Advertisment

ଘାରିଲା କରୋନା ଭୟ, ବିଷ ଖାଇ ଦେଲା ପୂରା ପରିବାର

ଚେନ୍ନାଇ: ଚାରିଆଡେ ଜାରି ରହିଛି କରୋନାର କହର। କରୋନାର ତୃତୀୟ ଲହରକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଆତଙ୍କ ଖେଳାଇଛି ଏହି ମାହାମାରୀ। ଏହାରି ଭିତରେ ଲୋକଙ୍କୁ ଏବେ କରୋନାରେ ସଂକ୍ରମିତ ହୋଇଯିବା ଭୟ ଘାରିଛି। ଏପରିକି ଏହାକୁ ଭୟ କରି ଲୋକେ ଜୀବନ ମଧ୍ୟ ହାରି ଦେଉଛନ୍ତି। ନିକଟରେ ତାମିଲନାଡୁର ମଦୁରାଇରୁ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। କରୋନାରେ ସଂକ୍ରମିତ ହୋଇଯିବା ଆଶଙ୍କାରେ ତାମିଲ୍‌ନାଡୁର ମଦୁରାଇରେ ଜଣେ ୨୩ ବର୍ଷୀୟ ଯୁବତୀ ଏବଂ […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ମୁଁ ୯୦% ରଖିପାରିବିନି, ତେଣୁ ମୋର ବଞ୍ଚିବାର ଅଧିକାର ନାହିଁ’

Death

ଚେନ୍ନାଇ: ଚାରିଆଡେ ଜାରି ରହିଛି କରୋନାର କହର। କରୋନାର ତୃତୀୟ ଲହରକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଆତଙ୍କ ଖେଳାଇଛି ଏହି ମାହାମାରୀ। ଏହାରି ଭିତରେ ଲୋକଙ୍କୁ ଏବେ କରୋନାରେ ସଂକ୍ରମିତ ହୋଇଯିବା ଭୟ ଘାରିଛି। ଏପରିକି ଏହାକୁ ଭୟ କରି ଲୋକେ ଜୀବନ ମଧ୍ୟ ହାରି ଦେଉଛନ୍ତି। ନିକଟରେ ତାମିଲନାଡୁର ମଦୁରାଇରୁ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି।

Advertisment

କରୋନାରେ ସଂକ୍ରମିତ ହୋଇଯିବା ଆଶଙ୍କାରେ ତାମିଲ୍‌ନାଡୁର ମଦୁରାଇରେ ଜଣେ ୨୩ ବର୍ଷୀୟ ଯୁବତୀ ଏବଂ ତାଙ୍କ ୩ ବର୍ଷିୟ ପୁଅ ବିଷ ଖାଇ ଜୀବନ ହାରିଥିବା କୁହାଯାଉଛି। ସୂଚନା ଅନୁସାରେ, ସଂକ୍ରମଣ ଆଶଙ୍କାରେ ମୃତା ଯୁବତୀଙ୍କ ମା' ଓ ଭାଇଙ୍କ ସମେତ ଉକ୍ତ ପରିବାରର ପ୍ରାୟ ୫ଜଣ ସଦସ୍ୟ ବିଷ ଖାଇଦେଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୩ଜଣ ବଞ୍ଚିଯାଇଥିବା ବେଳେ ଯୁବତୀ ଏବଂ ତାଙ୍କ ୩ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଗତ ଡିସେମ୍ବରରେ ମୃତ ଯୁବତୀଙ୍କ ବାପା ନାଗରାଜଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଖୁବ୍ ପ୍ରଭାବିତ କରିଥିଲା। ମୃତ ଯୁବତୀ ଜ୍ୟୋତିକା ମଧ୍ୟ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ମା' ଲକ୍ଷ୍ମୀଙ୍କ ପାଖରେ ରହୁଥିଲେ। ଜାନୁଆରି ୮ ତାରିଖରେ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ଜାଣିବା ପରେ ଜ୍ୟୋତିକା ଏ କଥା ତାଙ୍କ ମା' ଲକ୍ଷ୍ମୀଙ୍କୁ ଜଣାଇଥିଲେ। ଏହାପରେ କାଳେ ପରିବାରର ସମସ୍ତଙ୍କୁ କରୋନା ହୋଇଯିବ, ଏହି ଆଶଙ୍କାରେ ସମସ୍ତେ ବିଷ ଖାଇ ଦେଇଥିଲେ।

Advertisment

ପରଦିନ ପଡ଼ୋଶୀମାନଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜ୍ୟୋତିକା ଏବଂ ତାଙ୍କ ୩ ବର୍ଷର ପୁଅର ମୃତ୍ୟୁ ହୋଇସାରିଥିଲା। ପରେ ଉକ୍ତ ପରିବାରର ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୁଲିସ।  ଏବେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ କରୋନାକୁ ଭୟ ନକରି ଉଚିତ ଔଷଧ ତଥା ଡାକ୍ତରଙ୍କ ପରାମର୍ଶ ନେବାକୁ ପୁଲିସ ଲୋକଙ୍କୁ ପରାମର୍ଶ ଦେଇଛି।