Advertisment

ମଙ୍ଗଳବାର ରାହୁଲଙ୍କୁ ଭେଟିବେ ସିଦ୍ଧୁ, ବୁଝାଇପାରେବି ତ ରାହୁଲ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ତୁଟୁନି କଳି। ବିବାଦ ଜାରି ରହିଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଭେଟିବେ ବୋଲି ଜଣାପଡ଼ିଛି। ଏହି ସମୟରେ ରାହୁଲ ଗାନ୍ଧୀ ଏହି ଅସନ୍ତୁଷ୍ଟ ନେତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବେ। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ […]

ଅଦ୍ୟତନ ହୋଇଛି
ମଙ୍ଗଳବାର ରାହୁଲଙ୍କୁ ଭେଟିବେ ସିଦ୍ଧୁ, ବୁଝାଇପାରେବି ତ ରାହୁଲ?

sidhu-amarinder

Advertisment

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ତୁଟୁନି କଳି। ବିବାଦ ଜାରି ରହିଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଭେଟିବେ ବୋଲି ଜଣାପଡ଼ିଛି। ଏହି ସମୟରେ ରାହୁଲ ଗାନ୍ଧୀ ଏହି ଅସନ୍ତୁଷ୍ଟ ନେତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବେ। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ରାହୁଲ ଫର୍ମୁଲା ବାହାର କରିବେ ବୋଲି ଜଣାପଡ଼ିଛି।

Advertisment

ଏହା ପୂର୍ବରୁ ବିବାଦର ସମାଧାନ ପାଇଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଗଠିତ ଏକ ତିନି ଜଣିଆ ପ୍ୟାନେଲକୁ ମଧ୍ୟ ସିଦ୍ଧୁ ଭେଟି ସାରିଛନ୍ତି। ଗତ ସପ୍ତାହରେ ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଜାଖର, ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଏବଂ ସାଂସଦ ପ୍ରତାପ ସିଂ ବାଜୱା ଏବଂ ମନୀଷ ତିୱାରୀ ରାହୁଲ ଗାନ୍ଧୀଙ୍କୁ ଭେଟି ରାଜ୍ୟରେ ବଢ଼ୁଥିବା ବିବାଦ ଉପରେ ରାହୁଲଙ୍କୁ ଅବଗତ କରାଇଥିଲେ।

ଗତ କିଛି ମାସ ହେବ ଚର୍ଚ୍ଚା ହେଉଛି ଯେ ସିଦ୍ଧୁ ସରକାରରେ ଉପମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ କଂଗ୍ରେସର ସଭାପତି ହେବାକୁ ଚାହୁଁଛନ୍ତି। ତେବେ ସିଦ୍ଧୁ କିନ୍ତୁ କହିଛନ୍ତି ସେ ପଦ ପାଇଁ ନୁହେଁ ବରଂ ପଞ୍ଜାବ ଏବଂ ପଞ୍ଜାବୀଙ୍କ ଅଧିକାର ବିଷୟରେ କହୁଛନ୍ତି।

Advertisment

ଜୁନ୍ ୨୨ରେ ଅମରିନ୍ଦର ସିଂ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ଗଠିତ ସମନ୍ୱୟ କମିଟି ଆଗରେ ହାଜର ହୋଇଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଅମରିନ୍ଦର ସିଂହ ସ୍ପଷ୍ଟ କରିଛନ୍ତି ଯେ ସେ ନବଜୋତ ସିଂହ ସିଦ୍ଧୁଙ୍କୁ ଅଧ୍ୟକ୍ଷ କରାଇବା ସପକ୍ଷରେ ନାହାଁନ୍ତି। ଏଥି ସହିତ, ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିବା ନେଇ ସେ ଚାହୁଁ ନାହାନ୍ତି ବୋଲି ଅମରିନ୍ଦର କହିଥିବା ସୂଚନା ରହିଛି।

Amarinder-Sidhu Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe