Advertisment

ସିଦ୍ଧୁଙ୍କ ରଙ୍ଗ ଫିକା ପଡ଼ିଗଲା , ଆପ୍ ଆଡ଼କୁ ଢଳିଲେ !

ଚଣ୍ଡିଗଡ଼: କ୍ରିକେଟରୁ ରାଜନେତା ହୋଇଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଖେଳରେ କ୍ଲିନ୍‌ ବୋଲଡ୍‌ ହୋଇଛନ୍ତି। ଏମିତିକି ନିଜ କଥା ଚାତୁର୍ଯ୍ୟରେ ଚମକେଇ ଦେଉଥିବା ସିଦ୍ଧୁଙ୍କ ଯାଦୁ ମଧ୍ୟ କାମ କରିନି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ନିଜକୁ ଫାୟାରବ୍ରାଣ୍ଡ ନେତା ଭାବେ ଉପସ୍ଥାପନ କରିଥିବା ସିଦ୍ଧୁ ନିର୍ବାଚନରେ ହାରି ଯିବା ପରେ ତାଙ୍କର ଫୁଟାଣି ଭାଙ୍ଗିଯାଇଛି। ଆଉ ପୁରୁଣା ରଙ୍ଗ ବି ନାହିଁ। ପଞ୍ଜାବ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସିଦ୍ଧୁ ନରମିବା ଆରମ୍ଭ […]

ସିଦ୍ଧୁଙ୍କ ରଙ୍ଗ ଫିକା ପଡ଼ିଗଲା , ଆପ୍ ଆଡ଼କୁ ଢଳିଲେ !

sidhu

Advertisment

ଚଣ୍ଡିଗଡ଼: କ୍ରିକେଟରୁ ରାଜନେତା ହୋଇଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଖେଳରେ କ୍ଲିନ୍‌ ବୋଲଡ୍‌ ହୋଇଛନ୍ତି। ଏମିତିକି ନିଜ କଥା ଚାତୁର୍ଯ୍ୟରେ ଚମକେଇ ଦେଉଥିବା ସିଦ୍ଧୁଙ୍କ ଯାଦୁ ମଧ୍ୟ କାମ କରିନି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ନିଜକୁ ଫାୟାରବ୍ରାଣ୍ଡ ନେତା ଭାବେ ଉପସ୍ଥାପନ କରିଥିବା ସିଦ୍ଧୁ ନିର୍ବାଚନରେ ହାରି ଯିବା ପରେ ତାଙ୍କର ଫୁଟାଣି ଭାଙ୍ଗିଯାଇଛି।

Advertisment

ଆଉ ପୁରୁଣା ରଙ୍ଗ ବି ନାହିଁ। ପଞ୍ଜାବ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସିଦ୍ଧୁ ନରମିବା ଆରମ୍ଭ କରିଛନ୍ତି।  ଗତକାଲି ପଞ୍ଜାବର ଜନାଦେଶକୁ ନମ୍ରତାର ସହ ସ୍ୱୀକାର କରିଥିବା ବେଳେ ଆଜି ମଧ୍ୟ ନିଜ ମତକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବ ଜନତା ସଠିକ୍ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସରକାରକୁ ପରାସ୍ତ କରି କ୍ଷମତାକୁ ଆସିଥିବା ଆମ ଆଦିମୀ ପାର୍ଟି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, ଏହା ହେଉଛି ରାଜନୀତିରେ ପରିବର୍ତ୍ତନ। ପଞ୍ଜାବ ଜନତାଙ୍କ ଭଲ ଏବଂ ଉଚିତ ନିଷ୍ପତ୍ତି ପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ରାଜନୀତିରେ ଏକ ନୂଆ ବ୍ୟବସ୍ଥାକୁ ପଞ୍ଜାବ ଚୟନ କରିଥିବାରୁ ସେ ଅଭିନନ୍ଦନ ଜଣାଇଛନ୍ତି।

ତେବେ କଂଗ୍ରେସର ମୁଖ୍ୟ ହୋଇ ପଞ୍ଜାବବାସୀ ପରିବର୍ତ୍ତନକୁ ଚୟନ କରିଥିବା କେମିତି କହିପାରୁଛନ୍ତି ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ସିଦ୍ଧୁ କହିଥିଲେ ଯେ,  ଲୋକଙ୍କର ସ୍ୱର ହେଉଛି ଭଗବାନଙ୍କ ସ୍ୱର। ଆମେ ଜନତାଙ୍କ ନିର୍ଣ୍ଣୟକୁ ନମ୍ରତାର ସହ ଗ୍ରହଣ କରୁଛୁ। ସେ କହିଛନ୍ତି ଯେ, ପଞ୍ଜାବର ଉନ୍ନତି ପାଇଁ ମିଶନ ଜାରି ରହିବ। ସେ ତାଙ୍କ ଲକ୍ଷ୍ୟରୁ ଦୂରେଇଯିବେ ନାହିଁ । ସେହପିର ଳୋକଙ୍କ ସହ ସମ୍ପର୍କରେ ଉଣା ହେବ ନାହିଁ କି କମିଯିବ ନାହିଁ। ମୁଁ ପଞ୍ଜାବବାସୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିପାରୁଛି ବୋଲି କହିଛନ୍ତି । ସୂଚନା ଅନୁଯାୟୀ ଅମୃତସର ପୂର୍ବ ଆସନରୁ ସିଦ୍ଧୁ ତାଙ୍କ ପ୍ରତିଦ୍ୱନ୍ଦୀ ଆପ୍‌ ପ୍ରାର୍ଥୀ ଜୀବନ ଜ୍ୟୋତି କୌରଙ୍କଠାରୁ ୬୦୦୦ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। କ୍ରକେଟରରୁ ପଲଟିସିଆନ ହୋଇଥିବା ସିଦ୍ଧୁ ବିଜେପି ଟିକେଟରୁ ପୂର୍ବରୁ ଅମୃତସର ଆସନରୁ ଲୋକସଭା ସିଟ୍‌ରେ ଜିତିଥିଲେ। ତେବେ ୨୦୧୭ ନିର୍ବାଚନରେ ସିଦ୍ଧୁ କଂଗ୍ରେସରେ ଯୋଗ ଦେଇ ଅମୃତସର ଆସନରୁ ବିଧାୟକ ପାଇଁ ଲଢ଼ି ୪୨,୦୦୦ ଭୋଟ୍‌ରେ ଜିତିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe