Advertisment

ପ୍ରେମିକାକୁ ହତ୍ୟା କରି ଖସି ଯାଉଥିବା ପ୍ରେମିକ ମୃତ୍ୟୁର ଫାଶରେ ଫସିଲା

ମୁମ୍ବାଇ: ଓଡ଼ିଆରେ ଏକ ଢ଼ଗ ଅଛି । ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପଞ୍ଚନ୍ତି ଗୋବିନ୍ଦ। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଆଜି ମୁମ୍ବାଇରେ ଦେଖିବାକୁ ମିଳିଛି। ଅନ୍ୟ ପାଇଁ ମୃତ୍ୟୁର ଯୋଜନା ପାଞ୍ଚିଥିବା ଜଣେ ବ୍ୟକ୍ତି ପଛରେ ଖୋଦ୍‌ ମୃତ୍ୟୁ ଅପେକ୍ଷା କରିଥିବା ତାକୁ ଜଣାନାହିଁ।  ପ୍ରେମିକାକୁ ଗୁଳି କରି ଖସିଯାଉଥିବା ଜଣେ ପ୍ରେମିକ ହଠାତ୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ବୋଇସରରେ ଏହି ଘଟଣା ଘଟିଛି। ୨୧ ବର୍ଷୀୟ […]

ଅଦ୍ୟତନ ହୋଇଛି
ପ୍ରେମିକାକୁ ହତ୍ୟା କରି ଖସି ଯାଉଥିବା ପ୍ରେମିକ ମୃତ୍ୟୁର ଫାଶରେ ଫସିଲା

rose

Advertisment

ମୁମ୍ବାଇ: ଓଡ଼ିଆରେ ଏକ ଢ଼ଗ ଅଛି । ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପଞ୍ଚନ୍ତି ଗୋବିନ୍ଦ। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଆଜି ମୁମ୍ବାଇରେ ଦେଖିବାକୁ ମିଳିଛି। ଅନ୍ୟ ପାଇଁ ମୃତ୍ୟୁର ଯୋଜନା ପାଞ୍ଚିଥିବା ଜଣେ ବ୍ୟକ୍ତି ପଛରେ ଖୋଦ୍‌ ମୃତ୍ୟୁ ଅପେକ୍ଷା କରିଥିବା ତାକୁ ଜଣାନାହିଁ।  ପ୍ରେମିକାକୁ ଗୁଳି କରି ଖସିଯାଉଥିବା ଜଣେ ପ୍ରେମିକ ହଠାତ୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ବୋଇସରରେ ଏହି ଘଟଣା ଘଟିଛି। ୨୧ ବର୍ଷୀୟ ପ୍ରେମିକାକୁ ଗୁଳି କରି ହତ୍ୟା  କରିବା ପରେ ଦୁର୍ଘଟଣାରେ ୨୭ ବର୍ଷୀୟ ପ୍ରେମିକଙ୍କ ମୃତ୍ୟୁ ଘଟିଛି।  ମୃତ ଯୁବକ ଜଣକ ହେଉଛନ୍ତି  ଶ୍ରୀକ୍ରିଷ୍ଣା ଯାଦବ। ତାଙ୍କ ଠାରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି।

Advertisment

ନେହା ମାହତୋ ନାମ୍ନୀ ଜଣେ ଯୁବତୀଙ୍କୁ  ଶ୍ରୀକ୍ରିଷ୍ଣା ପ୍ରେମ କରୁଥିଲେ। ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ପରେ ଏହି ମତାନ୍ତର ଉଗ୍ରରୂପ ଧାରଣ କରିବା ପରେ ଏଥିରେ ଉତକ୍ଷିପ୍ତ ହୋଇ ନିଜ ପିସ୍ତଲରେ ଯାଦବ ନେହାଙ୍କୁ ଆଜି ଗୁଳି କରିଥିଲେ। ଘଟଣାସ୍ଥଳରେ ନେହା ଟଳିପଡ଼ିଥଇଲା। ତେବେ ଧରାପଡ଼ିବା ପୂର୍ବରୁ ପିସ୍ତଲ ନେଇ ଯାଦବ ଦ୍ରୁତ ଗତିରେ ଧାଇଁଥିଲେ।  ନେହାଙ୍କୁ ସାହାଯ୍ୟ ପାଇଁ ସେଠିକାର ଲୋକେ ହୋହଲ୍ଲା କରି ରୁଣ୍ଡ ହୋଇଯାଇଥିଲା ବେଳେ ଗହଳିକୁ ଏଡ଼ାଇ ଦ୍ରୁତ ଗତିରେ ଧାଇଁଥିଲେ ଯାଦବ। କିନ୍ତୁ ଘଟଣାସ୍ତଳରୁ ମାତ୍ର ୫୦୦ ମିଟର ଯାଇଥିବା ବେଳେ ଯାଦବଙ୍କ ଉପରେ ଏକ ଚାରିଚକିଆ ଗାଡ଼ି ମାଡ଼ି ଯାଇଥିଲା।

ପରେ ଯାଦବଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।  ଗାଡ଼ିର ଡ୍ରାଇଭର କହିଛନ୍ତି ଯେ, ଯାଦବ ଆତ୍ମହତ୍ୟା ପାଇଁ ତାଙ୍କ ଗାଡ଼ି ଆଗକୁ ହଠାତ ଡେଇଁ ପଡ଼ିଥିଲେ। ତେବେ ଯାଦବଙ୍କ ଠାରୁ କୌଣସି ସୁଇସାଇଡ୍ ନୋଟ ଜବତ ହୋଇ ନଥିବା ପୁଲିସ କହିଛି।  ଯାଦବଙ୍କ ଠାରୁ ଏକ ପିସ୍ତଲ ଜବତ କରି ପୁଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ନେହାଙ୍କ ମା କହିଛନ୍ତି ଯେ, ତାଙ୍କ ଝିଅକୁ ଯାଦବ ବର୍ଷେ ହେଲା ଡେଟିଂ କରୁଥିଲେ।  କିନ୍ତୁ ପୁଅ ବିବାହ ପାଇଁ ରାଜି ନଥିବାରୁ  ସମ୍ପର୍କ ସ୍ଥାପନ ପାଇଁ  ଝିଅ ଅରାଜି ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯାଦବ ତାଙ୍କ ଝିଅକୁ ହତ୍ୟା କରିଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe