Advertisment

ଭାରତୀଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନସିବି ଏହାର ଖୋଳତାଡ଼ କରୁଛି। ବର୍ତ୍ତମାନ ସୁଦ୍ଧା ବି-ଟାଉନର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଗିରଫ ଓ ଜେରା କରିଛି। ଏହି କ୍ରମରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏନସିବି […]

author-image
Pragnya Choudhury
ଭାରତୀଙ୍କ ଘରେ ଏନସିବି ଚଢ଼ାଉ

bharti

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନସିବି ଏହାର ଖୋଳତାଡ଼ କରୁଛି। ବର୍ତ୍ତମାନ ସୁଦ୍ଧା ବି-ଟାଉନର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଗିରଫ ଓ ଜେରା କରିଛି।
ଏହି କ୍ରମରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏନସିବି ଚଢ଼ାଉ କରିଥିବା ଜଣାପଡ଼ିଛି। ମୁମ୍ବାଇର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା ଅଞ୍ଚଳରେ ଏନସିବି ଚଢ଼ାଉ କରିଛି।

Advertisment

ଭାରତୀ ନିଜ ଦମଦାର ହାସ୍ଯ ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ। ସେ 'କପିଲ ଶର୍ମା ଶୋ'ରୁ ଅଧିକ ଲୋକପ୍ରିୟ ହୋଇଛନ୍ତି। ଏହାଛଡ଼ା ସେ ଅନେକ ରିୟାଲିଟି ଶୋ'ରେ ମଧ୍ୟ ଭାଗନେଇ ଦର୍ଶକଙ୍କୁ ହସାଇଛନ୍ତି। ନଚ୍ ବଲିୟେ ଏବଂ ଝଲକ୍ ଦିଖଲାଜା ଭଳି ଶୋ' ଭାରତୀଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିବାର ଅନ୍ୟତମ ମାଧ୍ୟମ।

ଭାରତୀ 2017 ଡିସେମ୍ବର 3ରେ ହର୍ଷଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି 'ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍' ରିୟାଲିଟି ଶୋ'ରେ ଉପସ୍ଥାପନା କରୁଛନ୍ତି।

Advertisment

ଏହା ପୂର୍ବରୁ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଛି। ଅର୍ଜୁନଙ୍କ ଘରେ ଏନସିବି ଚଢ଼ାଉ କରିବା ସହ ଘଣ୍ଟ ଘଣ୍ଟା ଜେରା ମଧ୍ୟ କରିଥିଲେ। ଏନେଇ ଅର୍ଜୁନ କହିଥିଲେ, "ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ। ତା’ର ପ୍ରେସକ୍ରିପସନ ମିଳିଛି ଓ ଏହାକୁ ମୁଁ ଏନସିବିକୁ ଦେଖା ସାରିଛି। ଏନସିବି ବେଶ ଭଲ ଭାବେ ତଦନ୍ତ କରୁଛି। ମୁଁ ତଦନ୍ତକୁ ସମର୍ଥନ କରୁଛି।"

Bharti Singh NCB SSR Death Case