ମଙ୍ଗଳରେ ପାଦ ଥାପିଲା ‘ପର୍ସିଭିରନ୍ସ’ ରୋଭର, ଜୀବସତ୍ତାର କରିବ ସନ୍ଧାନ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ମଙ୍ଗଳ ଗ୍ରହରେ ସଫଳତାର ସହ ପାଦ ଥାପିଛି ନାସାର ଯାନ ପର୍ସିଭିରନ୍ସ ରୋଭର । ଆମେରିକା ମହାକାଶ ଗବେଷଣ ସଂସ୍ଥା ନାସାର ଏହି ରୋଭର ସଫଳତାର ସହ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି । ଉଡାଣ ଭରିବାର ୭ ମାସ ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର । ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର […]

aaa-1

Niharika Rout
  • Published: Friday, 19 February 2021
  • , Updated: 19 February 2021, 10:02 AM IST

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ମଙ୍ଗଳ ଗ୍ରହରେ ସଫଳତାର ସହ ପାଦ ଥାପିଛି ନାସାର ଯାନ ପର୍ସିଭିରନ୍ସ ରୋଭର । ଆମେରିକା ମହାକାଶ ଗବେଷଣ ସଂସ୍ଥା ନାସାର ଏହି ରୋଭର ସଫଳତାର ସହ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି । ଉଡାଣ ଭରିବାର ୭ ମାସ ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର ।

ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଖୁସିର ବାତାବରଣ ଖେଳିଯାଇଥିଲା ।

୬ ଚକିଆ ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବନର ସତ୍ତା ସନ୍ଧାନ କରିବ । ମଙ୍ଗଳ ଗ୍ରହରେ ଯେ ଯଦି କେବେ ବି ଜୀବନ ରହିଥିବ ତେବେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ଏହି ମିଶନ ଦ୍ୱାରା ବୈଜ୍ଞାନିକ ଗବେଷଣା ସହ ଦର୍ଶନ ଏବଂ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ ।

୧୯୭୦ ପରେ ନାସାର ଏହା ନବମ ମଙ୍ଗଳ ଅଭିଯାନ ।  ନାସା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଗ୍ରହକୁ ପଠାଯାଇଥିବା ସବୁଠାରୁ ବୃହତ ରୋଭର ହେଉଛି ‘ପର୍ସିଭିରନ୍ସ’ ।  ନାସା ବୈଜ୍ଞାନିକଙ୍କ ସୂଚନା ଅନୁସାରେ ପର୍ସିଭିରନ୍ସ ରୋଭରକୁ ମଙ୍ଗଳ ପୃଷ୍ଠରେ ଲ୍ୟାଣ୍ଡ କରିବାର ଶେଷ ୭ ମିନିଟ ଥିଲା  ସବୁଠାରୁ କଠିନ । ପର୍ସିଭିରନ୍ସ ରୋଭର ଟେରେନ୍ ରିଲେଟିଭ୍ ନାଭିଗେସନ୍ ଜରିଆରେ ମଂଗଳ ଗ୍ରହରେ ଅବତରଣ କରିଥିଲା ।

ନାସାର ମଙ୍ଗଳ ମିଶନ୍‌ରେ ରହିଛି ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା । ନାସାରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡାକ୍ତର ସ୍ୱାତୀ ମୋହନଙ୍କ ଏହି ମିଶନ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି  । ରୋଭର୍ ଲ୍ୟାଣ୍ଡିଂ ଓ ମଙ୍ଗଳ ପୃଷ୍ଠରେ ଅବତରଣ ପ୍ରକ୍ରିୟା ଦାୟିତ୍ୱ ସ୍ୱାତୀଙ୍କ ପାଖରେ ଥିଲା ।  ପର୍ସିଭିରନ୍ସ ରୋଭରର ନିର୍ମାଣ, ବିକାଶ ଓ ଏହାକୁ ମଙ୍ଗଳ କକ୍ଷରେ ପହଞ୍ଚାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବି  ନିକଟରୁ ଅନୁଧ୍ୟାନ କରିଛନ୍ତି ସ୍ୱାତୀ ।

[caption id="attachment_620460" align="alignnone" width="650"] ନାସାରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡାକ୍ତର ସ୍ୱାତୀ ମୋହନ।[/caption]

ଡାକ୍ତର ସ୍ୱାତୀ ମୋହନଙ୍କ ଜନ୍ମ ଭାରତରେ ହୋଇଥିଲେ ବି ସେ ବର୍ଷକ ପରେ ପରିବାର ସହ ଆମେରିକା ଚାଲି ଯାଇଥିଲେ। ଛୋଟ ବେଳୁ ବୈଜ୍ଞାନିକ ହେବା ସ୍ୱପ୍ନ ଦେଖିଥିବା ସ୍ୱାତୀ ଏବେ ବିଶ୍ୱର ସବୁଠୁ ବଡ଼ ମହାକାଶ ଅଭିଯାନର ଅଙ୍ଗ ହୋଇପାରିଛନ୍ତି ।

Related story