Advertisment

ବିବାଦ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ସିଦ୍ଧୁ, ୪୮ ଘଣ୍ଟା ଭିତରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ସାମାଧାନ ଦିଗରେ ଗତି କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ବିବଦ ମଧ୍ୟରେ ଆଜି ନବୋଜତ ସିଂହ ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ସେ ସନ୍ଧ୍ୟା ସମୟରେ ଶ୍ରୀ ଗାନ୍ଧିଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତକାଲି ସିଦ୍ଧୁ ଦିଲ୍ଲୀରେ ରାହୁଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ […]

ଅଦ୍ୟତନ ହୋଇଛି
ବିବାଦ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ସିଦ୍ଧୁ, ୪୮ ଘଣ୍ଟା ଭିତରେ ବଡ଼ ଘୋଷଣା

Rahul

Advertisment

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ସାମାଧାନ ଦିଗରେ ଗତି କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ବିବଦ ମଧ୍ୟରେ ଆଜି ନବୋଜତ ସିଂହ ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି।

Advertisment

ସେ ସନ୍ଧ୍ୟା ସମୟରେ ଶ୍ରୀ ଗାନ୍ଧିଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତକାଲି ସିଦ୍ଧୁ ଦିଲ୍ଲୀରେ ରାହୁଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ରାହୁଲ ଗାନ୍ଧି କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଥିଲେ।

ଏହାକୁ ନେଇ କଂଗ୍ରେସ କଳି ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଉଥିଲେ। ଏସବୁ ଭିତରେ ସିଦ୍ଧୁ ଆଜି ସକାଳେ ପ୍ରଥମେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ଏହାପରେ ସନ୍ଧ୍ୟାରେ ରାହୁଲଙ୍କୁ ଭେଟିଛନ୍ତି।

Advertisment

ସିଦ୍ଧୁ ଏହି ଭେଟଘାଟ ସମୟରେ ରାହୁଲଙ୍କୁ ପଞ୍ଜାବ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ କ୍ଷମତାକୁ ନେଇ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ବିବାଦ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ୪୮ ଘଣ୍ଟା ମଧ୍ୟରେ ବଡ଼ ଘୋଷଣା କରିବ। ସିଦ୍ଧୁଙ୍କୁ କୌଣସି ବଡ଼ ପଦ ମିଳିବାର ସମ୍ଭାବନା ରହିଥିବା ଏହି ସୂତ୍ରରେ କୁହାଯାଇଛି।

ଏହାପୂର୍ବରୁ ବିବାଦର ସମାଧାନ ପାଇଁ ସିଦ୍ଧୁ କଂଗ୍ରେସ ଗଠନ କରିଥିବା ୩ ଜଣିଆ କମିଟି ଆଗରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ଅମରିନ୍ଦର ସିଂହଙ୍କ ସହ ମଧ୍ୟ ଏହି କମିଟି ସହ ଆଲୋଚନା କରିଥିଲେ। କମିଟି ପକ୍ଷରୁ ଉଭୟଙ୍କ ବୟାନ ଓ ନିଜର ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଦିଆଯାଇଛି। ହାଇକମାଣ୍ଡ ତଦ୍‌ନୁଯାୟୀ ବଡ଼ ଘୋଷଣା ୪୮ ଘଣ୍ଟା ମଧ୍ୟରେ କରିବେ ବୋଲି କୁହାଯାଉଛି।

ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସରେ କଳି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏହାକୁ ତୁରନ୍ତ ସମାଧାନ କରି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କଂଗ୍ରେସ ହାଇକମାଣ୍ଡ ଲକ୍ଷ୍ୟ ରଖିଛନ୍ତି।

Amarinder-Sidhu Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe