Advertisment

ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା

ମୁମ୍ବାଇ: ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା।  ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ନକଲି ଜାତିପ୍ରମାଣପତ୍ର ନେଇ ଉଭୟ ନବନୀତ ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି।  ଏହି ଅର୍ଡ଼ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।  ଏକ ସଂରକ୍ଷିତ ଆସନରେ ନବନୀତ ନକଲି ଜାତିପ୍ରମାଣ ପତ୍ର ଦେଇ ନିର୍ବାଚନ […]

ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା

navneet-kaur-rana

Advertisment

ମୁମ୍ବାଇ: ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା।  ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ନକଲି ଜାତିପ୍ରମାଣପତ୍ର ନେଇ ଉଭୟ ନବନୀତ ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି।  ଏହି ଅର୍ଡ଼ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।  ଏକ ସଂରକ୍ଷିତ ଆସନରେ ନବନୀତ ନକଲି ଜାତିପ୍ରମାଣ ପତ୍ର ଦେଇ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିଲେ। ସ୍କୁଲ ବେଳେ ନବନୀତ ନକଲି ଜାତିପ୍ରମାଣପତ୍ର ତିଆରି କରିଥିବା ଅଭିଯୋଗ ହୋଇଛି।

Advertisment

ସ୍କୁଲରେ ପଢ଼ିଲା ବେଳେ ନବନୀତ ଲିଭିଂସାର୍ଟିଫିକଟେ ନକଲି ଦେଇଥିବା ଅଭିଯୋଗ ହୋଇଛି।  ତେବେ ଶିୱରୀ କୋର୍ଟଙ୍କ ଦ୍ୱାରା ଜାରି ଏନବିଡବ୍ଲୁ ନେଇ ନବନୀତଙ୍କର କୌଣସି ପ୍ରତିକ୍ରିୟା ଆସି ନାହିଁ। ନବନୀତ ନିର୍ବାଚନ ଲାଗି ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ଜାତି ପ୍ରମାଣପତ୍ର ନକଲି ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୂର୍ବତନ ଶିବସେନା ସାଂସଦ ଆନନ୍ଦରାଓ ଅଡସୁଲ ଓ ସୁନୀଲ ଭାଲେରାଓ ବମ୍ବେ ହାଇକୋର୍ଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣିରେ ହାଇକୋର୍ଟ ୨୦୨୧ରେ ନବନୀତ ରାଣାଙ୍କ ଜାତି ପ୍ରମାଣପତ୍ରକୁ ରଦ୍ଦ କରିଥିଲେ। ଫଳରେ ନବନୀତଙ୍କ ଲୋକସଭା ସଦସ୍ୟତା ବିପଦରେ ପଡିଥିଲା।

ତେବେ ନବନୀତ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ଯୋଗୁ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିକୋର୍ଟ ରହିତାଦେଶ ଜାରି କରିଛନ୍ତି। ତେବେ ସାଂସଦ ନବନୀତ ରାଣାଙ୍କ ପରିବାର ଉପରେ ମଧ୍ୟ ନକଲି ଜାତି ପ୍ରମାଣପତ୍ର ନେଇ ଅଭିଯୋଗ ରହିଛି। ନକଲୀ ଜାତି ପ୍ରମାଣପତ୍ର ହାସଲ ଲାଗି ନବନୀତଙ୍କ ପିତା ସ୍କୁଲ ଆଡମିସନର ମଧ୍ୟ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe