୍ଦ୍ୟୁରପ୍ପାଙ୍କୁ ଚେକମେଟ କରିବାକୁ ବିଜେପି ଆଇଟି ବିଭାଗର ସହାୟତା ନେଇଛି। ଫଳରେ ଆୟକର ବିଭାଗ ୟେଦ୍ଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀଙ୍କୁ ଟାର୍ଗେଟ କରୁଛି। ବିଜେପି ୟେଦ୍ଦ୍ୟୁରପ୍ପାଙ୍କ ଉପରେ ନିଜର ହୁକୁମାତି ଜାହିର କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଥିଲେ।

ଆୟକର ରେଡ ବେଳେ ୪.୬୯ କୋଟିର ନଗଦ ଟଙ୍କା, ୮.୬୭ କୋଟିର ସୁନା ଅଳଙ୍କାର ଓ ୨୯.୮୩ ଲକ୍ଷର ଅଘୋଷିତ ରୁପା ସାମଗ୍ରୀ ଜବତ କରାଯାଇଛି। ବେଙ୍ଗାଲୁରୁରେ ଅବସ୍ଥାପିତ ୩ ଜଣ ଠିକାଦାର ବିରୋଧରେ ପ୍ରଥମେ ମାମଲା ହୋଇଥିଲା। ଏହାପରେ ଅକ୍ଟୋବର ୭ରୁ ଆୟକର ବିଭାଗ ୟେଦ୍ଦ୍ୟୁରପ୍ପାଙ୍କ ଘନିଷ୍ଠ ବିଆର ରମେଶ ଓ ଅନ୍ୟମାନଙ୍କ ଠିକଣାରେ ରେଡ ଆରମ୍ଭ କରିଥିଲା।

Karnataka B. S. Yediyurappa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe