Advertisment

ପ୍ରଦୀପଙ୍କ ଭାଗ୍ୟ ବଦଳେଇ ଦେଲା ସଂଘର୍ଷ ଭିଡିଓ

ନୋଏଡା: ନୋଏଡାର ଭାଇରାଲ ବୟ ପ୍ରଦୀପ ମେହେରାଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ। ପ୍ରଦୀପଙ୍କ ମାଆଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍ । ଏହାସହ ସେନାରେ ଭର୍ତ୍ତି ପାଇଁ ପ୍ରଶାସନ ପ୍ରଦୀପଙ୍କୁ ସମସ୍ତ ସହାୟତା ବି ଦେବ ବୋଲି ପ୍ରତିଶ୍ରୁତି ମିଳିଛି । କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ୍‌  ଷ୍ଟୋରର୍ରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା […]

ଅଦ୍ୟତନ ହୋଇଛି
ପ୍ରଦୀପଙ୍କ ଭାଗ୍ୟ ବଦଳେଇ ଦେଲା ସଂଘର୍ଷ ଭିଡିଓ  

pradeep

Advertisment

ନୋଏଡା: ନୋଏଡାର ଭାଇରାଲ ବୟ ପ୍ରଦୀପ ମେହେରାଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ। ପ୍ରଦୀପଙ୍କ ମାଆଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍ । ଏହାସହ ସେନାରେ ଭର୍ତ୍ତି ପାଇଁ ପ୍ରଶାସନ ପ୍ରଦୀପଙ୍କୁ ସମସ୍ତ ସହାୟତା ବି ଦେବ ବୋଲି ପ୍ରତିଶ୍ରୁତି ମିଳିଛି । କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ୍‌  ଷ୍ଟୋରର୍ରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଡ୍ୟୁଟି ସାରି ରାତିରେ ଘରକୁ ଫେରିବା ବେଳେ ସବୁଦିନ ସେ ୧୦ କିଲୋମିଟର ଦୌଡ଼ି ଦୌଡ଼ି ଫେରନ୍ତି  ।

Advertisment

କିଛି ଦିନ ତଳେ ପ୍ରଦୀପ ଏମିତି ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା ବେଳେ ତାଙ୍କର ଭିଜୁଆଲକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ ଫିଲ୍ମ ନିର୍ମାତା ବିନୋଦ କାପରି ।  କାରରେ ଲିଫ୍ଟ ଦେବାକୁ ସେ କହିଥିଲେ ମଧ୍ୟ ମନା କରିଥିଲେ ପ୍ରଦୀପ । ଏପରିକି ଘରେ ଛାଡ଼ିଦେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଦୀପ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ରାତିରେ ଏମିତି ଦୌଡ଼ି ଦୌଡ଼ି ପ୍ରଦୀପ ଘରକୁ ଫେରିବାର କାରଣ ଶୁଣି ତାଜୁବ ହୋଇ ଯାଇଥିଲେ ବିନୋଦ । ସେନା ବାହିନୀରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଦୀପ ।

ଜିମ୍ ଯିବାକୁ ଟଙ୍କା କି ସମୟ ନାହିଁ ।  ତେଣୁ ଫିଟନେସ୍ ପାଇଁ ରାତିରେ ଘରକୁ ଦୌଡ଼ି ଦୌଡ଼ି ଫେରନ୍ତି ପ୍ରଦୀପ ।  ବିନୋଦ ସୋସିଆଲ ମିଡିଆରେ ଏହି ଭିଡିଓ ଛାଡ଼ିବା ପରେ ଏହା ବେଶ ଭାଇରାଲ ହେଉଛି । ଏବେ ପ୍ରଶାସନ ପକ୍ଷରୁ ସହାୟତା ମିଳିବା ପରେ ଡିଏମଙ୍କୁ ଭେଟି ଖୁସି ଜାହିର କରିଛନ୍ତି ପ୍ରଦୀପ । ତେବେ ରେଷ୍ଟୁରାଣ୍ଟରେ କାମ ଜାରି ରଖିବେ ବୋଲି କହିଛନ୍ତି ପ୍ରଦୀପ। ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ଏବେ ଇଣ୍ଟରନେଟ୍‌ ସେସେସନ୍‌ ପାଲଟିଯାଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ସହାୟତା ସହ ପ୍ରଶଂସା ମଧ୍ୟ କରାଯାଉଛି। ପ୍ରଦୀପଙ୍କ ସଂଘର୍ଷ ଭିଡିଓ ସବୁ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଛି।

Advertisment
Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe