Advertisment

କାଲି ବୋହୂ ଆଜି ସଢ଼ୁ, ପଦ୍ମ ଧରିଲେ ପ୍ରମୋଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳ ଡିଆଁ ସେତିକି ବଢ଼ିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ସମାଜବାଦୀ ପାର୍ଟିକୁ ଦେଇଛି ବଡ ଝଟ୍‌କା। ଗତକାଲି ମୁଲାୟମ ସିଂହ ଯାଦବଙ୍କ ସାନ ବୋହୁ ସାଇକେଲରୁ ଓହ୍ଲାଇ ଥିବାବେଳେ ଆଜି ତାଙ୍କ ସଢ଼ୁ ସାଇକେଲ ଛାଡି ପଦ୍ମ ଧରିଛନ୍ତି। ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି ପ୍ରମୋଦ ଗୁପ୍ତା। ତେବେ ବିଜେପିରେ ଯୋଗଦେବା ପୂର୍ବରୁ ପ୍ରମୋଦ ଗୁପ୍ତା ଏକ […]

କାଲି ବୋହୂ ଆଜି ସଢ଼ୁ, ପଦ୍ମ ଧରିଲେ ପ୍ରମୋଦ

Pramod gupta

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳ ଡିଆଁ ସେତିକି ବଢ଼ିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ସମାଜବାଦୀ ପାର୍ଟିକୁ ଦେଇଛି ବଡ ଝଟ୍‌କା। ଗତକାଲି ମୁଲାୟମ ସିଂହ ଯାଦବଙ୍କ ସାନ ବୋହୁ ସାଇକେଲରୁ ଓହ୍ଲାଇ ଥିବାବେଳେ ଆଜି ତାଙ୍କ ସଢ଼ୁ ସାଇକେଲ ଛାଡି ପଦ୍ମ ଧରିଛନ୍ତି। ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି ପ୍ରମୋଦ ଗୁପ୍ତା।

Advertisment

ତେବେ ବିଜେପିରେ ଯୋଗଦେବା ପୂର୍ବରୁ ପ୍ରମୋଦ ଗୁପ୍ତା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ବାପାକୁ ବନ୍ଦି କରି ରଖିଛି ପୁଅ। ଅଖିଳେଶ ଯାଦବ ମୁଲାୟମ ସିଂ ଯାଦବଙ୍କୁ ବନ୍ଦୀ କରି ନେଇଛନ୍ତି। ଆଜି ଦଳରେ ତାଙ୍କର ଖରାପ ସ୍ଥିତି ରହିଛି। ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧୀ ଏବଂ ଜୁଆ ଖେଳାଳିଙ୍କୁ ସମାଜବାଦୀ ପାର୍ଟିକୁ ଅଣାଯାଉଛି।

ମୁଲାୟମ ସିଂହଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ସମ୍ପର୍କୀୟ ଅଟନ୍ତି ପ୍ରମୋଦ ଗୁପ୍ତା। ୨୦୦୭ରେ ପ୍ରମୋଦ ଗୁପ୍ତା ସମାଜବାଦୀ ପାର୍ଟିରୁ ବିଧୁନା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବିଧୁନାର ବର୍ତ୍ତମାନର ବିଧାୟକ ବିନୟ ଶାକ୍ୟ କିଛି ଦିନ ତଳେ ସମାଜବାଦୀ ପାର୍ଟିର କାନି ଧରିଥିଲେ। ଏହାକୁ ନେଇ ପ୍ରମୋଦ ଗୁପ୍ତା ପ୍ରଶ୍ନ ଉଠାଇଥିଲେ। ପ୍ରମୋଦ ଗୁପ୍ତା ମୁଲାୟମ ସିଂହ ଯାଦବଙ୍କ ସମେତ ଶିବପାଲ ଯାଦବଙ୍କ ମଧ୍ୟ ଘନିଷ୍ଠ।

Advertisment

ଅଖିଲେଶ ମୁଲାୟମଙ୍କ ସହ ଭଲ ବ୍ୟବହାର କରୁନାହାନ୍ତି। କୁହାଯାଉଥିଲା ଯେ ଅଖିଳେଶ ମୁଲାୟମଙ୍କୁ ତାଙ୍କ ସହ ଅଫିସକୁ ନେବା ଆଣିବା କରୁଛନ୍ତି। ତାଙ୍କୁ ଏକ ପ୍ରକାରର ବନ୍ଦି କରିଦେଇଛନ୍ତି। ଏପରିକି ଦାବି କରାଯାଇଥିଲା ଯେ ମୁଲାୟମଙ୍କ ମାଇକ ମଧ୍ୟ ଛଡ଼ାଇ ନିଆଯାଇଥିଲା ବୋଲି ସେ ଅଭିଯୋଗ ଉଠାଇଛନ୍ତି।

ନିର୍ବାଚନ ପୂର୍ବରୁ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଟକ୍କର ଚାଲିଛି। କିଏ କାହାକୁ କେତେବେଳେ ଟକ୍କର ଦେଉଛନ୍ତି।  ବିଜେପି ଛାଡିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଏସପି ସ୍ଥାନ ଦେଇଛନ୍ତି। ଅନ୍ୟ କେତେକ ବିଧାୟକ ମଧ୍ୟ ବିଜେପି ଛାଡି ଏସପିରେ ଯୋଗ ଦେଇଛନ୍ତି। ଏହା ପରେ ଅପର୍ଣ୍ଣା ଯାଦବଙ୍କୁ ମଧ୍ୟ ବୁଧବାର ବିଜେପିକୁ ଅଣାଯାଇଥିଲା। ତେବେ ସେ ଅଖିଳେଶ କିମ୍ବା ଏସପିଙ୍କ ବିରୋଧରେ କିଛି କହି ନାହାଁନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe