Advertisment

୩୦୦ କୋଟିର ସମ୍ପତ୍ତିକୁ ୫୫ ଲକ୍ଷରେ କିଣିଥିଲେ ନୱାବ! ଏବେ ଫସିଲେ

ମୁମ୍ବାଇ: ଜେଲ୍‌ରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ। ୮ ଘଣ୍ଟାର ଘନ ଘନ ଜେରା ପରେ ତାଙ୍କୁ ଗତକାଲି ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ୩ ମାର୍ଚ୍ଚ ଯାଏଁ ଇଡିର ରିମାଣ୍ଡରେ ରହିବେ। ୩୦୦ କୋଟି ଟଙ୍କାର ସମ୍ପତ୍ତି ସହ ଜଡିତ ଏକ ମାମଲାରେ ନୱାବଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ନୱାବଙ୍କ ସମେତ ଡି ଗ୍ୟାଙ୍ଗ (ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଗ୍ୟାଙ୍ଗ) ଏବଂ ଦାଉଦର ଭଉଣୀ ହସିନା ପାରକର ମଧ୍ୟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୩୦୦ କୋଟିର ସମ୍ପତ୍ତିକୁ ୫୫ ଲକ୍ଷରେ କିଣିଥିଲେ ନୱାବ! ଏବେ ଫସିଲେ

Nawab

ମୁମ୍ବାଇ: ଜେଲ୍‌ରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ। ୮ ଘଣ୍ଟାର ଘନ ଘନ ଜେରା ପରେ ତାଙ୍କୁ ଗତକାଲି ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ୩ ମାର୍ଚ୍ଚ ଯାଏଁ ଇଡିର ରିମାଣ୍ଡରେ ରହିବେ। ୩୦୦ କୋଟି ଟଙ୍କାର ସମ୍ପତ୍ତି ସହ ଜଡିତ ଏକ ମାମଲାରେ ନୱାବଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ନୱାବଙ୍କ ସମେତ ଡି ଗ୍ୟାଙ୍ଗ (ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଗ୍ୟାଙ୍ଗ) ଏବଂ ଦାଉଦର ଭଉଣୀ ହସିନା ପାରକର ମଧ୍ୟ ସାମିଲ ଅଛନ୍ତି।

Advertisment

ଇଡିର କହିବା ମୁତାବକ, ନୱାବ କୁଆଡେ ୩୦୦ କୋଟି ଟଙ୍କାର ସମ୍ପତ୍ତିକୁ ୫୫ ଲକ୍ଷ ଟଙ୍କାରେ ହଡପ କରିନେଇଛନ୍ତି। ମୁନିରା ପ୍ଲମ୍ବର ନାମକ ଜଣେ ମହିଳାଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତିକୁ ନୱାବ ଡି-ଗ୍ୟାଙ୍ଗ ଜରିଆରେ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏହି ସମ୍ପତ୍ତିକୁ ହଡପ କରିବା ପାଇଁ ସଲିଡସ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ବ୍ୟବହାର କରାଯାଇଛି। ଏ କମ୍ପାନୀର ମାଲିକନା ନୱାବ ମଲିକଙ୍କ ପରିବାର ପାଖରେ ଥିଲେ ସୁଦ୍ଧା ଦାଉଦଙ୍କ ଭଉଣୀ ହସିନା ପାର୍କର ସମେତ ଡି-ଗ୍ୟାଙ୍ଗର ଅନେକ ସଦସ୍ୟ ଏହାକୁ କଣ୍ଟ୍ରୋଲ କରୁଥିଲେ।

ଇଡି ଦେଇଥିବା ବୟାନ ଅନୁଯାୟୀ ମୁନିରା ପ୍ଲମ୍ବର କହିଥିଲେ ମୁମ୍ବାଇର କୁର୍ଲାରେ ତାଙ୍କର ପାଖାପାଖି ୩ ଏକରର ପ୍ଲଟ ଥିଲା। ତେବେ ତାଙ୍କର ଏହି ପ୍ରପର୍ଟିକୁ ଡି-ଗ୍ୟାଙ୍ଗର ସଦସ୍ୟ ସଲିମ ପଟେଲ କୌଣସି ଥାର୍ଡ ପାର୍ଟିକୁ ବିକ୍ରି କରିଦେଇଥିବା ନେଇ ସେ ଜାଣିନଥିଲେ। ୨୦୦୩ ଜୁଲାଇ ୧୮ ପରଠାରୁ ଏହି ସମ୍ପତ୍ତିକୁ ଭଡା ଦିଆଯିବା ନେଇ କୌଣସି ଚୁକ୍ତି ହୋଇନଥିଲା କି ସେ ନିଜ ସମ୍ପତ୍ତିକୁ ବିକ୍ରି କରିନଥିଲେ। ତେବେ ଏହି ସମ୍ପତ୍ତିକୁ କବ୍‌ଜା କରିଥିବା ଲୋକଙ୍କୁ ସେଠାରୁ ହଟାଇବା ପାଇଁ ସଲମିଙ୍କୁ ମୁନିରାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ, କିନ୍ତୁ ସେ ସଲିମଙ୍କୁ କେବେବି ସମ୍ପତ୍ତିକୁ ବିକ୍ରି କରିବା ପାଇଁ କହିନଥିଲେ।

