Advertisment

ଜାତୀୟ ଯୁବ ପୁରସ୍କାର, ଓଡିଶାରୁ ଅନୀଲ ପ୍ରଧାନ ପୁରସ୍କୃତ

ନୂଆଦିଲ୍ଲୀ: ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍‍.ଓ.ଏଲ୍‍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ […]

ଅଦ୍ୟତନ ହୋଇଛି
ଜାତୀୟ ଯୁବ ପୁରସ୍କାର, ଓଡିଶାରୁ ଅନୀଲ ପ୍ରଧାନ ପୁରସ୍କୃତ

anil-pradhan

Advertisment

ନୂଆଦିଲ୍ଲୀ: ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍‍.ଓ.ଏଲ୍‍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।

Advertisment

ପୁରସ୍କାର ବିତରଣ ଉତ୍ସବରେ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ୍‍) ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଆନ୍ତର୍ଜାତୀୟ ଯୁବ ଦିବସ କେବଳ କ୍ୟାଲେଣ୍ଡରରେ ଗୋଟିଏ ଦିନ ନୁହେଁ । ଭାରତର ଯୁବକମାନେ ଭାରତର ଭବିଷ୍ୟତ ହେବାବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ବର୍ତ୍ତମାନ। ଏବେର ଯୁଗରେ ସେମାନେ ନୂଆ ଚିନ୍ତାଧାରା ଏବଂ ନବ ସୃଜନର ଡ୍ରାଇଭର।

ଏନ୍‍ୱାଇଏ ୨୦୧୭-୧୮ ପାଇଁ ମୋଟ ୧୪ ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୧୦ ପୁରସ୍କାର ଏବଂ ସଂଗଠନ ବର୍ଗରେ ୪ ପୁରସ୍କାର ଅନ୍ତର୍ଭୁକ୍ତ। ଏନ୍‍ୱାଇଏ ୨୦୧୮-୧୯ ପାଇଁ ମୋଟ ୮ ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୭ ପୁରସ୍କାର ଏବଂ ସଂଗଠନ ବର୍ଗରେ ୧ ପୁରସ୍କାର ଅନ୍ତର୍ଭୁକ୍ତ । ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିଗତ ଭାବେ ନଗଦ ପୁରସ୍କାର ୧,୦୦,୦୦୦ / - ଟଙ୍କା ଏବଂ ସଂଗଠନକୁ ନଗଦ ଆକାରରେ ଯଥାକ୍ରମେ ୩,୦୦,୦୦୦ / - ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୭-୧୮ବର୍ଷ ପାଇଁ ବ୍ୟକ୍ତିଗତ ବର୍ଗରେ ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।

Advertisment

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଯଥା ମାନବିକ ଅଧିକାର ପ୍ରୋତ୍ସାହନ, ସକ୍ରିୟ ନାଗରିକତା, ଗୋଷ୍ଠୀ ସେବା ଇତ୍ୟାଦି ଅବଦାନ ପାଇଁ ବ୍ୟକ୍ତିବିଶେଷ (୧୫-୨୯ ବର୍ଷ ବୟସ) ଏବଂ ସଂଗଠନକୁ ଜାତୀୟ ଯୁବ ପୁରସ୍କାର (ଏନ୍‍ୱାଇଏ) ପ୍ରଦାନ କରିଥାଏ ।

ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଜାତୀୟ ବିକାଶ ତଥା ସାମାଜିକ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା, ଯୁବକମାନଙ୍କୁ ସମାଜ ପ୍ରତି ଥିବା ଦାୟିତ୍ୱ ଭାବନା ବଢାଇବାକୁ ଉତ୍ସାହିତ କରିବା ଏବଂ ଏହିପରି ଉତ୍ତମ ନାଗରିକ ଭାବରେ ନିଜର ବ୍ୟକ୍ତିଗତ ସାମର୍ଥ୍ୟକୁ ଉନ୍ନତ କରିବା ଏବଂ ସାମାଜିକ ସେବା ସମେତ ଜାତୀୟ ବିକାଶ ପାଇଁ ଯୁବକମାନଙ୍କ ସହିତ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବା।

ଏହି ଅବସରରେଯୁବ ବ୍ୟାପାର ବିଭାଗର ସଚିବ, ଶ୍ରମତୀ ଉଷା ଶର୍ମା; ଜାତିସଂଘର ଆବାସିକ ସଂଯୋଜକ, ଶ୍ରୀମତୀ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଅସୀତ ସିଂହ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe