Advertisment

ସିଦ୍ଧୁଙ୍କ ଖେଳ ଶେଷ କରିଦେଲେ ସୋନିଆ , ଇସ୍ତଫା ଦେଲେ

ଅମୃତସର: ୫ ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନମୋଡ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗତକାଲି ସମ୍ପୃକ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ସୋନିଆ। ସେହି ଅନୁଯାୟୀ ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ।  ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
'ମୁଁ ହେବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ', ଜିଦ୍‌ରେ ଅଟଳ ସିଦ୍ଧୁ

Sidhu

Advertisment

ଅମୃତସର: ୫ ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନମୋଡ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗତକାଲି ସମ୍ପୃକ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ସୋନିଆ। ସେହି ଅନୁଯାୟୀ ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ।  ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି।

Advertisment

କଂଗ୍ରେସ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୁଁ ମୋର ଇସ୍ତଫା ପତ୍ର ପଠାଥିବା କହିଛନ୍ତି ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଇସ୍ତଫାପତ୍ରକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେୱାଲା ଗତକାଲି ଟ୍ୱିଟ୍‌ କରି ଦଳର ପୁନର୍ଗଠନ ପାଇଁ  ସଭାପତିମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା କହିଥିଲେ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ପିସିସି ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ସୋନିଆ ଗାନ୍ଧି ନିର୍ଦ୍ଦେଶ ଦେଇଥିଲେ। ଚଳିତ ନିର୍ବାଚନ ଫଳାଫଳ କଂଗ୍ରେସ ମେରୁ ଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ସମଗ୍ର ଦେଶରୁ ଦଳର ଅସ୍ତିତ୍ୱ ଏକ ପ୍ରକାର ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଛି।
https://twitter.com/sherryontopp/status/1503951025853526019?s=20&t=-BZQiQENlahNr5LX7lTwDw

ଏହା ପରେ ଦଳ ପକ୍ଷରୁ ଉଚ୍ଚସ୍ତରୀୟ ତଥା କାର୍ଯ୍ୟକାରିଣୀ ବୈଠକ ଡକାଯାଇ ମନ୍ଥନ ଆରମ୍ଭ ହୋଇଥିଲା। ତେବେ  ପଞ୍ଜବାରେ କଂଗ୍ରେସ ହାରିବା ପରେ ଗଣମାଧ୍ୟମ ପକ୍ଷରୁ ସିଦ୍ଧୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସିଦ୍ଧୁ କହିଥିଲେ ଯେ, ପଞ୍ଜାବର ଲୋକେ ସବୁଠୁ ଭଲ ନିଷ୍ପତ୍ତି ନେଇଛନ୍ତି। ଆମକୁ ପରିବର୍ତ୍ତନ  କରି ଆପକୁ କ୍ଷମତା ଦେଇଥିବାରୁ ଏହା ସେମାନଙ୍କର ଉଚିତ ନିଷ୍ପତ୍ତି ବୋଲି ସିଦ୍ଧୁ କହିଥିଲେ। ସେ କହିଥିଲେଯେ, ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବ ଜନତା ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଏହା ହେଉଛି ରାଜନୀତିରେ ପରିବର୍ତ୍ତନ। ପଞ୍ଜାବ ଜନତାଙ୍କ ଭଲ ଏବଂ ଉଚିତ ନିଷ୍ପତ୍ତି ପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

Advertisment

ତେବେ କଂଗ୍ରେସର ମୁଖ୍ୟ ହୋଇ ପଞ୍ଜାବବାସୀ ପରିବର୍ତ୍ତନକୁ ଚୟନ କରିଥିବା କେମିତି କହିପାରୁଛନ୍ତି ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ସିଦ୍ଧୁ କହିଥିଲେ ଯେ,  ଲୋକଙ୍କର ସ୍ୱର ହେଉଛି ଭଗବାନଙ୍କ ସ୍ୱର। ଆମେ ଜନତାଙ୍କ ନିର୍ଣ୍ଣୟକୁ ନମ୍ରତାର ସହ ଗ୍ରହଣ କରୁଛୁ। ସେ କହିଛନ୍ତି ଯେ, ପଞ୍ଜାବର ଉନ୍ନତି ପାଇଁ ମିଶନ ଜାରି ରହିବ। ସେ ତାଙ୍କ ଲକ୍ଷ୍ୟରୁ ଦୂରେଇଯିବେ ନାହିଁ ବୋଲି କହିଥିଲେ।  ସୂଚନା ଅନୁଯାୟୀ ଅମୃତସର ପୂର୍ବ ଆସନରୁ ସିଦ୍ଧୁ ତାଙ୍କ ପ୍ରତିଦ୍ୱନ୍ଦୀ ଆପ୍‌ ପ୍ରାର୍ଥୀ ଜୀବନ ଜ୍ୟୋତି କୌରଙ୍କଠାରୁ ୬୦୦୦ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। କ୍ରକେଟରରୁ ପଲଟିସିଆନ ହୋଇଥିବା ସିଦ୍ଧୁ ବିଜେପି ଟିକେଟରୁ ପୂର୍ବରୁ ଅମୃତସର ଆସନରୁ ଲୋକସଭା ସିଟ୍‌ରେ ଜିତିଥିଲେ। ତେବେ ୨୦୧୭ ନିର୍ବାଚନରେ ସିଦ୍ଧୁ କଂଗ୍ରେସରେ ଯୋଗ ଦେଇ ଅମୃତସର ଆସନରୁ ବିଧାୟକ ପାଇଁ ଲଢ଼ି ୪୨,୦୦୦ ଭୋଟ୍‌ରେ ଜିତିଥିଲେ।

Navjot Singh Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe