Advertisment

୧୨ ମହଲା ତଳକୁ ଡେଇଁ ପଡ଼ିଲେ ମା ଓ ପୁଅ

ମୁମ୍ୱାଇ: ୧୨ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା ଏବଂ ତାଙ୍କ ପୁଅ। ପଡ଼ୋଶୀଙ୍କ ଅଭିଯୋଗ ବାରମ୍ବାର ଶୁଣିବା ପରେ ମହିଳା ଜଣଙ୍କ ଏପରି କାଣ୍ଡ ଭିଆଇଛନ୍ତି। ସେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଏକ ସୁଇସାଇଡାଲ ନୋଟରୁ ଏହା ଜଣାପଡ଼ିଛି। ପୁଲିସ ଏବେ ଏହି ମାମଲାରେ ଜଣେ ୩୩ ବର୍ଷୀୟ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ଜଣଙ୍କ ହେଉଛନ୍ତି ରେଶମା ତ୍ରେନଚିଲ (୪୪)। ତାଙ୍କ ଶାଶୂ ଘର […]

ଅଦ୍ୟତନ ହୋଇଛି
୧୨ ମହଲା ତଳକୁ ଡେଇଁ ପଡ଼ିଲେ ମା ଓ ପୁଅ

MUMBAI-SUCIDE

Advertisment

ମୁମ୍ୱାଇ: ୧୨ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା ଏବଂ ତାଙ୍କ ପୁଅ। ପଡ଼ୋଶୀଙ୍କ ଅଭିଯୋଗ ବାରମ୍ବାର ଶୁଣିବା ପରେ ମହିଳା ଜଣଙ୍କ ଏପରି କାଣ୍ଡ ଭିଆଇଛନ୍ତି। ସେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଏକ ସୁଇସାଇଡାଲ ନୋଟରୁ ଏହା ଜଣାପଡ଼ିଛି। ପୁଲିସ ଏବେ ଏହି ମାମଲାରେ ଜଣେ ୩୩ ବର୍ଷୀୟ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ଜଣଙ୍କ ହେଉଛନ୍ତି ରେଶମା ତ୍ରେନଚିଲ (୪୪)। ତାଙ୍କ ଶାଶୂ ଘର ୟୁପିର। ସେ ମୁମ୍ୱାଇରେ ରୁହନ୍ତି। ନିକଟରେ ତାଙ୍କ ସ୍ୱାମୀ କୋଭିଡରେ ଆଖି ବୁଜିଥିଲେ। ଏହାର ଗୋଟିଏ ମାସ ପୂର୍ବରୁ ମୁମ୍ୱାଇର ଛିଣ୍ଡିଓ୍ୱାଲିର ଏକ ଆପାର୍ଟମେଣ୍ଟକୁ ସେ ସ୍ଥାନାନ୍ତର ହୋଇଥିଲେ।

Advertisment

ରେଶମାଙ୍କ ସ୍ୱାମୀ ଶରତ ମୁଲୁକୁତଲା, ଯିଏକି ଏକ ଆଗ୍ରୋ ଟ୍ରେଡିଂ କମ୍ପାନୀର ସିଇଓ ଥିଲେ। ସେ କୋଭିଡରେ ସଂକ୍ରମିତ ହୋଇ ଆଖୁ ବୁଜିଛନ୍ତି। ଏହା ପୂର୍ବରୁ ଶରତ ୟୁପିର ବାରଣାସୀକୁ ଯାଇଥିଲେ। ଯେଉଁଠି ତାଙ୍କ ବାପା, ମା' କୋଭିଡରେ ସଂକ୍ରମିତ ହୋଇଥିଲେ। କିଛି ଦିନ ପରେ ଶରତଙ୍କ ବାପା, ମା କୋଭିଡରେ ସଂକ୍ରମିତ ହୋଇ ଆଖି ବୁଜିଥିଲେ। ପରେ ଶରତ ମଧ୍ୟ କୋଭିଡରେ ସଂକ୍ରମିତ ହୋଇ ମେ  ୨୩ରେ ଆଖି ବୁଜିଥିଲେ।

ଏହାପରେ ରେଶମା ଓ ତାଙ୍କ ୭ ବର୍ଷର ପୁଅ ମାନସିକ ଅବସ୍ଥା ହରାଇ ବସି ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପୁଅ ବାରମ୍ବାର କନ୍ଦାକଟା କରିବା ସହିତ ପାଟି କରେ। ହେଲେ ଏହାକୁ ସହି ନପାରିନଥିଲେ ପଡ଼ୋଶୀ ଆୟୁବ ଖାନ୍ (୬୭) ଏବଂ ତାଙ୍କ ସ୍ତ୍ରୀ ଓ ୩୩ ବର୍ଷୀୟ ପୁଅ ଶଦବ। ବାରମ୍ଵାର ଛୋଟ ଛୁଆର ପାଟି ଏବ କୋଳାହଳ ତାଙ୍କୁ ଡିଷ୍ଟ୍ରବ କରୁଥିବା କହି ରେଶମାଙ୍କ ପାଖରେ ଏହି ଖାନ୍ ପରିବାର ଅଭିଯୋଗ କରୁଥିଲେ। ପୂର୍ବରୁ ସ୍ୱାମୀକୁ ହରାଇବାର ଦୁଃଖ ଏବଂ ପରେ ପରେ ପଡ଼ୋଶୀଙ୍କର ଅଭିଯୋଗ ଶୁଣି ଶୁଣି ରେଶମା ସମସ୍ତ ପ୍ରକାର ଧୈର୍ଯ୍ୟ ହରାଇଥିଲେ। ଏହା ପରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମୃତ୍ୟୁ ପୂର୍ବରୁ ରେଶମା ତାଙ୍କ ଫେସବୁକରେ ଲେଖିଛନ୍ତି।

Advertisment
Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe