Sidhu
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଳିଥିବା କଳି ମଧ୍ୟରେ ଦଳର ବିଧାୟକ ତଥା ବରିଷ୍ଠ ନେତା ନବଜୋତ ସିଦ୍ଧୁଙ୍କ ଗୋଟିଏ ଟ୍ୱିଟ ହଇଚଇ ସୃଷ୍ଟି କରିଛି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସିଦ୍ଧୁ ଦିଲ୍ଲୀରେ କ୍ଷମତାସୀନ ଆମ ଆଦ୍ମୀ ପାର୍ଟି (ଆପ୍)କୁ ଯିବାର ସଙ୍କେତ ଦେଇଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କ ମତଭେଦ ଚାଲିଛି। ଏସବୁ ଭିତରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଟ୍ୱିଟ କରିଛନ୍ତି। ସିଦ୍ଧୁ ଆଜି ଟ୍ୱିଟ କରି କହିଛନ୍ତି, ଆମର ବିରୋଧୀ ଦଳ ଆପ୍ ସବୁବେଳେ ମୋ କାମକୁ ଓ ପଞ୍ଜାବ ପ୍ରତି ଥିବା ମୋର ଭିଜନକୁ ସମ୍ମାନ ଦେଇଛି। ଆପ୍ ଏହାକୁ ସବୁବେଳେ ଗୁରୁତ୍ୱ ଦେଇଛି। ୨୦୧୭ ପୂର୍ବରୁ ଗୁରୁ ଗ୍ରନ୍ଥ ସାହେବଙ୍କ ବୈଦବି ହେଉ କି ଡ୍ରଗ୍ସ, ଚାଷୀଙ୍କ ସମସ୍ୟା, ଦୁର୍ନୀତି କିମ୍ବା ପଞ୍ଜାବବାସୀ ସମ୍ମୁଖୀନ ହେଉଥିବା ବିଜୁଳି ସମସ୍ୟା ହେଉ, ସବୁ ବିଷୟ ପୂର୍ବରୁ କିମ୍ବା ମୋ ଦ୍ୱାରା ଉଠା ଯାଇଥିଲା। ଆଜି ଯେତେବେଳେ ମୁଁ ପଞ୍ଜାବ ମଡେଲ କଥା ଉଠାଉଛି ସେତେବେଳେ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ଜାଣିପାରୁଛନ୍ତି କିଏ ପଞ୍ଜାବ ପାଇଁ ପ୍ରକୃତିରେ ସଂଘର୍ଷ କରୁଛି ବୋଲି ସିଦ୍ଧୁ ଟ୍ୱିଟ କରିଛନ୍ତି।
ସିଦ୍ଧୁ ଏହି ଟ୍ୱିଟ ସହ ଆପ୍ ସାଂସଦ ଭଗବନ୍ତ ମାନ ତାଙ୍କର ପ୍ରଶଂସା କରୁଥିବା ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସାଂସଦ ମାନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରୁଥିବା ବେଳେ ସିଦ୍ଧୁଙ୍କୁ ପ୍ରଶଂସା କରୁଛନ୍ତି। ଏହି ସବୁ ଟ୍ୱିଟ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ଗତିବଧିକୁ ଚଳଚଞ୍ଚଳ କରି ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Sidhu-1.jpg)