Advertisment

‘ତଥ୍ୟ ସମ୍ବଳିତ ସୂଚନା ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ତଥ୍ୟ ସମ୍ବଳିତ ସୂଚନା ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ। କିନ୍ତୁ କେତେକ କ୍ଷେତ୍ରରେ ଖବର କେବଳ ହେଡ୍‌ଲାଇନ୍‌ରେ ରହିଯାଉଛି। ଏହା ଭଲ ନୁହେଁ ବୋଲି ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ୍‌ (NBF)ର ନ୍ୟାସନାଲ କନ୍‌କ୍ଲେଭରେ କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲ୍‌ରେ ଆୟୋଜିତ ନ୍ୟୁଜ ବ୍ରଡ୍‌କାଷ୍ଟିଂ ଫେଡେରେସନ୍‌ର  ନ୍ୟାସନାଲ କନକ୍ଲେଭକୁ ଉଦ୍‌ଘାଟନ କରି ଭେଙ୍କେୟା ନାଇଡୁ ସଂପୂର୍ଣ୍ଣ ନିରପକ୍ଷେ ଭାବେ ଖବର ପରିବେଷଣ କରିବାକୁ ଗଣମାଧ୍ୟମଗୁଡ଼ିକୁ ଆହ୍ୱାନ ଦେଇଥିଲେ। […]

ଅଦ୍ୟତନ ହୋଇଛି
‘ତଥ୍ୟ ସମ୍ବଳିତ ସୂଚନା ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ’

venkaya

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ତଥ୍ୟ ସମ୍ବଳିତ ସୂଚନା ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ। କିନ୍ତୁ କେତେକ କ୍ଷେତ୍ରରେ ଖବର କେବଳ ହେଡ୍‌ଲାଇନ୍‌ରେ ରହିଯାଉଛି। ଏହା ଭଲ ନୁହେଁ ବୋଲି ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ୍‌ (NBF)ର ନ୍ୟାସନାଲ କନ୍‌କ୍ଲେଭରେ କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲ୍‌ରେ ଆୟୋଜିତ ନ୍ୟୁଜ ବ୍ରଡ୍‌କାଷ୍ଟିଂ ଫେଡେରେସନ୍‌ର  ନ୍ୟାସନାଲ କନକ୍ଲେଭକୁ ଉଦ୍‌ଘାଟନ କରି ଭେଙ୍କେୟା ନାଇଡୁ ସଂପୂର୍ଣ୍ଣ ନିରପକ୍ଷେ ଭାବେ ଖବର ପରିବେଷଣ କରିବାକୁ ଗଣମାଧ୍ୟମଗୁଡ଼ିକୁ ଆହ୍ୱାନ ଦେଇଥିଲେ।

Advertisment

ଗଣମାଧ୍ୟମକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଥିବାରୁ କନ୍‌କ୍ଲେଭରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ‘ଡଜ୍ ମିଡିଆ ନିଡ୍ ଏ ଓ୍ୱାଚ୍ ଡଗ୍’ ଶୀର୍ଷକ ଆଲୋଚନାରେ ଭାଗ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ ଯେ, କିପରି ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗୋଟିଏ ରାଜ୍ୟ ସରକାର ହଇରାଣ କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ତାହା ସଫଳ ହୋଇନଥିବା କହିଥିଲେ ବୈଜୟନ୍ତ ପଣ୍ଡା।

କନ୍‌କ୍ଲେଭର ଗୋଟିଏ ସେସନ୍‌ରେ ‘ବାର୍କ ଓ ବିୟଣ୍ଡ’ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା। ଏହାକୁ ଅଧିକ ବିଶ୍ୱସନୀୟ କରିବାକୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ ବାର୍କ କ'ଣ ପଦକ୍ଷେପ ନେଉଛି ବୋଲି ପଚାରିଥିଲେ ଓଟିଭି ନେଟଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା। ଉତ୍ତରରେ ବାର୍କ ଚେୟାରମ୍ୟାନ ଶଶି ସିହ୍ନା କହିଥିଲେ, ଡିଟିଏଚ୍‌ରେ ଅଧିକ ନମୁନା ସଂଗ୍ରହ କରିବା ସମ୍ଭବ, କିନ୍ତୁ କେବୁଲ ଅପରେଟର ରାଜି ହେଉ ନାହାନ୍ତି।

Advertisment

ଡିଜିଟାଲ ମିଡିଆର ଆଦୃତି ଦିନକୁ ଦିନ ବଢୁଛି। ନ୍ୟୁଜ୍‌ର ଏହି ନୂଆ ପ୍ଲାଟଫର୍ମର କଣ୍ଟେଣ୍ଟକୁ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟବହାର କରାଯାଉଥିଲେ ମଧ୍ୟ ଏ ବାବଦରେ ରାଜସ୍ୱ ମିଳୁନଥିବା କହିଥିଲେ ଓଟିଭି ନେଟଓ୍ୱର୍କର ବିଜନେସ୍ ଡେଭଲପମେଣ୍ଟ ଅଫିସର ଲିତିଶା ମଙ୍ଗତ ପଣ୍ଡା।

କନ୍‌କ୍ଲେଭରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଥାଉକି, ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ, ରିପବ୍ଲିକ ଟିଭି, ଟିଭି ନାଇନ୍ ନେଟଓ୍ୱର୍କ, ଆଇଟିଭି ନେଟଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ ନ୍ୟୁଜ୍ ବ୍ରଡ୍‌କାଷ୍ଟ ସଂସ୍ଥା NBFର ସଦସ୍ୟ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe