Advertisment

ଦିଶା ସାଲିଆନଙ୍କ ମୃତ୍ୟୁର କାରଣ ଖୋଜି ବାହାର କରିବି: ନାରାୟଣ ରାଣେ

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଏବଂ ପରେ ଜାମିନ ପାଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି ଆଗାମୀ ଦିନରେ ଜନ ଆଶୀର୍ବାଦ ଯାତ୍ରା ଜାରି ରହିବ। ଶୁକ୍ରବାର ସେ ଏକ ପ୍ରେସ କନଫରେନସ କରି କହିଛନ୍ତି, ଦଳ ତାଙ୍କ ସହିତ ରହିଛି। ଏହାବାଦ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁରୁ ପରଦା ହଟାଇବା ବୋଲି କହି ଉଦ୍ଧବ ସରକାରକୁ ଚେତାବନୀ ଦେଇଛନ୍ତି। ସେ […]

ଅଦ୍ୟତନ ହୋଇଛି
ଦିଶା ସାଲିଆନଙ୍କ ମୃତ୍ୟୁର କାରଣ ଖୋଜି ବାହାର କରିବି: ନାରାୟଣ ରାଣେ

disha-salian-susanta

Advertisment

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଏବଂ ପରେ ଜାମିନ ପାଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି ଆଗାମୀ ଦିନରେ ଜନ ଆଶୀର୍ବାଦ ଯାତ୍ରା ଜାରି ରହିବ। ଶୁକ୍ରବାର ସେ ଏକ ପ୍ରେସ କନଫରେନସ କରି କହିଛନ୍ତି, ଦଳ ତାଙ୍କ ସହିତ ରହିଛି। ଏହାବାଦ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁରୁ ପରଦା ହଟାଇବା ବୋଲି କହି ଉଦ୍ଧବ ସରକାରକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଦିଶା ସାଲିଆନଙ୍କ ମୃତ୍ୟୁର କାରଣ ସେ ଖୋଜି ବାହାର କରିବେ ଏବଂ ଏହାକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବେ ବୋଲି ସେ କହିଛନ୍ତି। ଯେ ପର୍ଯ୍ୟନ୍ତ ଦିଶା ସାଲିଆନଙ୍କ ହତ୍ୟାକାରୀ ସଜା ପାଇ ନଥିବେ ସେ ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।

Advertisment

ଗତ ବର୍ଷ ଜୁନ୍ ୮ରେ ମୁମ୍ବାଇର ଏକ କୋଠାର ୧୪ ମହଲାରୁ ଖସି ପଡ଼ିବାରୁ ଦିଶା ସାଲିଆନଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ନାରାୟଣ ରାଣେ ଦାବି କରିଥିଲେ ଯେ ଦିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ପ୍ରାଇଭେଟ ପାର୍ଟରେ ଆଘାତ ଲାଗିଛି। ଦିଶାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ରାଣେ ଦାବି କରିଛନ୍ତି।

ତେବେ ଦିଶାଙ୍କ ମୃତ୍ୟୁର କିଛି ଦିନ ପରେ ସୁଶାନ୍ତ ସିଂ ରାଜପୁତ ମଧ୍ୟ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ଉଭୟଙ୍କ ମୃତ୍ୟୁର ସତ ଏବେ ରହସ୍ୟ ଘେରରେ ରହିଛି। ତେଣୁ ଉଭୟ ମୃତ୍ୟୁ ପଛରେ ଜଣେ ରହିଥାଇପାରେ ବୋଲି କୁହାଯାଉଛି। ନାରାୟଣ ରାଣେ କହିଥିଲେ ଯେ ଏହି ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଜଣେ ମନ୍ତ୍ରୀ ଜଡିତ ଅଛନ୍ତି। ନାରାୟଣ ରାଣେ ଏଭଳି କହି ଉଦ୍ଧବଙ୍କ ପରିବାର ଆଡକୁ ଇସାରା କରିଛନ୍ତି।

Advertisment

ନାରାୟଣ ରାଣେ ପ୍ରେସମିଟ୍ କରି କହିଛନ୍ତି ତାଙ୍କ ମତକୁ ଭୁଲ୍ ଢ଼ଙ୍ଗରେ ନିଆଯାଇଛି। ସେ ଯାହା କହିଛନ୍ତି ତାହା ଅତୀତର ଘଟଣା ଉପରେ। ବର୍ତ୍ତମାନର ଘଟଣା ଉପରେ ନୁହେଁ। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା କେମିତି ରୁଜୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ତାଙ୍କ ବୟାନରେ କାଏମ ରହିଛନ୍ତି ବୋଲି କହିଛନ୍ତି। ଦୁଇ ଦିନ ପରେ ପୁଣି ପୂର୍ବପରି ଜନ ଆଶୀର୍ବାଦ ଯାତ୍ରା ସେ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ବିଧାୟକ ପୁଅ ସୋଶାଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, ଆଗାମୀ ଦିନରେ ଏହାର କଡ଼ା ଜବାବ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe