Advertisment

ହସପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କୁ ନଭେମ୍ବର ୨ରେ ହସପିଟାଲରୁ ଡିସଚାର୍ଜ କରାଯାଇ ପାରେ। ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି। ସେଥିରେ ପାୱାର ଯୋଗ ଦେବେ ବୋଲି କୁହାଯାଇଛି। ଶରଦଙ୍କ ଆସୁଆରୋଗ୍ୟ କାମନା କରି ବହୁ […]

author-image
Tapas Behera
ଅଦ୍ୟତନ ହୋଇଛି
ଦମ୍ଭ ଦେଖାଇଲେ ଶରଦ ପାୱାର, କହିଲେ ଆସ୍ଥା ଭୋଟରେ ଜଣାପଡ଼ିବ ସଂଖ୍ୟା

sharad-Pawar

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କୁ ନଭେମ୍ବର ୨ରେ ହସପିଟାଲରୁ ଡିସଚାର୍ଜ କରାଯାଇ ପାରେ। ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି।

Advertisment

ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି। ସେଥିରେ ପାୱାର ଯୋଗ ଦେବେ ବୋଲି କୁହାଯାଇଛି। ଶରଦଙ୍କ ଆସୁଆରୋଗ୍ୟ କାମନା କରି ବହୁ ଦଳୀୟ ନେତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଶରଦ ପାୱାର ସାମିଲ ହେବା କୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଅନେକ ନେତା ଏହି ପଦଯାତ୍ରାରେ ସାମିଲ ହୋଇସାରିଛନ୍ତି । କୁହାଯାଉଛି ଯେ, ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ସମୟରେ ଅନେକ ବିରୋଧୀ ନେତା ଏଥିରେ ଯୋଗ ଦେଇପାରନ୍ତି । ଏହି ଯାତ୍ରା ଜରିଆରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାର କରିବାକୁ ପ୍ରୟାସ କରୁଛି । ମହାରାଷ୍ଟ୍ର ପହଞ୍ଚିବା ପରେ ଏନସିପି ନେତା ଶରଦ ପାୱାର ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି ।

Advertisment