Advertisment

କଂଗ୍ରେସର ନାଲିଆଖି ପରେ ସିଦ୍ଧୁଙ୍କ ପରାମର୍ଶଦାତା ପଦ ଛାଡ଼ିଲେ

ଚଣ୍ଡିଗଡ଼: କଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଥିବା ପଞ୍ଜାବ କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂହ ମାଲି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିବାଦୀୟ ବୟାନ ପାଇଁ କଂଗ୍ରେସର ପଞ୍ଜାବ ଇନଚାର୍ଜ ହରିଶ ରାୱତ ଗୁରୁବାର ସିଦ୍ଧୁଙ୍କୁ ଚରମବାଣୀ ଶୁଣାଇଥିଲେ। ଯଦି ସେ ବିବାଦୀୟ ବୟାନ ପାଇଁ ପରାମର୍ଶଦାତାଙ୍କ ବିରୋଧରେ ପଦକ୍ଷେପ ନ ନେବେ, ତା’ହେଲେ ବାଧ୍ୟ ହୋଇ ଦଳ ତାଙ୍କୁ ବହିଷ୍କାର କରିବ ବୋଲି ଶ୍ରୀ ରାୱତ ଚେତାବନୀ […]

କଂଗ୍ରେସର ନାଲିଆଖି ପରେ ସିଦ୍ଧୁଙ୍କ ପରାମର୍ଶଦାତା ପଦ ଛାଡ଼ିଲେ

Sidhu

Advertisment

ଚଣ୍ଡିଗଡ଼: କଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଥିବା ପଞ୍ଜାବ କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂହ ମାଲି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିବାଦୀୟ ବୟାନ ପାଇଁ କଂଗ୍ରେସର ପଞ୍ଜାବ ଇନଚାର୍ଜ ହରିଶ ରାୱତ ଗୁରୁବାର ସିଦ୍ଧୁଙ୍କୁ ଚରମବାଣୀ ଶୁଣାଇଥିଲେ।

Advertisment

ଯଦି ସେ ବିବାଦୀୟ ବୟାନ ପାଇଁ ପରାମର୍ଶଦାତାଙ୍କ ବିରୋଧରେ ପଦକ୍ଷେପ ନ ନେବେ, ତା’ହେଲେ ବାଧ୍ୟ ହୋଇ ଦଳ ତାଙ୍କୁ ବହିଷ୍କାର କରିବ ବୋଲି ଶ୍ରୀ ରାୱତ ଚେତାବନୀ ଦେଇଥିଲେ। ଏହି ନାଲିଆଖିକୁ ୨୪ ଘଣ୍ଟା ନପୁରୁଣୁ ସିଦ୍ଧୁଙ୍କ ପରାମର୍ଶଦାତା ମାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଗତ ସପ୍ତାହରେ ମାଲି ଗୋଟିଏ ଫେସବୁକ ପୋଷ୍ଟରେ କଶ୍ମୀରକୁ ଉଭୟ ଭାରତ ଓ ପାକିସ୍ତାନ ବେଆଇନ ଭାବେ କବଜା କରିଥିବା କହିଥିଲେ। ଆଉ ଗୋଟିଏ ପୋଷ୍ଟରେ ସେ ତାଲିବାନ ସମ୍ପର୍କରେ ଲେଖିଥିଲେ। ସେ କହିଥିଲେ, “ବର୍ତ୍ତମାନ ଶିଖ ଓ ହିନ୍ଦୁଙ୍କ ସୁରକ୍ଷା ସେମାନଙ୍କ ଉପରେ ନିର୍ଭର କରୁଛି। ସେମାନେ ଏବେ ଦେଶର ସ୍ଥିତିକୁ ସୁଧାରିବା ପାଇଁ ଶାସନ କରିବେ। ପୂର୍ବରୁ କରୁଥିବା ଶାସନ ଶୈଳୀକୁ ଭୁଲିବେ।” ଏହି ବୟାନକୁ ନେଇ ସିଦ୍ଧୁ ଓ ମାଲିଙ୍କୁ ଦଳ ଭିତରୁ ମଧ୍ୟ ବିରୋଧ କରାଯାଇଥିଲା।

Advertisment

ଆଜି ସେ ଫେସବୁକରେ ଶିଖ ବିରୋଧୀ ଗୋଷ୍ଠୀ ତାଙ୍କୁ ଟାର୍ଗେଟ କରୁଛନ୍ତି ଓ ପଞ୍ଜାବ ମଡେଲକୁ ଲାଇନଚ୍ୟୁତ କରୁଥିବା କହି ନିଜ ପଦରୁ ଇସ୍ତଫା ଦେଇଛି। ସେ କହିଛନ୍ତି, “ଶିଖ ବିରୋଧୀ ଫୋର୍ସ ସାମ୍ନାକୁ ଆସିଥିବା ପଞ୍ଜାବ ମଡେଲକୁ ସହ୍ୟ କରିପାରୁନାହାନ୍ତି। ପଞ୍ଜାବକୁ ଶିଖରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମକୁ ଲାଇନଚ୍ୟୁତ କରିବା ପାଇଁ ପ୍ରୟାସ କରାଯାଉଛି। ମୋତେ ହାତବାନ୍ଧି କାମ କରିବାକୁ ବାଧ୍ୟ କରାଯାଉଛି। ଯାହା ମୋ ପକ୍ଷରେ ସମ୍ଭବ ନୁହେଁ। ଏଥିପାଇଁ ବେଶ ସମ୍ମାନର ସହ ମୋ ଇସ୍ତଫାପତ୍ରକୁ ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ତାନ୍ତର କରୁଛି।”

ଏଥିସହ ଯଦି ତାଙ୍କ ଉପରେ କୌଣସି ଆକ୍ରମଣ ହୁଏ, ତା’ହେଲେ ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ, କଂଗ୍ରେସ ସାଂସଦ ମନୀଷ ତିୱାରୀ, ଅକାଳୀ ଦଳର ସୁଖବୀର ବାଦଲ, ଆପର ରାଘବ ଚଢା ଦାୟୀ ରହିବେ ବୋଲି ସେ କହିଛନ୍ତି। କାରଣ ମାଲିଙ୍କ କଶ୍ମୀର ମନ୍ତବ୍ୟକୁ ନେଇ ଏମାନେ ତାଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ଦେଶ ବିରୋଧୀ ବୟାନ ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe