Advertisment

ମୁଲାୟମଙ୍କୁ ହତାଦର କରୁଛନ୍ତି ଅଖିଳେଶ, ବୋହୂଙ୍କୁ ଦେଲେ ଆଶୀର୍ବାଦ !

ଲକ୍ଷ୍ନୌ: ଯେଉଁ ଦଳକୁ ନିଜ ହାତରେ ଗଢ଼ିଥିଲେ ଏବେ ସେଇ ଦଳ ସମାଜବାଦୀ ପାର୍ଟି (ସପା) ପାଇଁ ମୁଲାୟମ ସିଂ ଯାଦବଙ୍କର ଆଉ ଦରଦ ନାହିଁ। ସେଠାରେ ବାପା ମୁଲାୟମଙ୍କୁ ପୁଅ ଅଖିଳେଶ ପଚାରୁ ନାହାନ୍ତି। ତାଙ୍କୁ ହତାଦର ଓ ଅବହେଳା କରୁଛନ୍ତି। ତେଣୁ ମୁଲାୟମ ବିଜେପି ପ୍ରତି ଢଳିଲେଣି। ଆଉ ସପା ଦଳ ସହ ମୁଲାୟମଙ୍କର ହୃଦୟଭରା ଆନ୍ତରିକତା ନାହିଁ। ବରଂ ବୋହୂ ଅପର୍ଣ୍ଣା ଯାଦବଙ୍କ ଦଳ ବିଜେପି ସହ ମୁଲାୟମଙ୍କର ଆଶୀର୍ବାଦ ରହିଛି। ଶୁକ୍ରବାର […]

author-image
Tapas Behera
ଅଦ୍ୟତନ ହୋଇଛି
ମୁଲାୟମଙ୍କୁ ହତାଦର କରୁଛନ୍ତି ଅଖିଳେଶ, ବୋହୂଙ୍କୁ ଦେଲେ ଆଶୀର୍ବାଦ !

aparna-2

ଲକ୍ଷ୍ନୌ: ଯେଉଁ ଦଳକୁ ନିଜ ହାତରେ ଗଢ଼ିଥିଲେ ଏବେ ସେଇ ଦଳ ସମାଜବାଦୀ ପାର୍ଟି (ସପା) ପାଇଁ ମୁଲାୟମ ସିଂ ଯାଦବଙ୍କର ଆଉ ଦରଦ ନାହିଁ। ସେଠାରେ ବାପା ମୁଲାୟମଙ୍କୁ ପୁଅ ଅଖିଳେଶ ପଚାରୁ ନାହାନ୍ତି। ତାଙ୍କୁ ହତାଦର ଓ ଅବହେଳା କରୁଛନ୍ତି। ତେଣୁ ମୁଲାୟମ ବିଜେପି ପ୍ରତି ଢଳିଲେଣି। ଆଉ ସପା ଦଳ ସହ ମୁଲାୟମଙ୍କର ହୃଦୟଭରା ଆନ୍ତରିକତା ନାହିଁ।

Advertisment

ବରଂ ବୋହୂ ଅପର୍ଣ୍ଣା ଯାଦବଙ୍କ ଦଳ ବିଜେପି ସହ ମୁଲାୟମଙ୍କର ଆଶୀର୍ବାଦ ରହିଛି। ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରେମ ଶୁଳ୍ପା ‌ଏହା କହିଛନ୍ତି । ସେ କହିଚନ୍ତି ଯେ, ଯେତେବେଳେ ସମାଜବାଦୀ ପାର୍ଟ ମୁଖ୍ୟ ଅଖିଳେଶ ଯାଦବ ମଣିପୁରୀ ଜିଲ୍ଲାର କରହଲ ଆସନରୁ  ନିର୍ବାଚନ ଲଢ଼ିବା ପାଇଁ ନିର୍ଣ୍ଣୟ ନେଲେ ସେ ସେଠାକୁ ପ୍ରଚାର ପାଇଁ ଯିବେ ନାହିଁ ବୋଲି କହିଥିଲେ । କିନ୍ତୁ  ଆଜି ସପାର ସ୍ଥତି ଏତେ ଦୁର୍ବଳ ହୋଇଛି ଯେ ସେଠାକୁ  ପ୍ରଚାର ପାଇଁ ଅଖିଳେଶ ତାଙ୍କ ବାପାଙ୍କୁ ନେଇ ଯିବାକୁ ବାଧ୍ୟ ହୋଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ସପାରେ ଅଖିଲେଶ ତାଙ୍କ ବାପା ମୁଲାୟମଙ୍କୁ ହତାଦର କରୁଛନ୍ତି । ତେଣୁ ତାଙ୍କର ହୃଦୟ ଆଉ ସପା ସହ ନୁହଁ ବରଂ ତାଙ୍କ ବୋହୂ ଅପର୍ଣ୍ଣାଙ୍କ ଦଳ ବିଜପି ସହ ଆଶୀର୍ବାଦ ରହିଛି। ଅପର୍ଣ୍ଣା ଯାଦବ ହେଉଛନ୍ତି  ମୁଲାୟମ ସିଙ୍କର ସାନ ପୁଅ  ପ୍ରତୀକ ଯାଦବଙ୍କ ସ୍ତ୍ରୀ।  ନିକଟରେ ରାଜନୈତିକ ମତଭେଦ ସୃଷ୍ଟି ହୋଇ ସପାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି  ଅପର୍ଣ୍ଣା। ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଅପର୍ଣ୍ଣା ଲକ୍ଷ୍ନୌ କେଣ୍ଟ ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ। କିନ୍ତୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରୀତା ବହୁଗୁଣା ଜୋଷୀଙ୍କ ଠାରୁ ପରାଜିତତ ହୋଇଥିଲେ।

Advertisment
Uttar Pradesh UP Election