Advertisment

ସମୀର ୱାଙ୍ଖଡେଙ୍କ ମୁଣ୍ଡ ଉପରେ ଝୁଲିଲା ଖଣ୍ଡା, ତଦନ୍ତ କରିବ ଏନ୍‌ସିବି

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ମାମଲାର ଯାଂଚ କରୁଥିବା ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କ ମୁଣ୍ଡରେ ଉପରେ ଝୁଲିଲା ଖଣ୍ଡା। ବଢ଼ିଲା ତାଙ୍କ ଅଡୁଆ। ତାଙ୍କର ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ। ତାଙ୍କ ଜୋନାଲ ହେଡ୍‌ ପଦ ରହିବ ନା’ ତାକୁ ହରାଇବାକୁ ପଡିବ। ତାକୁ ନେଇ ମଧ୍ୟ ଏବେ ସନ୍ଦେହ ଜାରି ରହିଛି। ଏନସିବି ଡେପୁଟି ନିର୍ଦ୍ଦଶେକ ଜେନେରାଲ ଜ୍ଞାନେଶ୍ୱର ସିଂ କହିଛନ୍ତି, ସମୀର ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଏନ୍‌ସିବିରୁ ବିଦା ହେଲେ ସମୀର ୱାଙ୍ଖଡେ

Sameer wankhede

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ମାମଲାର ଯାଂଚ କରୁଥିବା ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କ ମୁଣ୍ଡରେ ଉପରେ ଝୁଲିଲା ଖଣ୍ଡା। ବଢ଼ିଲା ତାଙ୍କ ଅଡୁଆ। ତାଙ୍କର ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ। ତାଙ୍କ ଜୋନାଲ ହେଡ୍‌ ପଦ ରହିବ ନା' ତାକୁ ହରାଇବାକୁ ପଡିବ। ତାକୁ ନେଇ ମଧ୍ୟ ଏବେ ସନ୍ଦେହ ଜାରି ରହିଛି।

Advertisment

ଏନସିବି ଡେପୁଟି ନିର୍ଦ୍ଦଶେକ ଜେନେରାଲ ଜ୍ଞାନେଶ୍ୱର ସିଂ କହିଛନ୍ତି, ସମୀର ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ତେବେ ସମୀର ନିଜ ଜୋନାଲ ହେଡ୍‌ ପଦରେ ରହିବେ କି ପ୍ରଶ୍ନରେ ଜ୍ଞାନେଶ୍ୱର ସିଂ କହିଛନ୍ତି, ସେ ଏହି ପଦବୀରେ ଅବ୍ୟାହତ ରହିବେ କି ନାହିଁ ତାହା ଉପରେ  ଏବେ କିଛି କୁହାଯାଇପାରିବ ନାହିଁ।

ଲାଞ୍ଚ ଏବଂ ଲଗାତର ଭ୍ରଷ୍ଟାଚାର ଅଭିଯୋଗ ସାମ୍ନାକୁ ଆସିବା ପରେ ସମୀରଙ୍କୁ ଦିଲ୍ଲୀ ସ୍ଥିତ ଏନ୍‌ସିବି ମୁଖ୍ୟକାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଛି। ଏନ୍‌ସିବି ମୁମ୍ବାଇ ଟିମ୍‌ ସମୀରଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ହେଡ୍‌ ଅଫିସକୁ ପଠାଇଛି। ସମୀର ମଧ୍ୟ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ମଙ୍ଗଳବାର ସେଠାରେ ଏକ ବୈଠକ ହେବ।

Advertisment

ସମୀର ୱାଙ୍ଖଡେଙ୍କ ବିରୋଧରେ ହୋଇଥିବା ଅଭିଯୋଗର ବିଭାଗୀୟ ତଦନ୍ତ କରିବ ଏନସିବି। ଏନସିବି ମୁଖ୍ୟ ଅଧିକାରୀ ଜ୍ଞାନେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସାକ୍ଷୀ ପ୍ରଭାକର ସେଲଙ୍କ ଅଭିଯୋଗର ଯାଞ୍ଚ ପାଇଁ ତିନି ଜଣିଆ ଟିମ୍ ଆସନ୍ତାକାଲି ଦିଲ୍ଲୀରୁ ମୁମ୍ବାଇ ଯିବା ସମ୍ଭାବନା ରହିଛି। ବର୍ତ୍ତମାନ ଜ୍ଞାନେଶ୍ୱର ସିଂ ଏହି ଡ୍ରଗ୍ସ ମାମଲାର ତଦନ୍ତ କରିବେ। ସେ ଏହି ଘଟଣାର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।

ସୂଚନା ମୁତାବକ, ଗତକାଲି ଏନ୍‌ସିବି ସାକ୍ଷୀ ପ୍ରଭାକର ସେଲ୍‌ ଆର୍ଯ୍ୟନ୍‌ଙ୍କୁ ଛାଡିବା ପାଇଁ ଲାଞ୍ଚ କରାବାର ହୋଇଥିବା ନେଇ ଦାବି କରିଥିଲେ।ପ୍ରଥମେ ୨୫ କୋଟି ଟଙ୍କାର ବୋମା ଫିଙ୍ଗିବାକୁ କୁହାଯାଇଥିଲା। କିନ୍ତୁ ପରେ ୧୮ କୋଟି ଟଙ୍କାରେ ଡିଲ୍‌ ହୋଇଥିଲା। ଏଥିରୁ ସମୀର ୱାଙ୍ଖଡେ ୮ କୋଟି ଟଙ୍କା ନେଇଥାନ୍ତେ ବୋଲି ପ୍ରଭାକର କହିଥିଲେ। ଏହି ମାମଲାରେ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ମଧ୍ୟ ଫିକ୍ସ କରାଯାଇଥିଲା। କିନ୍ତୁ ପରେ ସେ ଫୋନ୍‌ ଉଠାଇନଥିଲେ ବୋଲି ପ୍ରଭାକର ଦାବି କରିଥିଲେ।

Aryan Khan Drug Case