Advertisment

‘ମୁଁ ୧୨୯ ଜଣ ପିଲାଙ୍କର ବାପା , ଲକ୍ଷ୍ୟ ୧୫୦’

ନୂଆଦିଲ୍ଲୀ: ଦଶ କି ୨୦ ନୁହଁ । ଜଣେ ବ୍ୟକ୍ତି ଶତାଧିକ ପିଲାଙ୍କର ବାପା ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ୧୨୯ ଜଣଙ୍କର ଜନକ ବୋଲି ଦାବି କରିଛନ୍ତି। କଥାଟି ଆଶ୍ଚର୍ଯ ଲାଗିପାରେ, ହେଲେ ସେ  ଯେଉଁ ଦାବି କରିଛନ୍ତି ସେଥିରେ ଯଥାର୍ଥ ରହିଛି। କାରଣ ସମ୍ପୃକ୍ତ ବ୍ୟକ୍ତି ଜଣକ ଶୁକ୍ରାଣୁ ଦାନ କରି ପରୋକ୍ଷରେ ୧୨୯ ଜଣଙ୍କର ବାପା ହୋଇଛନ୍ତି। ୟୁକେର ଜଣେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ବିଶ୍ୱର ଜଣେ ସବୁଠୁ ଅଧିକ ଉର୍ବର ଶୁକ୍ରାଣୁ […]

ଅଦ୍ୟତନ ହୋଇଛି
‘ମୁଁ ୧୨୯ ଜଣ ପିଲାଙ୍କର ବାପା , ଲକ୍ଷ୍ୟ ୧୫୦’

baby

Advertisment

ନୂଆଦିଲ୍ଲୀ: ଦଶ କି ୨୦ ନୁହଁ । ଜଣେ ବ୍ୟକ୍ତି ଶତାଧିକ ପିଲାଙ୍କର ବାପା ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ୧୨୯ ଜଣଙ୍କର ଜନକ ବୋଲି ଦାବି କରିଛନ୍ତି। କଥାଟି ଆଶ୍ଚର୍ଯ ଲାଗିପାରେ, ହେଲେ ସେ  ଯେଉଁ ଦାବି କରିଛନ୍ତି ସେଥିରେ ଯଥାର୍ଥ ରହିଛି। କାରଣ ସମ୍ପୃକ୍ତ ବ୍ୟକ୍ତି ଜଣକ ଶୁକ୍ରାଣୁ ଦାନ କରି ପରୋକ୍ଷରେ ୧୨୯ ଜଣଙ୍କର ବାପା ହୋଇଛନ୍ତି। ୟୁକେର ଜଣେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ବିଶ୍ୱର ଜଣେ ସବୁଠୁ ଅଧିକ ଉର୍ବର ଶୁକ୍ରାଣୁ ଡୋନର ଭାବେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ସିଲଭି ଜୋନ୍‌ ନାମକ ୬୬ ବର୍ଷୀୟ ଏହି ବ୍ୟକ୍ତି ପାଖାପାଖି ଏକ ଦଶନ୍ଧି ଧରି ନିଜର ଶୁକ୍ରାଣୁ ଦାନ କରି ଆସୁଛନ୍ତି। ସୋଶାଲ ମିଡିଆ ଫେସ୍‌ବୁକ୍‌ ମାଧ୍ୟମରେ ସେ ତାଙ୍କର ଅଭିଯାନ ଜାରି ରଖିଛନ୍ତି। ଡେଲି ମେଲ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି । ସିଲଭି ଜୋନ୍‌ କହିଛନ୍ତି ଯେ, ଏବେ ବି ୯ ଜଣ ବେବି ପ୍ରେଗ୍ନେସି ଷ୍ଟେଜ୍‌ରେ ଅଛନ୍ତି। ଆଗକୁ ସେ ଏହି ଅଭିଯାନ ଜାରି ରଖିବେ। ୧୫୦ ଜଣ ପିଲାଙ୍କର ବାପା ହେବାକୁ ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଫେସ୍‌ବୁକ୍‌ ମାଧ୍ୟମରେ ସେ ମାଗଣାରେ ଶୁକ୍ରାଣୁ ଦାନ କରୁଛନ୍ତି । ଅନେକ ପରିବାରରେ ସେ ଖୁସି ଆଣି ଦେଉଥିବାରୁ ଏଥିରେ ସେ ବେଶ ଆନନ୍ଦିତ ବୋଲି କହିଛନ୍ତି। ସେ ଅନେକ କ୍ଲକିନ୍‌ ଏବଂ ଶୁକ୍ରାଣୁ ବିକ୍ରେତାମାନଙ୍କୁ ଜାଣିଛନ୍ତି, ଯେଉଁମାନେ ଦାନ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ କେବଳ ସିମେନ ବିକ୍ରି କରନ୍ତି। କିନ୍ତୁ ମୁଁ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚାହେଁ ।

ମୋ ପାଇଁ ଯଦି କେହି ଜଣେ ମାତୃତ୍ୱ ଲାଭ କରେ ତାହା ମୋ ପାଇଁ ଖୁସିର ବିଷୟ ବୋଲି ସେ କହିଛନ୍ତି । ୟୁକେରେ ଜଣେ ୪୫ ବର୍ଷରୁ ଊର୍ଦ୍ଧ୍ୱ ହେଲେ ତାଙ୍କ ଶୁକ୍ରାଣୁ ଦାନ କରିପାରିବ। ସିଲଭି ଜୋନ୍‌ଙ୍କର ନିଜର ୩ ଜଣ ପିଲା ଅଛନ୍ତି। କିଛି ଲୋକ ସନ୍ତାନ ସୁଖ ପାଇପାରୁ ନଥିବା ଖବର କାଗଜରେ ପଢ଼ି ତାଙ୍କୁ ଦୁଃଖ ଲାଗି ଥିଲା। ଏହା ପରେ ସେ ଫେସ୍‌ବୁକ୍‌ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ସମସ୍ୟା ସମାଧାନ କରି ଆସୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe