Advertisment

ବିମାନରୁ ଓହ୍ଲାଇବା ପରେ ମୋଦିଙ୍କୁ କୁଣ୍ଢାଇ ପକାଇଲେ

ସିଲିଗୁଡି: ଏପ୍ରିଲ ୧୭ରେ ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିଗୁଡି ଯାଇ ପ୍ରଚାର କରିଛନ୍ତି। ସିଲିଗୁଡ଼ିରେ ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତି ତାଙ୍କୁ ଆସି କୁଣ୍ଢାଇ ପକାଇଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚା ବଗିଚାରେ କାମ କରୁଥିବା କାମିରୁଲ ହକ। ଯିଏକି ଲୋକଙ୍କୁ ବାଇକ୍ ଆମ୍ବୁଲାନ୍ସ ଦାଦା ନାମରେ ଜାଣନ୍ତି। ଏହି କାମ ପାଇଁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ସେ ପାଇଛନ୍ତି। କାମିରୁଲ ହକ ଜଣେ […]

ଅଦ୍ୟତନ ହୋଇଛି
ବିମାନରୁ ଓହ୍ଲାଇବା ପରେ ମୋଦିଙ୍କୁ କୁଣ୍ଢାଇ ପକାଇଲେ

pm modi with dada

Advertisment

ସିଲିଗୁଡି: ଏପ୍ରିଲ ୧୭ରେ ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିଗୁଡି ଯାଇ ପ୍ରଚାର କରିଛନ୍ତି। ସିଲିଗୁଡ଼ିରେ ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତି ତାଙ୍କୁ ଆସି କୁଣ୍ଢାଇ ପକାଇଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚା ବଗିଚାରେ କାମ କରୁଥିବା କାମିରୁଲ ହକ। ଯିଏକି ଲୋକଙ୍କୁ ବାଇକ୍ ଆମ୍ବୁଲାନ୍ସ ଦାଦା ନାମରେ ଜାଣନ୍ତି। ଏହି କାମ ପାଇଁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ସେ ପାଇଛନ୍ତି। କାମିରୁଲ ହକ ଜଣେ ପରୋପକାରୀ ବ୍ୟକ୍ତି। ଲୋକଙ୍କୁ ବାଇକରେ ନେଇ ଚିକିତ୍ସା ଯୋଗାଇ ଦିଅନ୍ତି। ଆଉ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କୁ ବାଇକରେ ବସାଇ ରୋଗୀଙ୍କ ପାଖକୁ ନେଇ ଆସନ୍ତି କାମିରୁଲ।

Advertisment

ପ୍ରଧାନମନ୍ତ୍ରୀ ସିଲିଗୁଡିରେ ପ୍ରଚାର କରିବା ବେଳେ ମମତା ବାନାର୍ଜୀ ସରକାର ବିରୋଧରେ ବର୍ଷିଛନ୍ତି। ଏଥିସହ ଆଜି କୁଚ ବିହାରରେ ମତଦାନ ବେଳେ ହୋଇଥିବା ହିଂସା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ସେ କହିଛନ୍ତି। ବିଜେପି ପ୍ରତି ଲୋକଙ୍କର ଭଲ ପାଇବା ବଢ଼ୁଛି ଏହାକୁ ସହି ନପାରି ଟିଏମସିର ଗୁଣ୍ଡାମାନେ ଏଭଳି ହିଂସା ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

[caption id="attachment_634467" align="aligncenter" width="650"]publive-image ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଦ୍କଶ୍ରୀ କମିରୁଲ ହକ[/caption]

Advertisment

ସେ କହିଛନ୍ତି ଦିଦି, ଟିଏମସି ଏବଂ ସେମାନଙ୍କ ଗୁଣ୍ଡରାଜକୁ ଆଉ ପଶ୍ଚିମବଙ୍ଗ ବରଦାସ୍ତ କରିବନି। ଦିଦିଙ୍କ ଦଳ ହିଂସା କରି ନିର୍ବାଚନକୁ ପ୍ରଭାବିତ କରିପାରିବେନି। ଯେଉଁ ଯବାନ ଆତଙ୍କବାଦ, ନକ୍ସଲଙ୍କୁ ମୁକାବିଲା କରୁଛନ୍ତି ସେମାନେ କେବେ ହେଲେ ଦିଦିଙ୍କ ଗୁଣ୍ଡାକୁ ଡରିବେନି। ହେଲେ ଦିଦି ସେହି ବାହାଦୁର ଯବାନଙ୍କୁ ନିନ୍ଦା କରୁଛନ୍ତି ଏବଂ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି ଯେ ସେ ଜଣେ ଚା ବିକାଳି। ସମଗ୍ର ଉତ୍ତର ବେଙ୍ଗଲ ତାଙ୍କୁ ବହୁତ ଆଶୀର୍ବାଦ ଦେଇଛି। ଆଉ ଏହି ଉତ୍ତର ବେଙ୍ଗଲ ବାସୀ ଟିଏମସି ସରକାରକୁ ବାଏ ବାଏ କରିବାକୁ ଯାଉଛନ୍ତି। ପ୍ରଥମ ତିନୋଟି ପର୍ଯ୍ୟାୟରେ ମମତା ବାନାର୍ଜୀଙ୍କ ଦଳ ହାରିସାରିଛି ବୋଲି ସେ କହିଛନ୍ତି।

West Bengal West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe