'୫ କୋଟି ଦିଅ ନହେଲେ ଉଡାଇ ଦେବି ହୋଟେଲ'

hotel-receives-bomb-threat

hotel-receives-bomb-threat

Madhupriya Mistry
  • Published: Tuesday, 23 August 2022
  • Updated: 23 August 2022, 11:57 AM IST

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍‌ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ହୋଟେଲର ଚାରୋଟି ସ୍ଥାନରେ ବୋମା ରଖାଯାଇଛି ବୋଲି କହିବା ସହ ୫ କୋଟି ଟଙ୍କା ଡିମାଣ୍ଡ କରିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୬ଟା ବେଳେ ଏହି ଧମକ ପୂର୍ଣ୍ଣ ଫୋନ୍‌ କଲ୍‌ ମୁମ୍ବାଇର ଫାଇଭ୍‌ ଷ୍ଟାର୍‌ ହୋଟଲ୍‌ 'ଦ ଲଳିତ'କୁ ଆସିଥିଲା। ହୋଟେଲର ୪ଟି ଜାଗାରେ ବୋମା ରଖାଯାଇଥିବା ଫୋନ୍‌ କରି ସନ୍ଧିଗ୍ଧ ବ୍ୟକ୍ତି କହିବା ସହ ବିସ୍ଫୋରଣ ନ କରିବାକୁ ୫ କୋଟି ଟଙ୍କା ଡିମାଣ୍ଡ କରିଥିଲା।

ଏନେଇ ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୁଲିସ ହୋଟେଲରେ ପହଞ୍ଚିଥିଲା। ପୂରା ହୋଟେଲକୁ ଖୋଜାଖୋଜି କରାଯାଇଥିଲା, କିନ୍ତୁ ସେଠାରେ କୌଣସି ବୋମା ମିଳି ନାହିଁ। ବର୍ତ୍ତମାନ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। କଲ୍ କେଉଁଠୁ ଆସିଥିଲା ଓ କିଏ କରିଥିଲା, ସେ ନେଇ ନମ୍ବର ଟ୍ରେସ୍‌ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି।

ନିକଟରେ ମୁମ୍ବାଇର ଟ୍ରାଫିକ ପୁଲିସକୁ ୨୬/୧୧ ଭଳି ଆକ୍ରମଣର ଧମକ ମିଳିଥିଲା। ଟ୍ରାଫିକ୍ ନିୟନ୍ତ୍ରଣର ହ୍ୱାଟସ୍‌ ଆପ୍ ନମ୍ବରକୁ ଏକ ମେସେଜ୍‌ ଆସିଥିଲା, ଯେଉଁଥିରେ ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ମେସେଜ୍‌ ପଠାଇଥିବା ବ୍ୟକ୍ତି କହିଥିଲା ଯେ ଯଦି ତୁମେ ତା’ର ଅବସ୍ଥାନ ଟ୍ରାକ୍ କର, ସେ ଏହାକୁ ଭାରତ ବାହାରେ ଦେଖାଇବ ଏବଂ ବିସ୍ଫୋରଣ ମୁମ୍ବାଇରେ ଘଟିବ। ଭାରତରେ ଏହି ଘଟଣାକୁ ୬ ଜଣ ଘଟାଇବେ ବୋଲି କୁହାଯାଇଥିଲା। ବର୍ତ୍ତମାନ ମୁମ୍ବାଇ ପୁଲିସ ମିଳିଥିବା ମେସେଜକୁ ଆଧାର କରି ପୂରା ଘଟଣାରେ ତଦନ୍ତ କରୁଛି। ଏହା ସହିତ ଅନ୍ୟ ଏଜେନ୍ସିମାନଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos