Advertisment

କ୍ରିକେଟର୍‌ରୁ ନେତା ପରେ ଏବେ କିରାଣି ପାଲଟିଲେ ସିଦ୍ଧୁ

ଚଣ୍ଡିଗଡ: କ୍ରିକେଟର୍‌ରୁ କଂଗ୍ରେସ ନେତା ଆଉ ଏବେ କିରାଣି ପାଲଟିଲେ ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ତଳର ଏକ ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସିଦ୍ଧୁ ପଟିଆଲା ଜେଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ । ଜେଲ ମଧ୍ୟରେ ସିଦ୍ଧୁଙ୍କ ସୁରକ୍ଷା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର କାମ ନିଜ ବାରାକରେ କରିବେ। ପ୍ରତିଦିନ ତାଙ୍କୁ ଜେଲ ଅଫିସ […]

ଅଦ୍ୟତନ ହୋଇଛି
କ୍ରିକେଟର୍‌ରୁ ନେତା ପରେ ଏବେ କିରାଣି ପାଲଟିଲେ ସିଦ୍ଧୁ

Navjot Sidhu

Advertisment

ଚଣ୍ଡିଗଡ: କ୍ରିକେଟର୍‌ରୁ କଂଗ୍ରେସ ନେତା ଆଉ ଏବେ କିରାଣି ପାଲଟିଲେ ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ତଳର ଏକ ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସିଦ୍ଧୁ ପଟିଆଲା ଜେଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ । ଜେଲ ମଧ୍ୟରେ ସିଦ୍ଧୁଙ୍କ ସୁରକ୍ଷା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର କାମ ନିଜ ବାରାକରେ କରିବେ। ପ୍ରତିଦିନ ତାଙ୍କୁ ଜେଲ ଅଫିସ ପକ୍ଷରୁ ଫାଇଲ ପଠାଯିବ।

Advertisment

ମଙ୍ଗବାର ଠାରୁ ହିଁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି। ପଟିଆଲା ସେଣ୍ଟ୍ରାଲ ଜେଲ୍‌ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍‌ ପରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ।

୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣି କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ ସିଦ୍ଧୁଙ୍କୁ ୩୪ ବର୍ଷ ତଳେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡା ହୋଇଥିଲା। ପରେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।

Navjot Singh Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe