Advertisment

ପୁଣି ଜାହାଜ ଉପରେ ଚଢ଼ାଉ, ବିପୁଳ ଡ୍ରଗ୍ସ ଜବତ

ମୁମ୍ବାଇ: ଡ୍ରଗ୍ସ ପାର୍ଟି ଚାଲିଥିବା ଜାହାଜ ଉପରେ ଆଜି ପୁଣି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ରେଡ୍‌ କରିଛି। ଆଜି ସକାଳୁ ସକାଳୁ ଏହି ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ଏନ୍‌ସିବି ଟିମ୍‌କୁ ବିପୁଳ ପରିମାଣରେ ଡ୍ରଗ୍ସ ମିଳିଥିବା ଜଣାପଡିଛି। ଏଥିସହ କ୍ରୁଜ ଭିତରେ ୬ ଜଣଙ୍କୁ ଏନ୍‌ସିବି ଅଟକ ରଖିଛି। ବର୍ତ୍ତମାନ ଜାହାଜ ଉପରେ ଚଢ଼ାଉ ଜାରି ରହିଛି। ଅଟକ ୬ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ପଚରାଉଚରା କରୁଛି। ସୂଚନାନୁସାରେ, ଏନସିବି ଅଧିକାରୀମାନେ କ୍ରୁଜରୁ ଏକ ବସ୍‌ରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଣି ଜାହାଜ ଉପରେ ଚଢ଼ାଉ, ବିପୁଳ ଡ୍ରଗ୍ସ ଜବତ

NCB Raid

ମୁମ୍ବାଇ: ଡ୍ରଗ୍ସ ପାର୍ଟି ଚାଲିଥିବା ଜାହାଜ ଉପରେ ଆଜି ପୁଣି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ରେଡ୍‌ କରିଛି। ଆଜି ସକାଳୁ ସକାଳୁ ଏହି ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ଏନ୍‌ସିବି ଟିମ୍‌କୁ ବିପୁଳ ପରିମାଣରେ ଡ୍ରଗ୍ସ ମିଳିଥିବା ଜଣାପଡିଛି। ଏଥିସହ କ୍ରୁଜ ଭିତରେ ୬ ଜଣଙ୍କୁ ଏନ୍‌ସିବି ଅଟକ ରଖିଛି।

Advertisment

ବର୍ତ୍ତମାନ ଜାହାଜ ଉପରେ ଚଢ଼ାଉ ଜାରି ରହିଛି। ଅଟକ ୬ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ପଚରାଉଚରା କରୁଛି। ସୂଚନାନୁସାରେ, ଏନସିବି ଅଧିକାରୀମାନେ କ୍ରୁଜରୁ ଏକ ବସ୍‌ରେ କିଛି ଲୋକଙ୍କୁ ଗିରଫ କରିବା ପରେ ବାହାରକୁ ଆଣିଥିଲେ। ମୁମ୍ବାଇ ଏନସିବି ଜୋନାଲ ହେଡ ସମୀର ୱାନକେଡେ ମଧ୍ୟ ସେମାନଙ୍କ ସହ ଏକ ଅଲଗା ଗାଡିରେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଏନସିବି କାର୍ଯ୍ୟାଳୟକୁ ଅଣାଯାଇଛି।

ସୂଚନା କମୁତାବକ ଜୋନାଲ ହେଡ୍‌ ସମୀର ୱାନଖଡେଙ୍କ ଅଧିନରେ ଏନ୍‌ସିବିର ଏକ ଟିମ୍‌ ଆଜି ସକାଳ ୬ଟାରେ ପୁଣି ଜାହାଜ ଉପରେ ଚଢ଼ାଉ କରିଥିଲା। ଜାହଜର କ୍ରୁ ସହ ପଚରାଉଚରା କରିବା ପାଇଁ ଟିମ୍‌ ଯାଇଥିଲା।

Advertisment

ସେପଟେ ରେଭ୍‌ ପାର୍ଟି ବେଳେ ଜାହାଜରେ ଉପସ୍ଥିତ ଥିବା ସମସ୍ତ ୧୮୦୦ ଲୋକଙ୍କ ତାଲିକା ହାସଲ କରିଛି। ଏହାକୁ ଭିତ୍ତି କରି ଅନେକ ନାମ ଫିଲ୍ଟର କରାଯାଇଛି, ଯାହାର ସନ୍ଧାନରେ ଦିଲ୍ଲୀ, ମୁମ୍ବାଇ ସମେତ ବାଙ୍ଗାଲୋର ଏବଂ ଗୋଆର ଅନେକ ଅଞ୍ଚଳରେ ଏନସିବିର ଚଢ଼ାଉ ଜାରି ରଖିଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଗିରଫ ହୋଇଛନ୍ତି। ସେ ଏବେ ଏନ୍‌ସିବି ରିମାଣ୍ଡରେ ଅଛନ୍ତି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ସେପଟେ ଏହି ମାମଲାରେ ବର୍ତ୍ତମାନ ଯାଏ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ଏସମସ୍ତେ କ୍ରୁଜ ଉପରେ ଡ୍ରଗ୍ସ ସେବନ ଏବଂ ସପ୍ଲାଏ କରିବା ପାଇଁ ଅଣାଯାଇଥିଲା।

ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ତିନି ଜଣଙ୍କୁ ଦିନିକିଆ ରମାଣ୍ଡ ପାଇଁ ପୁଲିସ ନେଇଛି।  ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ।

https://twitter.com/ANI/status/1444936814859415552?s=20

NCB Aryan Khan Drug Case NCB Raid