Advertisment

ମହାରାଷ୍ଟ୍ର ସଙ୍କଟ: ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦେଖି ଭାଙ୍ଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତାଙ୍କ ଦଳ ଶିବସେନାର ୩୦ରୁ ଅଧିକ ବିଧାୟକ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହୋଇଛି। ଏସବୁ ଭିତରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଇମୋସନାଲ କାର୍ଡ ଖେଳିଛନ୍ତି। ବିଦ୍ରୋହକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଯଦି ଜଣେ ବି ଅସନ୍ତୁଷ୍ଟ […]

ଶିବସେନା ଜାତୀୟ କାର୍ଯ୍ୟକାରିଣୀରେ ୬ ପ୍ରସ୍ତାବ ପାରିତ

Uddhav Thackeray

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦେଖି ଭାଙ୍ଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତାଙ୍କ ଦଳ ଶିବସେନାର ୩୦ରୁ ଅଧିକ ବିଧାୟକ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହୋଇଛି। ଏସବୁ ଭିତରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଇମୋସନାଲ କାର୍ଡ ଖେଳିଛନ୍ତି। ବିଦ୍ରୋହକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, “ଯଦି ଜଣେ ବି ଅସନ୍ତୁଷ୍ଟ ବିଧାୟକ ମୋତେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିବେ, ତା’ହେଲେ ମୁଁ ପଦ ସହ ବାସଭବନ ଛାଡ଼ି ଦେବି। ମୁଁ ମୋର ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛି। ଯେକୌଣସି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇପାରିବେ। ଯଦି ବିଧାୟକମାନେ ଚାହୁଁଛନ୍ତି, ତା’ହେଲେ ମୁଁ ପଦ ଛାଡ଼ିବାକୁ ରାଜି। ବିଗତ ୨.୫ ବର୍ଷ ହେଲା ଆପଣମାନେ ଦେଇଥିବା ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ।

ଅନେକ ଲୋକ ମୋତେ କୁହନ୍ତି, ଉଦ୍ଧବଜୀ ଆପଣ ଯେତେବେଳେ କଥା ହୁଅନ୍ତି ଆମକୁ ପରିବାର ଲୋକଙ୍କ କଥା ଶୁଣିବା ଭଳି ଲାଗେ। ଏହା ହିଁ ମୁଁ ସବୁ ବେଳେ ଚାହିଁ ଆସିଛି। ମୁଁ ସମସ୍ତଙ୍କୁ ମୋ ପରିବାରର ସଦସ୍ୟ ରୂପେ ଦେଖିଛି। ମୁଖ୍ୟମନ୍ତ୍ରୀ ପଦ ମୋ ପାଖରୁ ହଠାତ୍ ଆସିଥିଲା। ଏଥିପାଇଁ ମୁଁ କେବେ ହେଲେ ଆଶା ରଖି ନଥିଲି।

Advertisment

ଯଦି ଆପଣମାନେ(ବିଧାୟକ) କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ଏବେ ଛାଡ଼ି ଦେବି। ଏହା ଆଦୌ ସଂଖ୍ୟାର ଖେଳ ନୁହେଁ। କିନ୍ତୁ କେତେ ଜଣ ମୋ ବିରୋଧରେ ଅଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବି ମୋତେ ବିରୋଧ କରୁଛନ୍ତି, ତା’ହେଲେ ବି ମୁଁ ପଦ ଛାଡ଼ିବାକୁ ରାଜି ଅଛି। ଯଦି ମୋ ବିରୋଧରେ ଜଣେ ବିଧାୟକ ରହିଛନ୍ତି, ତା’ହେଲେ ତାହା ମୋ ପାଇଁ ଲଜ୍ଜାର ବିଷୟ।

ଯଦି କଂଗ୍ରେସ କିମ୍ବା ଏନସିପି ମୋତେ ମୁଖ୍ୟମନ୍ତ୍ରୀ ନ ରହିବା ଦରକାର ବୋଲି କହିଥାଆନ୍ତେ, ତା’ହେଲେ ତାହା ଏକ ଭିନ୍ନ କଥା। କିନ୍ତୁ ଆଜି କମଲନାଥ(କଂଗ୍ରେସ ନେତା) ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହେ ବୋଲି କହିଛନ୍ତି। ଯଦି ମୋ ନିଜ ଲୋକ ମୁଁ ଏହି ପଦରେ ନ ରହେ ବୋଲି ଚାହୁଁଛନ୍ତି, ତା’ହେଲେ ମୁଁ କ’ଣ କହିବି?”

ସେ ଆହୁରି କହିଛନ୍ତି, “ଶିବସେନା କେବେ ହେଲେ ହିନ୍ଦୁତ୍ୱରୁ ନିଜକୁ ଅଲଗା କରିନି। ହିନ୍ଦୁତ୍ୱ ଆମ ନିଃଶ୍ୱାସରେ ରହିଛି। ହିନ୍ଦୁତ୍ୱ ପାଇଁ କିଏ କ’ଣ କରିଛି, ସେକଥା ଏବେ କହିବାର ସମୟ ନୁହେଁ। ମୁଁ ସବୁବେଳେ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବାକୁ କାମ କରି ଆସିଛି। ଯେଉଁ ପର୍ଯ୍ୟନ୍ତ ଶିବ ସୈନିକ ମୋ ସହ ରହିଛନ୍ତି, ସେ ଯାଏ ମୋର କୌଣସି ଚିନ୍ତା ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe