Advertisment

ଚରମ ସୀମାରେ କଂଗ୍ରେସ କଳି: 'ନବଜୋତ ସିଂ ସିଦ୍ଧୁ ନିଖୋଜ'

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଖୋଜ। ଅମୃତସର (ପୂର୍ବ)ରେ ସେ ନିଖୋଜ ହୋଇଥିବା ନେଇ ଏକ ପୋଷ୍ଟର ଲାଗିଛି। ସିଦ୍ଧୁ ଅମୃତସର (ପୂର୍ବର)ର ବିଧାୟକ ହୋଇଥିବା ବେଳେ ଏଭଳି ପୋଷ୍ଟର କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୋଷ୍ଟରରେ ଉଲ୍ଲେଖ ରହିଛି ଯିଏ ଖୋଜି ଆଣିଦେବେ ସିଦ୍ଧୁଙ୍କୁ ତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିବ। ଏହା ପୂର୍ବରୁ ଅମୃତସରରେ ମଧ୍ୟ ସମାନ ପୋଷ୍ଟର ଦେଖିବାକୁ ମିଳିଥିଲା। […]

ଅଦ୍ୟତନ ହୋଇଛି
ମଙ୍ଗଳବାର ରାହୁଲଙ୍କୁ ଭେଟିବେ ସିଦ୍ଧୁ, ବୁଝାଇପାରେବି ତ ରାହୁଲ?

sidhu-amarinder

Advertisment

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଖୋଜ। ଅମୃତସର (ପୂର୍ବ)ରେ ସେ ନିଖୋଜ ହୋଇଥିବା ନେଇ ଏକ ପୋଷ୍ଟର ଲାଗିଛି। ସିଦ୍ଧୁ ଅମୃତସର (ପୂର୍ବର)ର ବିଧାୟକ ହୋଇଥିବା ବେଳେ ଏଭଳି ପୋଷ୍ଟର କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୋଷ୍ଟରରେ ଉଲ୍ଲେଖ ରହିଛି ଯିଏ ଖୋଜି ଆଣିଦେବେ ସିଦ୍ଧୁଙ୍କୁ ତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିବ। ଏହା ପୂର୍ବରୁ ଅମୃତସରରେ ମଧ୍ୟ ସମାନ ପୋଷ୍ଟର ଦେଖିବାକୁ ମିଳିଥିଲା। ତେବେ ଅମୃତସର (ପୂର୍ବ)ରେ ଏହି ପୋଷ୍ଟର ଏକ ଏନଜିଓ ଦ୍ୱାରା ଲଗାଯାଇଛି ବୋଲି ଜଣାପଡ଼ିଛି। ଏନଜିଓ ସଂସ୍ଥାଟି ପୋଷ୍ଟରରେ ଉଲ୍ଲେଖ କରିଛି ଯେ, ନବଜୋତ ସିଂହ ସିଦ୍ଧୁ ବିଧାୟକ ହେବା ପରେ ନିଜ ନିର୍ବାଚନ ମଣ୍ଡଳୀରୁ ଗାଏବ ରହିଛନ୍ତି। ତେଣୁ ତାଙ୍କୁ ଖୋଜି ଆଣିବା ଦରକାର।

Advertisment

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ଏବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ମାମଲାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ତକ୍ଷେପ କରି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ମଙ୍ଗଳବାର ସିଦ୍ଧୁ କଂଗ୍ରେସର ତିନି ଜଣିଆ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।

ପଞ୍ଜାବ କଂଗ୍ରେସର ବିବାଦର ସମାଧାନ ପାଇଁ ଦିଲ୍ଲୀରେ ଏବେ କଂଗ୍ରେସ ମାରାଥନ ବୈଠକ କରୁଛି। ଗତ ତିନି ଦିନ ମଧ୍ୟରେ ପ୍ରାୟ ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଭେଟିବା ପରେ ମଲ୍ଲିକାର୍ଜୁନ ଖାଡଗେ, ହରିଶ ରାୱତ ଏବଂ ଜେପି ଅଗ୍ରୱାଲଙ୍କୁ ନେଇ ଏକ ପ୍ୟାନେଲ ବିଧାନସଭା ନିର୍ବାଚନରେ ​​ହାରିଥିବା ପ୍ରାର୍ଥୀଙ୍କୁ ଡାକିଛନ୍ତି।

Advertisment

ଏହି ପ୍ୟାନେଲ ଆଜି ସାଂସଦ ମନୀଷ ତେୱାରୀଙ୍କ ସହ କଥା ହେବେ। କିନ୍ତୁ ଅପେକ୍ଷା କେବେ ଆସିବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ ଆଜି ଆସିବାର କାର୍ଯ୍ୟକ୍ରମ ରହିଛି ହେଲେ ସରକାରୀ କାର୍ଯ୍ୟକ୍ରମ ପାଇଁ ଆଜି କ୍ୟାପଟେନ ଅମରିନ୍ଦର ଆସିନପାରନ୍ତି ଦିଲ୍ଲୀ । ଗତ କିଛି ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟ କଂଗ୍ରେସ ବିଧାୟକ ଓ ନେତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସିଦ୍ଧୁ ମଙ୍ଗଳବାର ଏହି କମିଟିକୁ ଭେଟି ତାଙ୍କ ମତାମତ ଦେଇ ସାରିଛନ୍ତି।

Congress Navjot Singh Sidhu Amarinder-Sidhu Controversy Punjab Captain Amarinder Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe