Advertisment

ପଣବନ୍ଦୀ ଯବାନ ରାକେଶ୍ୱର ସିଂହଙ୍କ ଫଟୋ ଜାରି କଲେ ମାଓବାଦୀ

ରାୟପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କର ଫଟୋ ସାମ୍ନାକୁ ଆସିଛି। ମାଓବାଦୀ ମାନେ ଯବାନଙ୍କୁ ନିଜ ପାଖରେ ରଖିଥିବା ଦେଖିବାକୁ ମିଳିଛି। ଏବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି। ତେଣେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ କହିଛନ୍ତି ଶନିବାର ଦିନ ମାଓବାଦୀ ଆକ୍ରମଣ କରିବା ପୂର୍ବରୁ ରାକେଶ୍ୱର ଅସୁସ୍ଥ ଥିଲେ। ଆଉ ମାଓବାଦୀ ଏବଂ […]

ଅଦ୍ୟତନ ହୋଇଛି
ପଣବନ୍ଦୀ ଯବାନ ରାକେଶ୍ୱର ସିଂହଙ୍କ ଫଟୋ ଜାରି କଲେ ମାଓବାଦୀ

rakeswara-singh

Advertisment

ରାୟପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କର ଫଟୋ ସାମ୍ନାକୁ ଆସିଛି। ମାଓବାଦୀ ମାନେ ଯବାନଙ୍କୁ ନିଜ ପାଖରେ ରଖିଥିବା ଦେଖିବାକୁ ମିଳିଛି। ଏବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।

Advertisment

ତେଣେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ କହିଛନ୍ତି ଶନିବାର ଦିନ ମାଓବାଦୀ ଆକ୍ରମଣ କରିବା ପୂର୍ବରୁ ରାକେଶ୍ୱର ଅସୁସ୍ଥ ଥିଲେ। ଆଉ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ଆରମ୍ଭ ହେବା ମାତ୍ରେ ରାକେଶ୍ୱର ବସିପଡ଼ିଥିଲେ ବୋଲି କୁଲଦୀପ କହିଥିବା ସୂଚନା ରହିଛି।

ହେଲେ ରାକେଶ୍ୱର ଆହତ ହୋଇଛନ୍ତି କି ନାହିଁ ସେ ବାବଦରେ ସ୍ପଷ୍ଟ କରି ନାହାନ୍ତି କୁଲଦୀପ। ରାକେଶ୍ୱରଙ୍କ ସହ ଜଣେ ଯବାନ ଥିଲେ ଯିଏକି ରାକେଶ ଅସୁସ୍ଥ ଥିବା ନେଇ ସୂଚନା ଦେଇଥିବା କୁଲଦୀପ କହିଛନ୍ତି।

Advertisment

ଶନିବାର ହୋଇଥିବା ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ରହିଛନ୍ତି। ରାକେଶ୍ୱର ସିଂହଙ୍କ ପରିବାର ଲୋକେ ତାଙ୍କୁ ମୁକୁଳାଇ ଆଣିବାକୁ ନିବେଦନ କରିଛନ୍ତି।

ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଶନିବାର ମାଓବାଦୀ ଆକ୍ରମଣ କରିଥିଲେ। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ୩୦ ଯବାନ ଆହତ ହୋଇଛନ୍ତି। ରବିବାର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କୁଲଦୀପ ସିଂହ କହିଥିଲେ, ୨୫ରୁ ୩୦ ନକ୍ସଲ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ମୃତ ନକ୍ସଲଙ୍କୁ ନେବା ପାଇଁ ତିନୋଟି ଟ୍ରାକ୍ଟର ବ୍ୟବହାର କରାଯାଇଛି।

ବସ୍ତର ଜିଲ୍ଲାର ଯେଉଁସ୍ଥାନରେ ନକ୍ସଲ ଆକ୍ରମଣ କରିଥିଲେ ସେଠାରେ ପାଖାପାଖି ୪୦୦ ଜଣ ନକ୍ସଲ ପାଖ ଗାଁରେ ରହୁଛନ୍ତି। ନକ୍ସଲ ମାନେ ଅତର୍କିତ ଆକ୍ରମଣ କରିବା ପରେ ପାଖ ଗାଁକୁ ଯବାନ ମାନେ ପଳାଇଯାଇଥିଲେ।

Mao Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe