Advertisment

ଟିଏମସି ପାର୍ଟି ଅଫିସରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ

କୋଲକାତା: ଆଉ କିଛି ସମୟ ପରେ ବିଜେପିକୁ ଲାଗିବ ଶକ୍ତ ଝଟକା। କାରଣ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବେ। ଏଥିପାଇଁ ମୁକୁଲ ଏବେ କୋଲକାତାରେ ଥିବା ଟିଏମସି ପାର୍ଟି ଅଫିସ ବା ଟିଏମସି ଭବନରେ ପହଞ୍ଚିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସିରେ ମିଶବେ। ଉଭୟ ଏବେ ବିଜେପିର ସଦସ୍ୟ ରହିଛନ୍ତି। ୨୦୧୭ରେ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ଏବେ ତାଙ୍କର ଘର ବାହୁଡ଼ା […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଜେପିର ବିଧାୟକ, ଟିଏମସି ନେତା: ଦୁଇଟି ଦଳରେ ଅଛନ୍ତି ମୁକୁଲ ରୟ

Mukul-Ray

କୋଲକାତା: ଆଉ କିଛି ସମୟ ପରେ ବିଜେପିକୁ ଲାଗିବ ଶକ୍ତ ଝଟକା। କାରଣ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବେ। ଏଥିପାଇଁ ମୁକୁଲ ଏବେ କୋଲକାତାରେ ଥିବା ଟିଏମସି ପାର୍ଟି ଅଫିସ ବା ଟିଏମସି ଭବନରେ ପହଞ୍ଚିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସିରେ ମିଶବେ। ଉଭୟ ଏବେ ବିଜେପିର ସଦସ୍ୟ ରହିଛନ୍ତି।

Advertisment

୨୦୧୭ରେ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ଏବେ ତାଙ୍କର ଘର ବାହୁଡ଼ା ହେଉଛି। ମୁକୁଲ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ଏବେ ସେ ଟିଏମସିରେ ମିଶିବାକୁ ଯାଉଛନ୍ତି।

ବର୍ତ୍ତମାନ ଟିଏମସି ଭବନରେ ଥିବା ମୁକଲ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ସହ ଆଲୋଚନା କରିବେ। ଏହାପରେ ସେ ବିଧିବଦ୍ଧ ଭାବେ ଟିଏମସିରେ ମିଶିବେ। ଆଜି ମଧ୍ୟାହ୍ନରେ ସେ ଘରୁ ବାହାରିବା ବେଳେ ସାମ୍ବାଦିକମାନେ ତାଙ୍କୁ କୁଆଡ଼େ ଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ।

Advertisment

ଏହାର ଜବାବରେ ସେ ଟିଏମସି ଭବନ ଯାଉଥିବା କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ କାଲିଘାଟ ବାସଭବନରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଟିଏମସି ଭବନରେ ପହଞ୍ଚିଛନ୍ତି। ଏକଦା ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ମୁକୁଲ ରୟ। କିନ୍ତୁ ୨୦୧୭ରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ସେହିପରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ମଧ୍ୟ ଦେଇଥିଲା।

West Bengal TMC Mukul Roy