Rath
ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନି ପାଇଁ ଏକାଧିକ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ରାଜ୍ୟର କାକିନାଡ଼ାରେ ଅସାନି ପ୍ରଭାବରେ ଜୋର୍ରେ ପବନ ବହିବା ସହ ସମୁଦ୍ର ଜୁଆରିଆ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ମଧ୍ୟ ଲାଗି ରହିଛି। ଏସବୁ ଭିତରେ ଶ୍ରୀକାକୁଲମର ସୁନାପାଲ୍ଲୀ ସମୁଦ୍ର କୂଳକୁ ଭାସିଭାସି ଆସିଛି ସ୍ୱର୍ଣ୍ଣ ରଙ୍ଗର ଗୋଟିଏ ବିଶାଳ ରଥ।
ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଏହି ବିଶାଳ ଓ ରହସ୍ୟମୟ ରଥ ଭାସିଭାସି କୂଳକୁ ଆସିଥିବା କୁହାଯାଉଛି। ରଥଟି କୂଳକୁ ଆସିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା କୂଳରେ ପହଞ୍ଚିବା ପରେ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା। ଅସାନି ପାଇଁ ସମୁଦ୍ର କୂଳକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। ତଥାପି ଲୋକମାନେ ରହସ୍ୟମୟ ରଥକୁ ଦେଖିବାକୁ ଭିଡ଼ ଜମାଇଛନ୍ତି।
ଶ୍ରୀକାକୁଲମ ଜିଲ୍ଲାର ନାଉପଡା ଏସ୍ଆଇ କହିଛନ୍ତି, “ଏହା ଅନ୍ୟ କୌଣସି ଦେଶରୁ ଭାସି ଭାସି ଏଠାରୁ ଆସିଥାଇ ପାରେ। ଏ ସମ୍ପର୍କରେ ଗୁଇନ୍ଦା ବିଭାଗକୁ ତଥ୍ୟ ଦିଆଯାଇଛି। ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ସ୍ୱର୍ଣ୍ଣ ରଙ୍ଗର ରଥ ସମ୍ପର୍କରେ ଅବଗତ କରାଯାଇଛି।”
ସାମ୍ନାକୁ ଆସିଥିବା ଭିଡିଓରେ ବିଶାଳ ସୁନା ରଙ୍ଗର ରଥ ସମୁଦ୍ର ଢେଉରେ ଭାସି ଭାସି ଆସୁଛି। ଏହାପରେ କିଛି ଲୋକ ଏହାକୁ ସମୁଦ୍ର ଭିତରୁ ଭିଡ଼ିଭିଡ଼ି ସ୍ଥଳ ଭାଗକୁ ଆଣିଥିଲେ। ଏହାପରେ ଲୋକମାନେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସୁନା ରଙ୍ଗର ଏହି ରଥର ଆକୃତି ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଥିବା ଗୋଟିଏ ମଠ ସହ ସମାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Rath.jpg)