Advertisment

ମିଳିଥିବା ସୂଚନା ମୁତାବକ, ସଲିମ ବେଆଇନ୍‌ ରୂପେ ଏହି ସମ୍ପତ୍ତିକୁ କୌଣସି ଜଣେ ଥାର୍ଡ ପାର୍ଟିକୁ ବିକ୍ରି କରିଦେଇଥିଲ ଏନେଇ ମୁନିରା ନିଜ ବୟାନରେ କହିଛନ୍ତି। ସଲିମଙ୍କ ସମ୍ପର୍କ ଡି-ଗ୍ୟାଙ୍ଗ ସହ ଥିବା ଜାଣିବା ପରେ ମୁନିରା ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିନଥିଲେ। ୨୦୨୧ରେ ତାଙ୍କ ସମ୍ପତ୍ତି ବିକ୍ରି ହୋଇଯାଇଥିବା ନେଇ ସେ ଜାଣିବାକୁ ପାଇଥିଲେ।

ଇଡିର ଦସ୍ତାବିଜ ଯାଞ୍ଚରୁ ସରଦାର ଶାହବଲି ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାପଡିଥିଲା,ଯିଏ କି ଏହି ସମ୍ପତ୍ତି ବିକ୍ରି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ମଧ୍ୟରୁ ଶାହବଲି ଖାନ୍‌ ହେଉଛନ୍ତି ଜଣେ। ବର୍ତ୍ତମାନ ସେ ଟାଡା ଏବଂ ମକୋକା ନିୟମ ଜରିଆରେ ଔରଙ୍ଗାବାଦ ଜେଲ୍‌ରେ ଆଜୀବନ ଜେଲ ଦଣ୍ଡ ଭୋଗୁଛି।

ଶାହବଲି ଖାନ୍‌ ଜାଭେଦ ଚିକନା ଜରିଆରେ ଟାଇଗର ମେମନ୍‌ ଏବଂ ହସିନା ପାର୍କର ସହ ସମ୍ପର୍କରେ ଥିଲା। ସଲିମ ପଟେଲ ହସିନା ପାର୍କରଙ୍କ ନିକଟ ସହଯୋଗୀ ଥିଲା ଏବଂ ସେ ହସିନା ପାର୍କରଙ୍କ ସୁରକ୍ଷାକର୍ମୀଙ୍କ ଡ୍ରାଇଭର ରୂପେ କାମ କରୁଥିଲା। ଉକ୍ତ ୩ ଏକର ପ୍ଲଟର ପ୍ରକୃତ ମାଲିକ ହସିନା ପର୍କର ଥିଲେ ବୋଲି ଶାହବଲି ଦାବି କରିଥିବା ଇଡି କହିଛି।

୧୯୯୫ ଜାନୁଆରୀ ୧୦ ତାରିଖରେ ଶାହବଲି ଖାନ୍‌ଙ୍କ ଭଗାଇ ରହମାନ ବର୍ତ୍ତମାନର ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମୁନିରା ପ୍ଲମ୍ବର ରହମାନଙ୍କୁ ଭଡା ଆଦାୟ କରିବା ପାଇଁ ରଖିଥିଲେ। ଅଭିଯୋଗ ମୁତାବକ ନୱାବ ମଲିକ ଗୋଓବାଲା କମ୍ପାଉଣ୍ଡର କୁର୍ଲା ଜେନେରାଲ ଷ୍ଟୋର ନାମକ ସମ୍ପତ୍ତିକୁ ହାସଲ କରିବାକୁ ଚାହୁଁଥିଲେ। ରହମାନ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ନୱାବ ମଲିକ ତାଙ୍କୁ ଧମକ ଦେଇଥିଲେ।

ପରେ ନୱାବ ମଲିକ ନିଜ ଭାଇ ଅସଲମ ମଲିକ ଜରିଆରେ ଏହି ସମ୍ପତ୍ତି ଉପରେ କବ୍‌ଜା କରିନେଇଥିଲେ। ନୱାବ ମଲିକ ଓ ହସିନା ପାର୍କର ଦୁହେଁ ଏହି ସମ୍ପତ୍ତିର ବଡ ଭାଗକୁ ହାତେଇବା ପାଇଁ ଚେଷ୍ଟା କରିଥିଲେ। ପରେ ନୱାବ ମଲିକ ଏହି ସମ୍ପତ୍ତି ବାବଦକୁ ହସିନା ପାର୍କରଙ୍କୁ ୫୫ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଇଡି ଖୁଲାସା କରିଛି।

https://twitter.com/ANI/status/1496728259870212099?s=20&t=7Dfy9BFrwOmGAS4nYKOsNA

ED Raid Money Laundering Nawab Malik