କୁସ୍ତି ଯୋଦ୍ଧାରୁ ମୁଖ୍ୟମନ୍ତ୍ରୀ : ଏମିତି ଥିଲା ମୁଲାୟମଙ୍କ ଯାତ୍ରା...

ଲକ୍ଷ୍ନୌ: ସତ ଚେଷ୍ଟା ସତ୍ତ୍ୱେ ବିଫଳ ହୋଇଛି ଡାକ୍ତରଙ୍କ ଉଦ୍ୟମ। ଶେଷରେ ଦୀର୍ଘ ଦିନ ଧରି ମେଡିକାଲରେ ଜୀବନ-ମରଣ ସହ ସଂଘର୍ଷ କରି ଆଜି ହାରିଯାଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ୮୨ ବର୍ଷ ବୟସରେ ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ଅଗଷ୍ଟ ୨୨ରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଅକ୍ଟୋବର ୨ ତାରିଖରେ ଆଇସିୟୁକୁ […]

mulayam-singh-yadav

mulayam-singh-yadav

Tapas Behera
  • Published: Monday, 10 October 2022
  • Updated: 10 October 2022, 11:34 AM IST

ଲକ୍ଷ୍ନୌ: ସତ ଚେଷ୍ଟା ସତ୍ତ୍ୱେ ବିଫଳ ହୋଇଛି ଡାକ୍ତରଙ୍କ ଉଦ୍ୟମ। ଶେଷରେ ଦୀର୍ଘ ଦିନ ଧରି ମେଡିକାଲରେ ଜୀବନ-ମରଣ ସହ ସଂଘର୍ଷ କରି ଆଜି ହାରିଯାଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ୮୨ ବର୍ଷ ବୟସରେ ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ଅଗଷ୍ଟ ୨୨ରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଛି ।  ତାଙ୍କ ପରଲୋକ ଖବର ପାଇବା ପରେ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଉତ୍ତରପ୍ରଦେଶ ସୈଫାଇରେ ୨୨ ନଭେମ୍ବର ୧୯୩୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ମୁଲାୟମ୍ ସିଂ ଯାଦବ । କୁସ୍ତି ଯୋଦ୍ଧାରୁ ଶିକ୍ଷକ, ନେତା ଓ ପରେ ମୁଖ୍ୟମନ୍ତ୍ରୀ ବନିଥିବା ଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ମୁଲାୟମ୍। ଉତ୍ତରପ୍ରଦେଶ ରାଜନୀତିରେ ସାଇକେଲରୁ ଆରମ୍ଭ କରିଥିବା ଯାତ୍ରା ଯେ ଦିନେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ପହଞ୍ଚାଇଥିଲା । ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ, ୧୦ ଥରର ବିଧାୟକ, ୭ ଥରର ସାଂସଦ ଏବଂ କେନ୍ଦ୍ରରେ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳିଛନ୍ତି । ୧୯୬୭ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।  ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା, ଲୋକଙ୍କୁ ସଂଗଠନରେ ସାମିଲ କରିବା ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା।

ସେଥିପାଇଁ ୟୁପିରେ ସେ ଥିଲେ ନେତାଜୀ। ଜେପି ଆନ୍ଦୋଳନରେ ଜୟପ୍ରକାଶ ନାରାୟଣଙ୍କ କାନ୍ଧରେ କାନ୍ଧ ମିଶାଇ ଲଢ଼ିଥିଲେ ନିର୍ବାଚନ । ୧୯୮୯ରେ ପ୍ରଥମ ଥର ୟୁପିରେ ଜନତା ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମାଜବାଦୀ ଆନ୍ଦୋଳନର ପୋରଧା ଥିଲେ ମୁଲାୟମ୍ । ସମାଜବାଦୀଙ୍କ ସ୍ୱରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପଣ ନେଇ ୧୯୯୨ରେ ଗଠନ କରିଥିଲେ ସମାଜବାଦୀ ପାର୍ଟି । ଏହାପର ବର୍ଷ ଅର୍ଥାତ ୧୯୯୩ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।  ୧୯୯୬ରେ ଦିଲ୍ଲୀରେ ହୋଇଥିଲା ମୁଲାୟମଙ୍କ ଏଣ୍ଟ୍ରି । ୧୯୯୬ରେ ପ୍ରଥମ ଥର ଲୋକସଭା ସାଂସଦ ହେବା ପରେ ସେବର୍ଷ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ।  ଏହାପରେ ୨୦୦୩ରେ ପୁଣି ଥରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story