Advertisment

ରିଆଙ୍କ ଘରେ ଏନ୍‌ସିବିର ଚଢ଼ାଉ

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ନାର୍କୋଟିକ୍ କଣ୍ଟ୍ରୋଲ୍‌ ବ୍ୟୁରୋ (NCB) ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ଏନ୍‌ସିବି। କିଛି ଦିନର ତଦନ୍ତ ପରେ ଆଜି ଏନ୍‌ସିବି ରିଆଙ୍କ ଘରେ ଚଢ଼ାଉ କରିଛି। ଡ୍ରଗ୍ ଡିଲର ଜୈଦ୍ ଭିଲାତ୍ରା ଓ ରିଆଙ୍କ ଭାଇ ସୌଭିକଙ୍କ ମଧ୍ୟରେ ଯୋଗାଯୋଗ ଥିବା ଅଭିଯୋଗ ହୋଇଛନ୍ତି। ଜୈଦ୍‌ଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଏନ୍‌ସିବିର ଆଉ […]

ଅଦ୍ୟତନ ହୋଇଛି
ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା?

rhea

Advertisment

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ନାର୍କୋଟିକ୍ କଣ୍ଟ୍ରୋଲ୍‌ ବ୍ୟୁରୋ (NCB) ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ଏନ୍‌ସିବି। କିଛି ଦିନର ତଦନ୍ତ ପରେ ଆଜି ଏନ୍‌ସିବି ରିଆଙ୍କ ଘରେ ଚଢ଼ାଉ କରିଛି। ଡ୍ରଗ୍ ଡିଲର ଜୈଦ୍ ଭିଲାତ୍ରା ଓ ରିଆଙ୍କ ଭାଇ ସୌଭିକଙ୍କ ମଧ୍ୟରେ ଯୋଗାଯୋଗ ଥିବା ଅଭିଯୋଗ ହୋଇଛନ୍ତି। ଜୈଦ୍‌ଙ୍କୁ ଗିରଫ କରାଯାଇଛି।

Advertisment

ଅନ୍ୟପକ୍ଷରେ ଏନ୍‌ସିବିର ଆଉ ଏକ ଟିମ୍ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍ ମ୍ୟାନେଜର ଥିବା ସାମୁଏଲ୍ ମିରାଣ୍ଡାଙ୍କ ଘରେ ଚଢ଼ାଉ କରିଛି। କୁହାଯାଉଛି, ସୌଭିକଙ୍କ ଭଳି ଜୈଦ୍ ଭିଲାତ୍ରା ସହିତ ସାମୁଏଲ ମଧ୍ୟ ଯୋଗାଯୋଗରେ ଥିଲେ। ଅବଦେଲ୍ ବାସିତ୍ ପରିହାର ନାମକ ଜଣେ ଯୁବକଙ୍କ ମାଧ୍ୟମରେ ଜୈଦ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ସୌଭିକ ଓ ସାମୁଏଲ୍‌।

ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରିଆ ଚକ୍ରବର୍ତ୍ତୀ କହିଥିଲେ ଯେ ସେ ତାଙ୍କ ଜୀବନରେ କେବେ ବି ଡ୍ରଗ୍ସ ସେବନ କରି ନାହାନ୍ତି। ଏମିତିକି ସେ ସୁଶାନ୍ତଙ୍କୁ ଗଞ୍ଜେଇ ସେବନ ନ କରିବାକୁ ମଧ୍ୟ ଅନୁରୋଧ କରିଥିବା କହିଥିଲେ।

Advertisment

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ତଦନ୍ତ ଏବେ ସିବିଆଇ କରୁଛି। ତା’ସହିତ ଏହି ଘଟଣାରେ ଟଙ୍କା ହଡ଼ପ ଓ ଡ୍ରଗ୍ସ ଲିଙ୍କ ଅଭିଯୋଗର ତଦନ୍ତ ଯଥାକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଏନ୍‌ସିବି କରୁଛନ୍ତି।

NCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe