ପୁଣି ମୁନାୱର ଫାରୁକିଙ୍କ ଶୋ’କୁ ମିଳିଲାନି ଅନୁମତି, ଏଥର ଦିଲ୍ଲୀ

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ କମେଡିଆନ ମୁନାୱର ଫାରୁକିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ଦିଲ୍ଲୀରେ ତାଙ୍କ ଶୋ’କୁ ଆୟୋଜନ ପାଇଁ ଅନୁମତି ଦେଇନି ପୁଲିସ୍‌। ମୁନାୱର କମେଡି ଶୋ କଲେ ଦିଲ୍ଲୀରେ ଥିବା ସଦଭାବ ପ୍ରଭାବିତ ହେବ। ତେଣୁ ତାଙ୍କୁ ଶୋ’ ଆୟୋଜନ ପାଇଁ ଅନୁମତି ଦିଆଯାଉ ନଥିବା ପୁଲିସ୍‌ କହିଛି। ଏହାପୂର୍ବରୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ମଧ୍ୟ ମୁନାୱରଙ୍କ ଶୋ’ ପାଇଁ ଅନୁମତି ମିଳି ନଥିଲା। ଦିଲ୍ଲୀର ଡା. ସିପିଏମ ସିଭିକ ସେଣ୍ଟର ଓ କେଦାରନାଥ ସାହିନ […]

munawar-faruqi

munawar-faruqi

Hemant Lenka
  • Published: Saturday, 27 August 2022
  • Updated: 27 August 2022, 10:40 AM IST

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ କମେଡିଆନ ମୁନାୱର ଫାରୁକିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ଦିଲ୍ଲୀରେ ତାଙ୍କ ଶୋ’କୁ ଆୟୋଜନ ପାଇଁ ଅନୁମତି ଦେଇନି ପୁଲିସ୍‌। ମୁନାୱର କମେଡି ଶୋ କଲେ ଦିଲ୍ଲୀରେ ଥିବା ସଦଭାବ ପ୍ରଭାବିତ ହେବ। ତେଣୁ ତାଙ୍କୁ ଶୋ’ ଆୟୋଜନ ପାଇଁ ଅନୁମତି ଦିଆଯାଉ ନଥିବା ପୁଲିସ୍‌ କହିଛି। ଏହାପୂର୍ବରୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ମଧ୍ୟ ମୁନାୱରଙ୍କ ଶୋ’ ପାଇଁ ଅନୁମତି ମିଳି ନଥିଲା।

ଦିଲ୍ଲୀର ଡା. ସିପିଏମ ସିଭିକ ସେଣ୍ଟର ଓ କେଦାରନାଥ ସାହିନ ଅଡିଟୋରିୟମରେ ମୁନାୱରଙ୍କ ଶୋ’ ଆସନ୍ତାକାଲି ଦିନ ୨ଟା ରୁ ରାତି ୯.୩୦ ଯାଏ ଅନୁଷ୍ଠିତ ହେବାର ଥିଲା। ଏହା ଏକ ଘରୋଇ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଉଥିଲା। ଏଥିପାଇଁ ଅନୁମତି ପୂର୍ବରୁ ଦିଆଯାଇଥିଲା। କିନ୍ତୁ ଏବେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ମିଳିନି। ମୁନାୱର ଏଥିରେ କମେଡି କରିପାରିବେ ନାହିଁ ବୋଲି ପୁଲିସ୍‌ କହିଛି।

ଅଗଷ୍ଟ ୨୫ରେ ବିଶ୍ୱ ହିନ୍ଦୁ ପରିଷଦ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ଚିଠି ଲେଖି ମୁନାୱର ଫାରୁକିଙ୍କ କାର୍ଯ୍ୟକ୍ରମ ବାତିଲ କରିବାକୁ ଦାବି କରିଥିଲା। ଯଦି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦିଆଯିବ, ତା’ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି କିଛି ସଂଗଠନ ଧମକ ମଧ୍ୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ ଫାରୁକିଙ୍କ ଶୋ’କୁ ଅନୁମତି ଦେଇ ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିଜର କମେଡି ମାଧ୍ୟମରେ ମୁନାୱର ଫାରୁକି ହିନ୍ଦୁ ଦେବାବଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅପମାନିତ କରିଥିବା ଅଭିଯୋଗ ମଧ୍ୟପ୍ରଦେଶର ଜଣେ ବିଜେପି ନେତାଙ୍କ ପୁଅ ଆଣିଥିଲେ। ସେ ପୁଲିସରେ ଏନେଇ ଅଭିଯୋଗ କରିବାରୁ ମଧ୍ୟପ୍ରଦେଶ ପୁଲିସ ତାଙ୍କୁ ଚଳିତ ବର୍ଷ ଜାନୁଆରୀ ମାସରେ ଗିରଫ କରିଥିଲା।

ସୁପ୍ରିମକୋର୍ଟରୁ ଜାମିନ ମିଳିବାରୁ ସେ ଜେଲରୁ ଖଲାସ ହୋଇଥିଲେ। ଏବେ ସେ ପୁଣି ଶୋ’ କରିବାକୁ ଯାଉଥିବା ବେଳେ ଏଥିପାଇଁ ତାଙ୍କୁ ଅନୁମତି ମିଳୁନାହିଁ। ତେବେ ହାଇଦ୍ରାବାଦରେ ସେ କିଛି ଦିନ ତଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନିଜ ଶୋ’ କରିଥିଲେ। ଏହାକୁ ବିରୋଧ କରି ବିଜେପିରୁ ଏବେ ନିଲମ୍ବିତ ହୋଇଇଥିବା ବିଧାୟକ ରାଜା ସିଂହ ଆପତ୍ତଜନକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ମହମ୍ମଦ ପ୍ରଫେଟଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos