Advertisment

ବ୍ୟବସାୟୀଙ୍କୁ ହତ୍ୟା ଧମକ, ଏନ୍‌ସିପି ନେତାଙ୍କ ନାଁରେ ଏଫ୍‌ଆଇର୍‌

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ଛଗନ ଭୁଜବଲଙ୍କ ନାଁରେ ଏଫ୍‌ଆଇଆର୍‌। ଦୁବାଇ ଲିଙ୍କ ବ୍ୟବହାର କରି ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏନ୍‌ସିପି ନେତା ଭୁଜବଳଙ୍କ ସମେତ ଆଉ ଦୁଇ ଜଣଙ୍କ ବିରୋଧରେ ମଧ୍ୟ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ଅଭିଯୋଗ ମୁତାବକ, ସାମାଜିକ କର୍ମୀ ଲଳିତ କୁମାର ଟେକଚନ୍ଦାନୀ ଛଗନ ଭୁଜବଳଙ୍କ ମୋବାଇଲ ନମ୍ବରକୁ ଦୁଇଟି ଭିଡିଓ ପଠାଇଥିଲେ। ଏହି ଭିଡିଓରେ ଏନ୍‌ସିପି […]

ବ୍ୟବସାୟୀଙ୍କୁ ହତ୍ୟା ଧମକ, ଏନ୍‌ସିପି ନେତାଙ୍କ ନାଁରେ ଏଫ୍‌ଆଇର୍‌

chhagan-bhujbal

Advertisment

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ଛଗନ ଭୁଜବଲଙ୍କ ନାଁରେ ଏଫ୍‌ଆଇଆର୍‌। ଦୁବାଇ ଲିଙ୍କ ବ୍ୟବହାର କରି ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏନ୍‌ସିପି ନେତା ଭୁଜବଳଙ୍କ ସମେତ ଆଉ ଦୁଇ ଜଣଙ୍କ ବିରୋଧରେ ମଧ୍ୟ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

Advertisment

ଅଭିଯୋଗ ମୁତାବକ, ସାମାଜିକ କର୍ମୀ ଲଳିତ କୁମାର ଟେକଚନ୍ଦାନୀ ଛଗନ ଭୁଜବଳଙ୍କ ମୋବାଇଲ ନମ୍ବରକୁ ଦୁଇଟି ଭିଡିଓ ପଠାଇଥିଲେ। ଏହି ଭିଡିଓରେ ଏନ୍‌ସିପି ନେତା ହିନ୍ଦୁ ଧର୍ମ ବିରୋଧରେ କହୁଥିବା ଓ ଅପମାନିତ କରୁଥିବା ଦେଖିବାକୁ ମିଳିଥିଲା।

ଏହାପରେ ଭିନ୍ନ ଭିନ୍ନ ନମ୍ବରରେ ଲଳିତ କୁମାରଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଲଳିତ ସେପ୍ଟେମ୍ବର ୩୦ ତାରିଖ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏନ୍‌ସିପି ନେତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରବାଦୀ କଂଗ୍ରେସ ଦଳ ତଥା ଏନ୍‌ସିପିର ବରିଷ୍ଠ ନେତା ଛଗନ ଭୁଜବଳ ଦୁଇ ଦିନ ପୂର୍ବେ ମହାରାଷ୍ଟ୍ରର ଏକ ବିଦ୍ୟାଳୟରେ ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସରସ୍ୱତୀ ହେଉଛନ୍ତି ଜ୍ଞାନର ଦେବୀ। ତେଣୁ ସ୍କୁଲରୁ ଏହି ମୂର୍ତ୍ତିକୁ ହଟା ଯାଇପାରିବ ନାହିଁ ବୋଲି ଉଭୟ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe